ଆସିଲା ବଡ଼ ଖବର: ମେ ୧୫ ତାରିଖ ପରେ ମଧ୍ୟ ଆପଣଙ୍କର ହ୍ଵାଟ୍ସଆପ ଆକାଉଣ୍ଟ ବନ୍ଦ ହେବନାହିଁ,ଜାଣନ୍ତୁ ପୁରା ଖବର

ହ୍ଵାଟ୍ସଆପ ୟୁଜ କରୁଥିବା ଲୋକମାନଙ୍କ ପାଇଁ ବଡ଼ ଖବର ଆସିଛି । ସୋସିଆଲ ମିଡ଼ିଆ ଚାଟିଂ ପ୍ଲାଟଫର୍ମ ସୂଚନା ଦେଇ କହିଛି କି, ମେ 15 ତାରିଖରେ ହ୍ଵାଟ୍ସଆପ ଡିଲିଟ ହେବନାହିଁ ଯେଉଁମାନେ କି, ପ୍ରାଇଭେସି ପଲିସିକୁ ମାନିନଥିଲେ । ବିଗତ କିଛି ମାସରେ ହ୍ଵାଟ୍ସଆପ ପ୍ରାଇଭେସି ପଲିସି ଏକ ବଡ଼ ବିବାଦ ରୂପରେ ସାମ୍ନାକୁ ଆସିଥିଲା । ଏହାପରେ କମ୍ପାନୀ ଶେଷଥର ପାଇଁ ଗ୍ରାହକ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ହ୍ଵାଟ୍ସଆପ ତରଫରୁ କୁହାଯାଇଛି, ଆଗାମୀ କିଛି ସପ୍ତାହରେ ନୂଆ ରିମାଇଣ୍ଡର୍ସ ଜାରି କରାଯିବ ।

ହ୍ଵାଟ୍ସଆପ ଏହାପୂର୍ବରୁ ନିଜର ପ୍ରାଇଭେସି ପଲିସିକୁ ପରିଚିତ କରିବାପରେ ଏହାର ସ୍ୱାମୀତ୍ୱ ଆପ ଫେସବୁକକୁ ବହୁତ ବିରୋଧର ସାମ୍ନା କରିବାକୁ ପଡିଥିଲା । ଏହାପରେ କେତେକ ୟୁଜର୍ସ ହ୍ଵାଟ୍ସଆପକୁ ଛାଡି ସିଗ୍ନାଲ ଓ ଟେଲିଗ୍ରାମକୁ ସିଫ୍ଟ ହୋଇଯାଇଥିଲେ ଓ ଏବେବି ଏହି ଆପର ୟୁଜର୍ସ ମାନେ ବଢ଼ୁଛନ୍ତି ।

ଏହାପୂର୍ବରୁ ହ୍ଵାଟ୍ସଆପ ବର୍ତ୍ତମାନ ୟୁଜର୍ସଙ୍କୁ ପ୍ରାଇଭେସି ପଲିସି ବିଷୟରେ କହିଥିଲା କି, ସମସ୍ତ ୟୁଜର୍ସଙ୍କୁ ଏହାକୁ ଫେବୃଆରୀ 8 ତାରିଖ ଭିତରେ ଗ୍ରହଣ କରିବାକୁ ହେବ । ଏମିତି ନକରିବା ୟୁଜର୍ସଙ୍କର ଆକାଉଣ୍ଟକୁ ଡିଲେଟ କରିଦିଆଯିବ । ଏଥିପାଇଁ ୟୁଜର୍ସ ମାନେ ଲଗାତାର ଏହାର ବିରୋଧ କରୁଥିଲେ କିନ୍ତୁ ବର୍ତ୍ତମାନ ହ୍ଵାଟ୍ସଆପ ଏକ ବଡ଼ ଖୁଲାସା କରିଦେଇଛି ।

ହ୍ଵାଟ୍ସଆପ ର ନୂଆ ପଲିସି କଣ ଅଟେ :-

ହ୍ଵାଟ୍ସଆପ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ନିଜର ପ୍ରାଇଭେସି ପଲିସିକୁ ପରିଚିତ କରାଇଥିଲେ ଯାହାକୁ ସମସ୍ତ ୟୁଜର୍ସଙ୍କୁ ମେ 15 ତାରିଖ ପର୍ଯ୍ୟନ୍ତ ଗ୍ରହଣ କରିବାର ଥିଲା । ଏମିତି ନକରିବାଦ୍ୱାରା ୟୁଜର୍ସଙ୍କ ଆକାଉଣ୍ଟକୁ ବନ୍ଦ କରିଦେବାର ଧମକ ମଧ୍ୟ ଦିଆଗଲା । କମ୍ପାନୀର ନୂଆ ପଲିସି ଅନୁସାରେ, ସେ ୟୁଜର୍ସଙ୍କ ନାମ, ଠିକଣା, ଫୋନ ନମ୍ବର ଓ ଲୋକେସନ ସମେତ କେତେକ ସୂଚନାକୁ ଏକତ୍ରିତ କରି ଫେସବୁକ ଓ ଇଂଷ୍ଟାଗ୍ରାମ ସହିତ ଶେୟର କରିଥାନ୍ତି । ଯାହାଦ୍ବାରା ୟୁଜର୍ସଙ୍କୁ ତାଙ୍କର ଆଗ୍ରହକୁ ନେଇ ଆଡ଼ ଦେଖାଯାଇପାରେ । ଏହାର ଅର୍ଥ ଏହା ହେଉଛି କି, କମ୍ପାନୀ ୟୁଜର୍ସଙ୍କ ଡାଟା ନିଜର ଫାଇଦା ପାଇଁ ବ୍ୟବହାର କରୁଛି, ଏଥିପାଇଁ କେତେକ ୟୁଜର୍ସ ଏହାର ବିରୋଧ କରି ଅନ୍ୟ ପ୍ଲାଟଫର୍ମକୁ ଚାଲିଯାଇଥିଲେ । କିନ୍ତୁ ଏବେ ହ୍ଵାଟ୍ସଆପର ଡେଡ଼ଲାଇନ ସମାପ୍ତ ହେବାପରେ କେତେକ ଶାନ୍ତିରେ ନିଶ୍ୱାସ ନେଉଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *