ବଡ ଖବର:କରୋନା ରୋଗୀର ସମ୍ପର୍କୀୟ ମାନଙ୍କ ଠାରୁ ଘରୋଇ ବାହାନ ନେଇପାରିବେ ନାହିଁ ମନଇଚ୍ଛା ଦର, ସରକାର ସ୍ଥିର କରିଛନ୍ତି ଏହି ଦର

ମଧ୍ୟପ୍ରଦେଶରେ କରୋନା ରୋଗୀଙ୍କ ପରିବହନ ପାଇଁ ସରକାର ଘରୋଇ ଆମ୍ବୁଲାନ୍ସର ଦର ସ୍ଥିର କରିଛନ୍ତି|ସରକାରଙ୍କ ଦ୍ଵାରା ସ୍ଥିରୀକୃତ ଏହି ଦର ତତ୍କାଳୀନ ଲାଗୁ କରାଯାଇଛି|ମୁଖ୍ୟମନ୍ତ୍ରୀ ଶିଶରାଜ ସିଂ ଚୈହାନ ଓ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତଙ୍କ ନିର୍ଦ୍ଦେଶକ୍ରମେ ଉପମୁଖ୍ୟ ସଚିବ ପରିବହନର ଏନ୍ ଏନ୍ ମିଶ୍ରା ପ୍ରାଇଭେଟ୍ ଆମ୍ଵୁଲାନ୍ସର ଦର ନିର୍ଧାରଣ ଆଦେଶ ଜାରି କରିଛନ୍ତି|

ଜାରି ହୋଇଥିବା ଆଦେଶ ଅନୁଯାୟୀ ଏଏଲ୍ଏସ୍ ଆମ୍ବୁଲାନ୍ସ ଓ ବିଲ୍ଏସ୍ ଆମ୍ବୁଲାନ୍ସର ଦର ସହର ଓ ଗ୍ରାମୀଣ କ୍ଷେତ୍ରରେ କିମି ପ୍ରତି ହିସାବରେ ଦର ନିର୍ଧାରିତ କରାଯାଇଛି|

ଏଏଲ୍ଏସ୍ ଆମ୍ବୁଲାନ୍ସ ସହରୀ କ୍ଷେତ୍ର ପାଇଁ ୧୦କିମି ପାଇଁ ୫୦୦ ଟଙ୍କା ତଥା ଏହା ପରେ ୨୫ ଟଙ୍କା କିମି ପ୍ରତି ନିର୍ଧାରିତ ହୋଇଛି|ଗ୍ରାମୀଣ କ୍ଷେତ୍ରରେ ପ୍ରଥମ ୨୦ କିମି ପାଇଁ ୮୦୦ ଟଙ୍କା ଓ ଏହା ପରେ କିମି ପ୍ରତି ୨୫ଟଙ୍କା ନିର୍ଧାରିତ ହୋଇଛି|

ଏହିଭଳି ବିଲ୍ଏସ୍ ଆମ୍ବୁଲାନ୍ସ ପାଇଁ ସହର କ୍ଷେତ୍ରରେ ପ୍ରଥମ ୧୦ କିମି ପାଇଁ ୨୫୦ ଓ ଏହା ପରେ ୨୦ ଟଙ୍କା କିମି ପ୍ରତି ନିର୍ଧାରିତ କରାଯାଇଛି|ଏଥିପାଇଁ ଗ୍ରାମୀଣ କ୍ଷେତ୍ରରେ ପ୍ରଥମ ୨୦ କିମି ପାଇଁ ୫୦୦ ଟଙ୍କା ତଥା ଏହା ପରେ କିମି ପ୍ରତି ୨୦ଟଙ୍କା ନିର୍ଧାରିତ ହୋଇଛି|

ଏହା ପୂର୍ବରୁ ରାଜ୍ୟରେ କୋଭିଡ ୧୯ ଆକ୍ରାନ୍ତ ରୋଗୀଙ୍କ ପରିବହନ ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରାଇଭେଟ୍ ଆମ୍ବୁଲାନ୍ସ ପାଇଁ ଅଲଗା ଅଲଗା ଦର ଲାଗୁଥିଲା|ଆକ୍ରାନ୍ତଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ପୂରା ରାଜ୍ୟ ପାଇଁ ଏକ ପ୍ରକାରର ଦର ସ୍ଥିର କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *