ପିଲାମାନେ ହୋଇପାରନ୍ତି କରୋନାର ତୃତୀୟ ଲହରର ଶିକାର, ଏବେଠାରୁ ରଖନ୍ତୁ ଏମିତି ସାବଧାନତା,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

କୋଭିଡ଼-19 ର ଦ୍ଵିତୀୟ ଲହରୀରେ ସାରା ଦେଶ ବର୍ତ୍ତମାନ ଆଶ୍ୱାସନା ହୋଇପାରିନାହିଁ । କିନ୍ତୁ ଦେଶରେ କରୋନାର ତୃତୀୟ ଲହରୀ ପ୍ରବେଶ କରି ଡ଼ରାଇ ଦେଇଛି । ଏହି ତୃତୀୟ ସୋପାନର ଲହରୀରେ ଛୋଟ ପିଲାମାନେ ଶିକାର ହୋଇପାରନ୍ତି । ଏହାବ୍ୟତୀତ ରାଜ୍ୟ ସରକାର ନିଜର ପିଲାଙ୍କ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅଭିଭାବକ ମାନେ କହୁଛନ୍ତି, କଣ ଆମେ ଆମ ପିଲାଙ୍କର ପ୍ରତିରୋଧକ ଶକ୍ତି ସୁଧାରିପାରିବୁ କି ! ଆସନ୍ତୁ ଜାଣିବା ଏକ୍ସପର୍ଟ ମାନଙ୍କ ଠାରୁ ସବୁକିଛି ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି କି, ରାଜ୍ୟରୁ ଏବେପର୍ଯ୍ୟନ୍ତ 0 ରୁ 10 ବର୍ଷର ଏକଲକ୍ଷ 45 ହଜାର 930 ପିଲା ସଂକ୍ରମିତ ହୋଇଯାଇଛନ୍ତି । ଏଠାରେ ପ୍ରତିଦିନ 300 ରୁ 500 ପାଖାପାଖି ପିଲା ସଂକ୍ରମିତ ହେଉଛନ୍ତି । ସେହିପରି ମହାରାଷ୍ଟ୍ରରେ 11 ରୁ 20 ବର୍ଷର 3 ଲକ୍ଷ 29 ହଜାର 709 ଜଣ ସଂକ୍ରମିତ ହୋଇସାରିଛନ୍ତି । ଏମିତିରେ ପିଲାଙ୍କ ପାଇଁ ଅଭିଭାବକ ମାନଙ୍କ ଚିନ୍ତା ପୂର୍ବାପେକ୍ଷା ବହୁତ ବଢିଯାଇଛି ।

ଗୋରଖପୁରର ପର୍ବାଞ୍ଚଳ ମଲ୍ଟି ସ୍ପେଶାଲିଷ୍ଟ ଓ କ୍ରିଟିକାଲ କେୟାର ହସ୍ପିଟାଲର ନବଜାତ ଶିଶୁ ଓ ଶିଶୁ ରୋଗ ବିଶେଷଜ୍ଞ ଡ଼କ୍ଟର ପ୍ରମୋଦ ନାୟକ କହନ୍ତି କି, କରୋନାର ପ୍ରଥମ ଲହରୀରେ ବୃଦ୍ଧଲୋକ ବହୁତ ସଂକ୍ରମିତ ଥିବାବେଳେ ଦ୍ଵିତୀୟ ଲହରୀରେ ଯୁବାବର୍ଗ ଓ ତୃତୀୟ ଲହରୀରେ ବିଶେଷଜ୍ଞଙ୍କ କହିବାହେଲା, ଛୋଟ ପିଲା ସଂକ୍ରମିତ ହୋଇପାରନ୍ତି ।

ଡ଼କ୍ଟର ପ୍ରମୋଦ କହିଛନ୍ତି କି, ଏବେ ଯେତେବେଳେ ବର୍ତ୍ତମାନ ପ୍ରୋଟୋକଲରେ ପିଲାଙ୍କୁ ଭ୍ୟାକ୍ସିନେସନରେ ଅଣାଯାଇନାହିଁ ଓ ତାଙ୍କ ପାଇଁ ସ୍ପେସିଆଲ ଭ୍ୟାକ୍ସିନ ମଧ୍ୟ ନାହିଁ । ଏହାସହ ଆମେ ତାଙ୍କ ଇମ୍ୟୁନିଟିକୁ ଆହୁରି ବୁଷ୍ଟଅପ କରିପାରିବା । ଆପଣ ଛଅମାସ ର ଅଧିକ ପିଲାଙ୍କୁ କିଛି ସପ୍ଲିମେଣ୍ଟ ମଧ୍ୟ ଦେଇପାରିବେ ।

ପିଲାଙ୍କୁ ସପ୍ଲିମେଣ୍ଟ ଦିଅନ୍ତୁ :-

ଡ଼କ୍ଟରଙ୍କ ମୁତାବିକ, ଆପଣ ପିଲାଙ୍କୁ ତୟ ସୀମା ପର୍ଯ୍ୟନ୍ତ ଭ୍ୟାକ୍ସିନ ଦେଇପାରିବେ । ଏଥିରେ 15 ଦିନ ପାଇଁ ଜିଙ୍କ, ଗୋଟିଏ ମାସ ପାଇଁ ମଲ୍ଟି ଭିଟାମିନ ଓ ଗୋଟିଏ ମାସ ପାଇଁ କ୍ୟାଲସିୟମ କୋର୍ସ କରିପାରିବେ । ଏହା ଆପଣଙ୍କ ଇମ୍ୟୁନିଟିକୁ ବୁଷ୍ଟ କରିଥାଏ କିନ୍ତୁ ଆପଣ ଭିଟାମିନର ପ୍ରାକୃତିକ ଶ୍ରେଣୀ ଉପରେ ନିର୍ଭର ରୁହନ୍ତୁ ।

ଏହାବ୍ୟତୀତ ଆପଣ ନିଜର ପିଲାଙ୍କୁ ପ୍ରତି ମୁହୂର୍ତ୍ତରେ କୋଭିଡ଼ ପ୍ରୋଟୋକଲ ଫଲୋ କରିବାକୁ କୁହନ୍ତୁ । ଘରେ ପିଲାଙ୍କ ଠାରୁ କିଛି ପରିମାଣରେ ସୋସିଆଲ ଡିଷ୍ଟାନସିଂ ବନାଇ ରଖିବାକୁ ପଡିବ । ଏହାବ୍ୟତୀତ ପିଲାଙ୍କୁ ଜ୍ୱର ଓ ପେଟ ଯନ୍ତ୍ରଣା ଭଳି ରୋଗରୁ ବଞ୍ଚାଇବାର ଅଛି । କାରଣ ଏଥିରେ ତାଙ୍କୁ ଇମ୍ୟୁନିଟି ଲସ ହୋଇଥାଏ । ଏଥିପାଇଁ ପିଲାଙ୍କୁ ଅଧିକ ଥଣ୍ଡା ପାଣି ପିଇବା କିମ୍ବା ବାହାର ଖାଦ୍ୟ ଖାଇବାରୁ ଅଟକାନ୍ତୁ ଓ ତାଜା ପନିପରିବା ଖାଆନ୍ତୁ ।

ଶିଶୁ ରୋଗ ବିଶେଷଜ୍ଞ ଉପଦେଶ ଦେଇଛନ୍ତି କି, ପିଲାମାନଙ୍କ ଠାରେ ହାଲକା ଲକ୍ଷଣକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ଯଦି ପିଲାଙ୍କ ଠାରେ କାଶ, ମୁଣ୍ଡବିନ୍ଧା, ଜ୍ୱର ଭଳି ସମସ୍ୟା ଦେଖାଦିଏ ତାହେଲେ ସଙ୍ଗେ ସଙ୍ଗେ ଡ଼କ୍ଟରଙ୍କ ଉପଦେଶ ପାଳନ କରନ୍ତୁ । ପିଲାଙ୍କ କୋଭିଡ଼ ଯାଞ୍ଚ ନିଶ୍ଚିତ ରୂପରେ କରାନ୍ତୁ । ଡ଼କ୍ଟରଙ୍କ ଉପଦେଶ ବିନା ନିଜର ପିଲାଙ୍କୁ ଆଣ୍ଟିବାୟୋଟିକ ଓ ଅନ୍ୟ ଜିନିଷ ଦେବା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ଆପଣାନ୍ତୁ ଏହି ଜରୁରୀ ଟିପସ :-

ବାହାରୁ ଆସୁଥିବା ପିଲାଙ୍କ ସଂସ୍ପର୍ଶରେ ପିଲାଙ୍କୁ ଆଣନ୍ତୁ ନାହିଁ।

ପିଲାଙ୍କୁ କୌଣସି ବଜାର କିମ୍ବା ଫନକ୍ସନକୁ ନିଅନ୍ତୁ ନାହିଁ ।

ଯଦି ଘରେ କେହି ଅସୁସ୍ଥ ହୋଇପଡୁଛି ତାହେଲେ ପିଲାଙ୍କୁ ଏନ 95 ମାସ୍କ ପିନ୍ଧାନ୍ତୁ ଓ ତାଙ୍କୁ ଗୋଟିଏ ରୁମରେ ହିଁ ରଖନ୍ତୁ ।

ପିଲାଙ୍କୁ ଅନ୍ୟ ପିଲାଙ୍କ ସହିତ ଖେଳିବାକୁ ଅନୁମତି ଦିଅନ୍ତୁ ନାହିଁ।

ପିଲାଙ୍କ ମନୋବଳକୁ ସର୍ବଦା ଉଚ୍ଚାରେ ରଖନ୍ତୁ, ତାଙ୍କୁ କରୋନାକୁ ନେଇ ଭୟାବହ ଦେଖାନ୍ତୁ ନାହିଁ । ତାଙ୍କୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା ବୁଝାଇବାକୁ ଚେଷ୍ଟା କରନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *