ଭାରତରେ ଫସିଲେ ଅଷ୍ଟ୍ରେଲିଆ ଖେଳାଳି, BCCI ଏହି ପରି ଭାବରେ ସ୍ବଦେଶ ପଠାଇବାକୁ ନେଲା ନିଷ୍ପତ୍ତି,ଜାଣନ୍ତୁ ଉପରେ ସମ୍ପୂର୍ଣ୍ଣ ତଥ୍ୟ

କରୋନା ଭାଇରସ ସଂକ୍ରମଣକୁ ଦେଖି ବିସିସିଆଇ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରିଦେଇଛି । ଯେଉଁଥିପାଇଁ ବର୍ତ୍ତମାନ ବିଦେଶୀ ଖେଳାଳିଙ୍କୁ ସ୍ୱଦେଶ ଫେରାଇବାକୁ ଯୋଜନା କରାଯାଉଛି ।

ସେହିପରି ବିସିସିଆଇ 2021 ଇଣ୍ଡିଆନ ପ୍ରିମିୟର ଲିଗରେ ଭାଗ ନେଇଥିବା ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପ୍ରଥମେ ସ୍ବଦେଶ ଫେରାଇବା ପୂର୍ବରୁ ମାଲଦ୍ବୀପ ଓ ଶ୍ରୀଲଙ୍କା ପଠାଇବାକୁ ଯୋଜନା କରିଛି ।

କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ନିକ ହକଲେ ଏକ ପ୍ରେସ କଂଫ୍ରେସ ମିଟିଂରେ ସମ୍ବାଦଦାତାଙ୍କୁ କହିଥିଲେ, ବିସିସିଆଇ ଯେଉଁ କାମ କରୁଛି ତାହା ପୁରା ଭାରତରୁ ବାହାରକୁ ସ୍ଥାନାନ୍ତରଣ କରିବା ଅଟେ । ଯେଉଁଠାରେ ରହି ଆମ ଖେଳାଳି ଅଷ୍ଟ୍ରେଲିଆ ଫେରିବାକୁ ଅପେକ୍ଷା କରିବେ।

ସେ ଆଗକୁ କହିଥିଲେ, ବିସିସିଆଇ ଅନ୍ୟ ଯୋଜନା ଉପରେ କାର୍ଯ୍ୟ କରୁଥିଲା କିନ୍ତୁ ଏହା ମାଲଦ୍ବୀପ ଓ ଶ୍ରୀଲଙ୍କା ପର୍ଯ୍ୟନ୍ତ ସୀମିତ ରହି ପାରିଥିଲା । ବିସିସିଆଇ ଏଥିପାଇଁ ଚାର୍ଟଡ଼ ପ୍ଲେନ ଭଡ଼ାରେ ନେବାକୁ ପ୍ରତିବଦ୍ଧ ଅଟେ ।

ଅଷ୍ଟ୍ରେଲିଆ ଭାରତ ଯିବା ଉପରେ ଶକ୍ତ ପ୍ରତିବନ୍ଧକ ଲଗାଇ ଦେଇଛି । ମେ 15 ତାରିଖ ସୁଦ୍ଧା ଭାରତକୁ ଅଷ୍ଟ୍ରେଲିଆ କିମ୍ବା ଅଷ୍ଟ୍ରେଲିଆ ରୁ ଭାରତ ଆସିବା ସମ୍ପୂର୍ଣ୍ଣ ଅସମ୍ଭବ । ସେପଟେ ଆଇପିଏଲ ସ୍ଥଗିତ ହୋଇଯାଇଥିବାରୁ ଅଷ୍ଟ୍ରେଲିଆ ଖେଳାଳି ମାନେ ଭାରତରେ ଫସି ହୋଇ ରହିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *