ଦେଖନ୍ତୁ ଭିଡିଓ : ଯୁବକଜଣକ ଖତରନାକ ଷ୍ଟାଇଲରେ ଚଳାଇଲେ ସାଇକେଲ, ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଲା ସାରା ଦୁନିଆ

ଇଣ୍ଟରନେଟର ଦୁନିଆ ସତରେ ସୁପର ପ୍ଲାଟଫର୍ମ ଅଟେ | ଏଠାରେ କେବେ କେଉଁ ଭଳି ଭିଡିଓ ହେଡଲାଇନରେ ରହିବ ତାହା କେହି କହିପାରିବେ ନାହିଁ | ସୋସିଆଲ ମିଡିଆରେ ଆଜିକାଲି କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ | ଏଥିମଧ୍ୟରୁ କିଛି ଭିଡିଓ ଏପରି ହୋଇଥାଏ, ଯାହାକୁ ଦେଖିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି | ଆଜିକାଲି ସୋସିଆଲ ମିଡିଆରେ ଫ୍ରାନ୍ସର ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ଭିଡିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ |

ଫ୍ରାନ୍ସର ଏହି ବ୍ୟକ୍ତି ଏକ ପୋଲର କୂଳରେ ତିଆରି ହୋଇଥିବା ଆର୍କ ଉପରେ ସାଇକେଲ ଚଳାଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି | ୧୮ ସେକେଣ୍ଡର ଏହି ଭିଡିଓ ଏପରି କିଛି ଖାସ ରହିଛି ଯେ ଏହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ | ଭିଡିଓକୁ ଦେଖିବା ପରେ ଏପରି ଲାଗୁଥିଲା ଯେ ଯେପରି ସାଇକେଲ ଚଳାଉଥିବା ବ୍ୟକ୍ତି ପୋଲରୁ ତଳକୁ ଗଳିପଡିବ | ଏହି କାରଣରୁ ଏହି ଭିଡିଓ ସାରା ଦୁନିଆଁ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି |

ଏହି ଭିଡିଓକୁ ସର୍ବପ୍ରଥମେ ଆଥଲିଟ ଏଂଟନୀ ବିଲୋନୀ ସେୟାର କରିଥିଲେ | ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବାମାତ୍ରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ଲେଖିବା ଆରମ୍ଭ କରିଦେଲେ | ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବାପରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକ ଦେଖିଲେଣି | କିଛି ଲୋକ ଷ୍ଟଣ୍ଟ କରୁଥିବା ଯୁବକଙ୍କୁ ବହୁତ ପ୍ରଶଂସା କରୁଥିବାବେଳେ ଅନ୍ୟ କିଛି ଲୋକ ସେ ପଡିଯିବେ ବୋଲି ମଧ୍ୟ ଡରକୁ ପ୍ରକାଶ କରୁଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *