ଏହି ବ୍ୟକ୍ତି ଜଣକ ୨୦୧୩ ମସିହାରେ କରିଥିଲେ ‘କରୋନା’ର ଭବିଷ୍ୟବାଣୀ, ଦେଖନ୍ତୁ ୮ ବର୍ଷ ତଳର ପୁରୁଣା ଟ୍ୱିଟ ହେଉଛି ଭାଇରଲ

କରୋନା ଭାଇରସ ଆସୁଛି :-

ଏହି ବ୍ୟକ୍ତିଙ୍କର ଏକ ଟ୍ୱିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | କାରଣ, ସେ ୨୦୧୩ ମସିହାରେ ହିଁ ‘କରୋନା ଭାଇରସ’ ଆସୁଛି ବୋଲି ଘୋଷଣା କରି ଦେଇଥିଲେ | ଆଜ୍ଞା ହଁ, @Marco_Acortes ଜୁନ ୩ ତାରିଖ ୨୦୧୩ ରେ ଟ୍ୱିଟରରେ ଲେଖିଥିଲେ, ‘କରୋନା ଭାଇରସ ଆସୁଛି’ | ସେହି ସମୟରେ ତ ଆମେ କରୋନା ବିଷୟରେ ସ୍ୱପ୍ନରେ ମଧ୍ୟ ଭାବି ନଥିଲୁ | ଶେଷରେ ବର୍ତ୍ତମାନ ଏତେ ବର୍ଷ ପରେ ଏହି ବ୍ୟକ୍ତିଙ୍କ ଟ୍ୱିଟ ଇଣ୍ଟରନେଟରେ ନିଆଁ ଭଳି ବ୍ୟାପୁଛି | ହଜାର ହଜାର ଲୋକ ଏହାକୁ ଲାଇକ ଏବଂ ରିଟ୍ୱିଟ କରୁଛନ୍ତି | ଆଉ ହଁ, ବହୁତ ଲୋକ ତ ଏହି କଥା ପାଇଁ ଆଶ୍ଚର୍ଯ୍ୟ ଯେ ପ୍ରକୃତରେ ଏହି ବ୍ୟକ୍ତିଜଣକ କିଏ ଏବଂ ସେ ୨୦୧୩ ମସିହାରେ କୋଭିଡ ବିଷୟରେ କିପରି ଚିନ୍ତା କଲା ?

ନାମ ହେଉଛି ମାର୍କୋ :-

ମାର୍କୋଙ୍କ ପ୍ରୋଫାଇଲ ଅନୁଯାୟୀ, ସେ ୨୦୧୩ ମସିହାରେ ଟ୍ୱିଟରରେ ଜଏନ କରିଥିଲେ | ତେବେ ଡିସେମ୍ବର ୨୦୧୬ ପରଠାରୁ ମାର୍କୋଙ୍କ ପ୍ରୋଫାଇଲରୁ କୌଣସି ଟ୍ୱିଟ କରାଗଲା ନାହିଁ | ଲୋକମାନେ ଏହା ଭାବୁଛନ୍ତି ଯେ ପ୍ରକୃତରେ ଏହି ଜ୍ଞାନୀ ବ୍ୟକ୍ତି କୁଆଡେ ଚାଲିଗଲା | କେହି ତ ଖୋଜି ଆଣ, ଯେପରିକି ସେ ଲୋକମାନଙ୍କର ଏହି ପ୍ରଶ୍ନର ଉତ୍ତର ଦେଇପାରିବ |

ଜୀବନରୁ ବ୍ରେକ ଦରକାର :-

ତେବେ ଗୋଟିଏ କଥା ସ୍ପଷ୍ଟ ଯେ ମାର୍କୋଙ୍କ ଟ୍ୱିଟ ବହୁତ ରେଣ୍ଡମ ହେଉଥିଲା | କିପରି ? ଏହା ତ ଆପଣ ତାଙ୍କ ଟ୍ୱିଟଗୁଡିକ ଦେଖି ବୁଝିପାରିବେ |

ତେବେ ଏହି ଟ୍ୱିଟକୁ ନେଇ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସବୁ ଦେଇଛନ୍ତି :-

କୁହାଯାଉଛି ଯେ ମାର୍କୋଙ୍କ ଟ୍ୱିଟକୁ ଖବର ଲେଖିବାବେଳକୁ ୨ ଲକ୍ଷ ୧୬ ହଜାରରୁ ଅଧିକ ଲାଇକ, ୧ ଲକ୍ଷ ୨ ହଜାରରୁ ଅଧିକ ରିଟ୍ୱିଟ ଏବଂ ହଜାର ହଜାର କମେଣ୍ଟ ମିଳିଛି | ତେବେ ଆପଣ କଣ କହିବେ ଏହି ବିଷୟରେ ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *