ନ-କ-ଲି ମଶା! ପ୍ରସ୍ତୁତ ଲ୍ୟାବରେ ହୋଇଛି, ପ୍ରତ୍ଯେକ ସପ୍ତାହରେ ସହରରେ ଛଡାଯିବ ସମୁଦାୟ ୧୨ ହଜାର ମଶା

ନ-କ-ଲି ମଶା। କୃତ୍ରିମ ଉପାୟରେ ତିଆରି ହୋଇଛି ମଶା। ଏହି ମଶା ଡେଙ୍ଗୁ ଭାଇରସ ଓ ଜିକା ଭାଇରସ ବି-ରୋ-ଧରେ ଲ-ଢି-ବାରେ ସକ୍ଷମ। ବିଲ ଗେଟସଙ୍କ ଫ୍ଲୋରିଡାରେ ଅବସ୍ଥିତ ବାୟୋଟେକ ଫାର୍ମ ଏହି ମଶାକୁ ବିକଶିତ କରାଯାଇଛି। ଏହାକୁ ଏକ ଲ୍ୟାବରେ ପ୍ରସ୍ତୁତ କରାଯାଇଛି

ଏହି ବାୟୋଟେକ ଫାର୍ମର ନାମ ହେଉଛି ଅକ୍ସିଟେକ ଟେକ୍ନୋଲୋଜି। ଏହି ଫାର୍ମ ୟୁନାଇଟେଡ କିଙ୍ଗଡମ ସହାୟତାରେ ଏପରି କୃତ୍ରିମ ମଶା ପ୍ରସ୍ତୁତ କରିଛି। କମ୍ପାନୀ ତରଫରୁ କୁହାଯାଇଛିଯେ, ସପ୍ତାହରେ ପ୍ରାୟ ୧୨ ହଜାର କୃତ୍ରିମ ମଶାଙ୍କୁ ଛଡା ଯିବ। ଏପରି କାମ ୧୨ ସପ୍ତାହ ବା ୩ ମାସ ଧରି ଚାଲିବ।

କମ୍ପାନୀ ଆହୁରି ମଧ୍ୟ କହିଛିଯେ, ଏହି ପୁରୁଷ ଏଡିସ ଏଇଜେପ୍ଟି ମଶା ଭିନ୍ନ ଲିଙ୍ଗର ମଶାଙ୍କ ସହ ପ୍ରଜନନ କରିପାରିବେ। ଏପରି ହେବା ଦ୍ୱାରା ଭିନ୍ନ ଲି-ଙ୍ଗର ମଶା ରୋଗ ସୃଷ୍ଟିକାରୀ ଶକ୍ତି ହରାଇବେ। ଏହାଦ୍ୱାରା ରୋଗ ସୃଷ୍ଟିକାରୀ ମଶାଙ୍କ ଉପରେ ସମ୍ପୂର୍ଣ ଭାବରେ ନି-ୟନ୍ତ୍ର-ଣ କରାଯାଇ ପାରିବ।

ଫ୍ଲୋରିଡା ମସ୍କିଟୋ କଣ୍ଟ୍ରୋଲ ଡିଷ୍ଟ୍ରିକ୍ଟର ଅଧିକାରୀ ଆଣ୍ଡ୍ରେୟା ଲିଲଙ୍କ କହିବା ଅନୁସାରେ, ଏହି ପ୍ରକଳ୍ପ ଦ୍ୱାରା ମଶା ଦ୍ୱାରା ବ୍ୟାପୁଥିବା ଘା-ତ-କ ରୋଗ ଉପରେ ପ୍ରତିବନ୍ଧକ ଲଗାଯିବ। ଯାହା ସହରବାସୀଙ୍କ ସମେତ ବନ୍ୟ ଜୀବଜନ୍ତମାନଙ୍କୁ ମଧ୍ୟ ସୁ-ରକ୍ଷି-ତ ରଖିବ। ଫ୍ଲୋରିଡାରେ ଥିବା ମାତ୍ର ୪ ପ୍ରତିଶତ ମଶା ହିଁ ଜୀ-ବ-ନଘା-ତକ ରୋଗ ବାହକର ମୁଖ୍ୟ କାରଣ ହୋଇଥାନ୍ତି। ଡେଙ୍ଗୁ, ଜିକା ଭଳି ରୋଗ ସୃଷ୍ଟିକାରୀ ଭାଇରସ ଏହି ମଶାମାନଙ୍କ ମାଧ୍ୟମରେ ସଂକ୍ରମିତ ହୋଇଥାଏ।

ଅକ୍ସିଟେକର କହିବା ଅନୁସାରେ, ଏହି ନୂଆ ପ୍ରଯୁକ୍ତିବିଦ୍ୟା ପ୍ର-ଜନ-ନ ଯୋଗ୍ୟ ମଶାଙ୍କୁ ନି-ପା-ତ କରିବାରେ ସଫଳ ହେବ। ଏହାଦ୍ୱାରା ମଶା ନି-ୟନ୍ତ୍ର-ଣ ପାଇଁ ହେଉଥିବା ଖର୍ଚ୍ଚ ୯୦ ପ୍ରତିଶତ ଯାଏଁ ହ୍ରା-ସ ପାଇବ। ବ୍ରାଜିଲ ପୂର୍ବରୁ ମଧ୍ୟ ଏହିପରି ଜ୍ଞାନ କୌଶଳରେ ରୋଗ ସୃଷ୍ଟିକାରୀ ମଶାଙ୍କ ସଂଖ୍ୟାକୁ ୯୫ପ୍ରତିଶତ ପର୍ଯ୍ଯନ୍ତ ହ୍ରା-ସ କରିପାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *