ସାମ୍ନାକୁ ଆସିଲା ବଡ଼ ଖବର : ଆଇପିଏଲ ୨୦୨୧ ର ବାକି ମ୍ୟାଚ ଇଂଲଣ୍ଡରେ ଆୟୋଜିତ ହୋଇପାରେ

ଘାତକ କରୋନା ମହାମାରୀର ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଡିଛି । ଏହି ପ୍ରତିଷ୍ଠିତ t-20 ଲିଗ 29 ମ୍ୟାଚ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଗଲା । ଏହି ସମୟରେ ଇଂଲିଶ କାଉଣ୍ଟିର ଏକ ଗ୍ରୁପ ସେପ୍ଟେମ୍ବର ମାସରେ ଆଇପିଏଲ 2021 କୁ ଉଦଘାଟିତ କରାଇବାକୁ ନିଷ୍ପତ୍ତି ନେଇଛି । ଏସସିସି, ସରେ, ଲଙ୍କାଶାୟର, ୱାର୍କୀଶାୟାର ଯିଏକି ଲର୍ଡ୍ସ ଆଧାରିତ ଅଟନ୍ତି । ଦ କିଆ ଓଭାଲ, ଏଜବାସ୍ତନ ଓ ଏମିରାଟ ଓଲଡ଼ ଟ୍ରାଫଡ଼ ସେହି ସମୂଦାୟର ଅଂଶ ଅଟନ୍ତି ଯିଏକି ଇସିବି କୁ ପତ୍ର ଲେଖି ଆଇପିଏଲ ଆୟୋଜିତ କରିବାକୁ ପେଶକଶ କରିଛନ୍ତି ।

କ୍ରିକଇନ୍ଫୋ ରିପୋର୍ଟ ମୁତାବିକ, ଏହି ମାମଲାକୁ ଆଇସିସି ର ଏନସିଇ ଭର୍ଚୁଆଲ ବୈଠକରେ ଉଠାଯିବ । ଆଇପିଏଲ ର 14ତମ ସିଜିନରେ ମୋଟ 29 ଟି ମ୍ୟାଚ ଖେଳାଯାଇଥିଲା କିନ୍ତୁ କରୋନା ଭାଇରସ କାରଣରୁ ଏହାକୁ ସ୍ଥଗିତ କରିଦିଆଗଲା । କିଛି ଖେଳାଳିଙ୍କ ପରେ କିଛି ଷ୍ଟାଫ ମେମ୍ବର ପଜିଟିଭ ଆସିବାପରେ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଗଲା ।

ଆଇପିଏଲ ର ବାକି ମ୍ୟାଚକୁ ପୂରଣ କରିବାସହ କାଉଣ୍ଟି କହିଥିଲା କି, ଏହା ଉଚ୍ଚ ଖେଳାଳି ମାନଙ୍କୁ ଆଗାମୀ t-20 ବିଶ୍ୱକପରେ ବହୁତ ସହାୟକ ହେବ। ଭାରତରେ ଏହିବର୍ଷ t-20 ବିଶ୍ୱକପ ଆୟୋଜିତ ହେବାର ଥିଲା କିନ୍ତୁ କରୋନା ମାହାମାରୀର ବଢ଼ୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଏହାକୁ ସ୍ଥାନନ୍ତରଣ କରାଯାଇପାରେ ।

ଆଇପିଏଲର ଚାରୋଟି ଫ୍ରାଞ୍ଚାଇଜରୁ କୋଭିଡ଼-19 ମାମଲା ସାମ୍ନାକୁ ଆସିବାପରେ ମଙ୍ଗଳବାର ଦିନ 154ତମ ସିଜିନକୁ ସ୍ଥଗିତ କରାଗଲା । ବିସିସିଆଇ ଇଂଲଣ୍ଡ ମାମଲାରେ ସ୍ପଷ୍ଟ ନାହିଁ କି ଏହି ମାମଲାରେ ବିଚାର ହୋଇଛି କି ନାହିଁ ତାହା ମଧ୍ୟ ଜଣାନାହିଁ। କାଉଣ୍ଟି କୁ ଆଶା ରହିଛି କି, ମ୍ୟାଚ ଦର୍ଶକ ଭରା ଷ୍ଟାଡିୟମରେ ଖେଳାଯିବ। ଏହାମଧ୍ୟ ଆଶା କରାଯାଉଛି କି, ଯଦି ଆଇପିଏଲ ୟୁଏଇରେ ହେବ ତାହେଲେ ପ୍ରତିଦିନ ଦୁଇଟି ମ୍ୟାଚ ସମ୍ଭବ ଅଟେ । ସେହିପରି ଗ୍ରୁପ ମ୍ୟାଚ ଓ ନକଆଉଟ ମ୍ୟାଚ ମଧ୍ୟରେ କୌଣସି ଅନ୍ତର ରହିବନାହିଁ ।

ଏହି ଯୋଜନା ପାଇଁ ବର୍ତ୍ତମାନ କିଛି ବାଧା ମାନ ରହିଛି । ସବୁଠାରୁ ବାଧା ର ବିଷୟ ଏହା ଅଟେ କି, ମହାମାରୀ କେବେ ବଦଳିଯିବ ଏହାର ପୂର୍ବାନୁମାନ କରିବା ଅସମ୍ଭବ । ଦ୍ବିତୀୟରେ ହେଉଛି, ଭାରତରେ ହେବାକୁ ଥିବା t-20 ବିଶ୍ୱକପରେ ବର୍ତ୍ତମାନ କିଛି ନିଷ୍ପତ୍ତି ନିଆଯିବ ନାହିଁ । ଇଂଲଣ୍ଡରେ ଆଇପିଏଲ କରାଇଲେ ସେଠାରେ ଖେଳାଳି ମାନଙ୍କ ଆଇସୋଲେସନ ଇତ୍ୟାଦିକୁ ନେଇ ସମସ୍ୟା । ଯଦି ବା ଇଂଲଣ୍ଡରେ ଆଇପିଏଲ ହୁଏ ସେଠାରେ ଭାରତୀୟ ଖେଳାଳିଙ୍କୁ ସୁବିଧା ହେବ କାହିଁକି ନା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱାଲର୍ଡ଼ ଚମ୍ପିୟାନସିପ ମ୍ୟାଚ ସେଠାରେ ଖେଳାଯିବାକୁ ଯାଉଛି ।

ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜ ସେପ୍ଟେମ୍ବର 14 ତାରିଖ ମାଂଚେଷ୍ଟରରେ ହେବାକୁ ଅଛି । ଇଂଲଣ୍ଡ ଟିମ ପାଖରେ ସେହି ସମୟରେ ପାକିସ୍ତାନ ବିପକ୍ଷରେ t-20 ଅନ୍ତରାଷ୍ଟ୍ରୀୟ ସିରିଜ ପାଇଁ ବହୁତ କମ ସମୟ ରହିବ । କାଉଣ୍ଟିକି ଆଶା ରହିଛି କିଛି ଛାଡ଼ ସହିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଏଠାରେ ହୋଇପାରେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *