ବାଇସନକୁ ହ-ତ୍ୟା କରିବା ପାଇଁ ବାହାରିଲା ୧୨ଟି ନିଯୁକ୍ତି,୪୫୦୦୦ ହଜାରରୁ ଉର୍ଦ୍ଧ୍ବ ଲୋକ କଲେଣି ଆବେଦନ,ଜାଣନ୍ତୁ ପୁରା ଖବର

ୱସିଙ୍ଗଟନ:ଆମେରିକାର ଗ୍ରାଣ୍ଡ କାନିୟନ ନେସନାଲ ପାର୍କରେ ବାଇସନର ବହୁଳ ଜନସଂଖ୍ୟା ହ୍ରାସ ପାଇଁ ଅଧିକାରୀ ମାନେ ତାଙ୍କୁ ମା-ରି-ବା ପାଇଁ କୁଶଳୀ ଭଲ୍ୟୁଣ୍ଟିୟରର ଭାକାନ୍ସି ବାହାର କରିଛନ୍ତି|ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ଭାକାନ୍ସି କେବଳ ୧୨ ଜଣ ଲୋକଙ୍କ ପାଇଁ ବାହାରିଥିବା ବେଳେ ଏହି କାମ କରିବା ପାଇଁ ୪୫୦୦୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଆବେଦନ କରିଛନ୍ତି|

ଏମିତିରେ ଆମେରିକାର ରାଷ୍ଟ୍ରୀୟ ଉଦ୍ୟାନରେ ଶିକାର କରିବା ପୂରାପୂରି ଭାବେ ପ୍ରତିବନ୍ଧିତ,କିନ୍ତୁ ବାଇସନକୁ ଏତେ ମାତ୍ରାରେ ମାରିବା ପାଇଁ ଏହି ପ୍ରସ୍ତୁତିକୁ ଶିକାର କରିବା ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇନାହିଁ|କିନ୍ତୁ ଏହା ବାଇସନର ଆଶାତୀତ ଜନସଂଖ୍ୟା ହ୍ରାସ କରିବାକୁ ଉପାୟ ଭାଵେ ନିଆଯାଇଛି|ବିବିସି ନିଜ ରିପୋର୍ଟରେ ଲେଖିଥିଲା ଯେ ୟୁଏସ୍ ନେସନାଲ ପାର୍କ ଏହି କାମ ପାଇଁ ୧୨ ଜଣ ଭଲ୍ୟୁଣ୍ଟିୟରର ଭାକାନ୍ସି ବାହାର କରିଥିଲେ|ଫଳରେ ବାଇସନର ସଂଖ୍ୟା କମ୍ ହେଉ|ସୋମବାର ଏହି ତଥ୍ୟ ସାମ୍ନାକୁ ଆସିଥିଲା ଯେ ଏହି କାମ କରିବାପାଇଁ ୪୫୦୦୦ ହଜାରରୁ ଉର୍ଦ୍ଧ୍ଵ ଆବେଦନ କରିଛନ୍ତି|

ଏହାକୁ ନେଇ ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ ଏହା କରିବା ଖତରନାକ|ଅଧିକାରୀମାନେ ଭଲ୍ୟୁଣ୍ଟିୟର ଚୟନକୁ ନେଇ କହିଛନ୍ତି ଯେ ୨୫ ନାମକୁ ସର୍ଟଲିଷ୍ଟ କରାଯିବ|ଏହାପରେ ତାଙ୍କ ସ୍କିଲ ଯାଞ୍ଚ କରାଯିବ|ପୁଣି ପାର୍କର ଉତ୍ତରୀୟ କ୍ଷେତ୍ରରେ ବାଇସନକୁ ମାରିବାକୁ ୧୨ ଜଣ ଲୋକଙ୍କ ଚୟନ କରାଯିବ|

ଅଧିକାରୀଙ୍କ କହିବାନୁଯାୟୀ କିଛି ବର୍ଷ ପୂର୍ବରୁ ବାଇସନର ସଂଖ୍ୟା ବହୁତ ବୃଦ୍ଧି ପାଇଛି|ଏହାଙ୍କୁ ମାରିବାକୁ ପାଇଲଟ ପ୍ରୋଜେକ୍ଟ ଆବଶ୍ୟକ|ତାଙ୍କ ଝୁଣ୍ଡରେ ବାଇସନର ସଂଖ୍ୟା ୬୦୦ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ଯାହାକୁ କମ୍ କରି ୨୦୦ କରିବା ଯୋଜନା ରହିଛି|ଏନପିଏସ ଆଶାକରେ ଯେ ଏହା ଫଳରେ ମାଟିର କଟାବ ଓ ଜଳ ପ୍ରଦୂଷଣ କମ କରିବାରେ ସାହାଯ୍ୟ ମିଳିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *