ହୋମିଓପାଥିକ ମେଡ଼ିସିନ ଖାଇ ଗୋଟିଏ ପରିବାରରେ ୮ ମୃ-ତ

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଟିପ୍ସ ସମସ୍ତ ଆପଣାଉଛନ୍ତି। ଯାହା ସେମାନଙ୍କ ପାଇଁ ପରେ ବି-ପ-ଦ-ଜ୍ଜ-ନ-କ ପ୍ରମାଣିତ ହେଉଛି। ଏହିଭଳି ଏକ ଘଟଣା ଛତିଶଗଡର ବିଳାସପୁର ଅଞ୍ଚଳରେ ଘଟିଛି। ହୋମିଓପାଥିକ ମେଡିସିନ ଖାଇ ଏକ ପରିବାରର ୮ ଜଣ ଲୋକଙ୍କର ମୃ-ତ୍ୟୁ ଘଟିଥିବା ବେଳେ ୪ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡିଛି। ଏମାନେ ସମସ୍ତେ ହୋମିଓପାଥିକ ମେଡିସିନ ଖାଇଥିଲେ ବୋଲି ଜଣାପଡିଛି। ଏହାପରେ ୮ ଜଣଙ୍କର ମୃ-ତ୍ୟୁ ହୋଇଛି ଓ ୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଳାସପୁର ସିଏମଓ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତିଯେ, ସେମାନେ ଖାଇଥିବା ହୋମିଓପାଥିକ ମେଡିସିନରେ ଆଲକହଲର ମାତ୍ରା ଅଧିକ ଥିଲା। ସ୍ବାସ୍ଥ୍ୟ ବିଭାଗର ଦଳ ଘ-ଟ-ଣା-ର ଯାଞ୍ଚ କରୁଛନ୍ତି। ତଦନ୍ତ ପରେ ରିପୋର୍ଟ ଆସିବା ପରେ ମୃ-ତ୍ୟୁ-ର ସ୍ପଷ୍ଟ କାରଣ ଜଣାପଡିବ। କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛିକି, ହୋମିଓପାଥିକ ମେଡ଼ିସିନ ଖାଇବା ଫଳରେ ଏଭଳି ଘଟିଛି।

ଘଟଣାପରେ ହୋମିଓପାଥିକ ମେଡ଼ିସିନ ଦେଇଥିବା ଡାକ୍ତର ବର୍ତ୍ତମାନ ଫେରାର ହୋଇଯାଇଛନ୍ତି। ପୋ-ଲି-ସ ତାଙ୍କୁ ସବୁଆଡେ ଖୋଜୁଛନ୍ତି।

ଆଜି ଦେଶରେ ୪ ଲକ୍ଷ ୧୨ ହଜାର ୨୬୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ବୃଦ୍ଧି ହୋଇଛି। ଇତି ମଧ୍ୟରେ ଦେଶରେ ଦିନକରେ ୩ ହଜାର ୯୮୦ ଜଣ କରୋନାରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ-ବ-ର-ଣ କରିଛନ୍ତି। ଦେଶରେ କରୋନା ମୃ-ତ୍ୟୁସଂଖ୍ୟା ୨ ଲକ୍ଷ ୩୦ ହଜାର ୧୬୮କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *