ନାତି କହିଲା – ଏଇଟା ମୋ ବାପାଙ୍କ ଘର, ତେଣୁ ଜେଜେମା ରା-ଗରେ ଦେଲେ ଏମିତି ଜବାବ, ଦେଖନ୍ତୁ ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ | କିଛି ଭିଡିଓ ଇମୋସନାଲ ହୋଇଥାଏ ତ ଆଉ କିଛି ଭିଡିଓ ଏପରି ହୋଇଥାଏ, ଯାହାକୁ ଦେଖି ମୁହଁରେ ହସ ଆସିଯାଏ | ଇଣ୍ଟରନେଟରେ କେତେବେଳେ କଣ ଟ୍ରେଣ୍ଡ କରେ, ତାହା କେହି କହିପାରିବେ ନାହିଁ | ଏପରି ପରିସ୍ଥିତିରେ ଜଣେ ଜେଜେମା-ନାତିର ଏକ ମଜାଳିଆ ଭିଡିଓ ଆଜିକାଲି ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ |

ଭାଇରଲ ହେଉଥିବା ଏହି ଭିଡିଓରେ ଜଣେ ନାତି ମଜାରେ କହିଦେଲା ଯେ ଘର ହେଉଛି ତାର ଏବଂ ତା ବାପାଙ୍କର, ତେଣୁ ଜେଜେମା ରାଗିଗଲେ | ରାଗରେ ଜେଜେମା ମଧ୍ୟ ଏଭଳି ଜବାବ ଦେଲେ, ଯାହାକୁ ଶୁଣି ଆପଣ ମଧ୍ୟ ହସିବାକୁ ଲାଗିବେ | ଭିଡିଓରେ ନାତି କହୁଛି, ” ଜେଜେମା ତୁମକୁ ଜଣାଅଛି ଯେ ମୁଁ ତୁମର ନାତି” | ଯାହା ଉପରେ ଜେଜେମା କହୁଛନ୍ତି, ‘ସେଇଟା ତ ମତେ ଜଣାଅଛି, କିନ୍ତୁ କଣ ଚାହୁଁଛୁ’ | ନାତି କହୁଛି ଯେ ‘ଏଇଟା ମୋ ବାପାଙ୍କ ଘର’ | ଯାହା ଉପରେ ରାଗିଯାଇ ଜେଜେମା କହୁଛନ୍ତି, ” ବାପା ତ ପରେ ଆସିଲା, ମୁଁ ତିଆରି କରିଛି | ଏଇଟା ମୋ ଘର, ଯାଅ ତୁମେ ଏଠାରୁ’ | ନାତି ତାଙ୍କୁ ପଚାରୁଛି ଯେ ଜେଜେମା ଆମେ କୁଆଡେ ଯିବୁ ? ତେଣୁ ଜେଜେମା କହୁଛନ୍ତି, ” ଠିକଅଛି, ଏଇ ଘରେ ପଡ଼ି଼ରୁହ ” |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କୁ ବହୁତ ଭଲ ଲାଗୁଛି | ଲୋକମାନେ ଏହାକୁ କେବଳ ପରସ୍ପରକୁ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ଦେଉଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି | ଜଣେ ୟୁଜର କହିଛନ୍ତି, ” ବିନ୍ଦାସ ଜେଜେମା ” | ଆଉ ଜଣେ ଲେଖିଛନ୍ତି, ଆପଣଙ୍କ ଜେଜେମାଙ୍କୁ ଦେଖି ମୋ ଜେଜେମାଙ୍କ କଥା ମନେ ପଡିଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *