ବାହାଘରରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ବର ସହିତ ୩୦ ଜଣଙ୍କୁ କରିଦେଲା ସଂକ୍ରମିତ,ଫୋଟୋ ଉଠାଉଥିବା

କରୋନା ମହାମାରୀର ଦ୍ଵିତୀୟ ଲହରୀ ସାରା ଦେଶରେ କହର ମଚାଉଛି । ହସ୍ପିଟାଲ ଠାରୁ ଆରମ୍ଭ କରି ମଶାଣି ଘାଟ ପର୍ଯ୍ୟନ୍ତ ଲାଇନ ଲାଗିଛି ଓ ଲୋକମାନେ ବହୁତ ସମସ୍ୟାରେ ଜୀବନ ଅତିବାହିତ କରୁଛନ୍ତି କିନ୍ତୁ ଏଭଳି ପରିସ୍ଥିତି ସତ୍ତ୍ୱେ ମଧ୍ୟ ଲୋକମାନେ ଅବହେଳା କରିବାରେ ତିଳେ ମାତ୍ର ବିଳମ୍ବ କରୁନାହାନ୍ତି । ଏମିତି ଏକ ଘଟଣା ମଧ୍ୟପ୍ରଦେଶର ନିବାଡ଼ି ଅଞ୍ଚଳରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିର ଭୁଲ ପାଇଁ ସାରା ଗ୍ରାମବାସୀ ଏହାର ଫଳ ଭୋଗୁଛନ୍ତି ।

ନିବାଡ଼ି ଜିଲ୍ଲାର ଲୁହରଗୁଆ ଗ୍ରାମର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବାପରେ 8 ଦିନ ପର୍ଯ୍ୟନ୍ତ ନିଜକୁ ଲୁଚାଇ ରଖିଥିଲା । ଏତିକି ମଧ୍ୟ ନୁହେଁ ସାରା ଗ୍ରାମରେ ବୁଲିବା ସହିତ ଏକ ବିବାହ ଉତ୍ସବରେ ମଧ୍ୟ ଯୋଗଦେଲା । ଏହି ବ୍ୟକ୍ତିର ଏହି ଟିକକ ଭୁଲ ପାଇଁ ବର୍ତ୍ତମାନ ଗ୍ରାମର 3 ଡ଼ଜନ ଲୋକ କରୋନାରେ ସଂକ୍ରମିତ ହୋଇଯାଇଛନ୍ତି । ବର୍ତ୍ତମାନ ସେଠାକାର ପରିସ୍ଥିତି ବହୁତ ଗମ୍ଭୀର ରହିଛି ।

ଯେତେବେଳେ ଏହିକଥା ପ୍ରଶାସନକୁ ଜଣାପଡିଥିଲା ସେତେବେଳେ ପ୍ରଶାସନ ସମ୍ପୂର୍ଣ ଗ୍ରାମକୁ ରେଡ଼ ଜୋନ ଘୋଷଣା କରିଦେଇଥିଲେ । ଗ୍ରାମରୁ କେହି ବାହାରକୁ କିମ୍ୱା ଗ୍ରାମ ଭିତରକୁ କୌଣସି ବ୍ୟକ୍ତି ଯାଇ ପାରିବନାହିଁ । ପୋ-ଲି-ସ ଗ୍ରାମର ମୁଖ୍ୟ ରାସ୍ତାରେ ବ୍ୟାରିଗେଟ ଲଗାଇ ଦେଇଛି ।

ଏହାମଧ୍ୟରେ ଡ଼କ୍ଟର ବର୍ତ୍ତମାନ ଗ୍ରାମର ଗୋଟିଏ ପରେ ଗୋଟିଏ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରୁଛନ୍ତି । ସେହିପରି ପୋ-ଲି-ସ ସଂକ୍ରମଣ ଖେଳାଇଥିବା ଯୁବକ ସହ ବିବାହ କରିଥିବା ଦୁଇଜଣଙ୍କ ନାମରେ ମାମଲା ଦାରଜ କରିଛି ।

ଏହି ମାମଲା ପୃଥ୍ୱୀପୁର କ୍ଷେତ୍ରର ଲୁହରଗୁଆ ଗ୍ରାମର ଅଟେ । ଏଠାରେ ଏକ 24 ବର୍ଷୀୟ ଯୁବକ କରୋନା ଏପ୍ରିଲ 27 ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲା । ସେ ନିଜକୁ କ୍ଵରେଣ୍ଟାଇନ କରାଇବା ବଦଳରେ ଗ୍ରାମରେ ବୁଲିଥିଲା ଓ ଏପ୍ରିଲ 29 ତାରିଖରେ ଏକ ବିବାହ ସମାରୋହରେ ମଧ୍ୟ ଉପସ୍ଥିତ ଥିଲା ଓ ଭୋଜନ ପରସୁଥିଲା ।

ଆଗାମୀ ଦିନ ଏପ୍ରିଲ 30 ତାରିଖରେ ମଧ୍ୟ ସେ ବରଯାତ୍ରୀରେ ସାମିଲ ହୋଇଥିଲା । ଏଠାରେ ସେ ଡ୍ୟାନ୍ସ କରିବା ସାଙ୍ଗକୁ ଫୋଟୋ ମଧ୍ୟ ଉଠାଇଥିଲା । ବିବାହରୁ ଫେରିବାପରେ ପୁଣି ଗ୍ରାମରେ ବୁଲିଥିଲା । ଏହାପରେ ଗ୍ରାମରେ ଗୋଟିକ ପରେ ଗୋଟିଏ ଲୋକଙ୍କୁ ସଂକ୍ରମଣ ହୋଇଗଲା । ପ୍ରାୟ 60 ଜଣ ଲୋକଙ୍କ ମଧ୍ୟରୁ 30 ଜଣ ପଜିଟିଭ ଆସିଥିଲେ ।

ପୋ-ଲି-ସ-ର ଏହା ଉପରେ କହିବା ହେଲା, ଗ୍ରାମର ମୁଖ୍ୟ ଫାଟକରେ ବର୍ତ୍ତମାନ ବ୍ୟାରିଗେଟ ଲଗାଯାଇଛି । କୌଣସି ଲୋକଙ୍କୁ ଘର ବାହାରକୁ ବାହାରିବା ପାଇଁ ଅନୁମତି ମିଳୁନାହିଁ। ପୋ-ଲି-ସ ସଂକ୍ରମଣ ଖେଳାଇଥିବା ବ୍ୟକ୍ତି ଓ ଅନ୍ୟ ଦୁଇଜଣଙ୍କ ନାମରେ ଅ-ଭି-ଯୋ-ଗ ଦାରଜ କରିସାରିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *