କୂଅରୁ ପାଣି ବାହାର କରିବା ପାଇଁ ଗ୍ରାମର ଜଣେ ବ୍ୟକ୍ତି ଲଗାଇଲେ ଗଜବ ଜୁଗାଡ଼,ଦେଖନ୍ତୁ କେମିତି ବାହାର କରୁଛନ୍ତି ?

ସୋସିଆଲ ମିଡିଆରେ ସାଧାରଣତଃ ଗଜବ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥାଏ । ଏହି ଭିଡ଼ିଓକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ଆମ ଦେଶରେ ପ୍ରତିଟି ଲୋକ ନିଜ କାମକୁ କରିବାପାଇଁ ଛୋଟ ହେଉ କିମ୍ବା ବଡ଼ ପ୍ରତିଟି ଜୁଗାଡ଼ ଲଗାଇ କରିଥାଏ ଓ ଶେଷରେ ଏଥିରେ ସଫଳ ହୋଇଥାଏ । କେତେଥର ଏହି ଜୁଗାଡ଼ କାରଣରୁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଯାଇଥାଏ । ଏହିପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବ୍ୟକ୍ତି ଜଣକ ନିଜର ଜୁଗାଡ଼ ମାଧ୍ୟମରେ କୂଅରୁ ପାଣି କାଢୁଛନ୍ତି ଓ ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି ।

ସୋସିଆଲ ମିଡିଆରେ ଏହି ଭିଡ଼ିଓଜୁ ଆଇଏଫଏସ ଅଫିସର ପ୍ରବୀଣ କାଶବାନ ଶେୟର କରିଥିଲେ । ଏହି ଭିଡ଼ିଓରେ ଗ୍ରାମର ଜଣେ ବ୍ୟକ୍ତି କୂଅରୁ ପାଣି ବାହାର କରିବାପାଇଁ ଭୌତ୍ତିକ ବିଜ୍ଞାନର ବ୍ୟବହାର କରିଥିଲେ । ଭିଡ଼ିଓ ଶେୟର କରି ସେ କ୍ୟାପ୍ସନରେ ଲେଖିଥିଲେ, ପାଣିର ମୂଲ୍ୟ ଦେଖନ୍ତୁ କେମିତି ଭୌତ୍ତିକ ବିଜ୍ଞାନ ବ୍ୟବହାର କରି କୂଅରୁ ପାଣି କଢ଼ାଯାଉଛି । ମେକାନିଜିମ କୁ ବୁଝିବାକୁ ଚେଷ୍ଟା କରନ୍ତୁ, ଏହା ରାଜସ୍ଥାନର ଏକ ସ୍ଥାନର ଅଟେ ।

ଭିଡ଼ିଓରେ ଆପଣ ଦେଖିପାରିବେ କୂଅ ପାଖରେ ଜଣେ ବ୍ୟକ୍ତି ଛିଡ଼ା ହୋଇଛି । କୂଅ ମଧ୍ୟରେ ଏକ ବଡ଼ କାଠ ଦୁଇଟି ଖମ୍ବ ମଧ୍ୟରେ ଲାଗିଛି । କୂଅ ପାଖରେ ଥିବା କାଠରେ ଦୌଡ଼ି ଲାଗିଛି ଓ ଏହି ଦୌଡିରେ ବ୍ୟକ୍ତି ଜଣକ ବାଲଟି ଲଗାଇ କୂଅ ଭିତରକୁ ପାଣି ଆଣିବାପାଇଁ ଫିଙ୍ଗୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ବର୍ତ୍ତମାନ 30 ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି ଓ ଏଥିରେ ଲୋକମାନଙ୍କର ବିଭିନ୍ନ କମେଣ୍ଟସ ମଧ୍ୟ ଆସୁଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *