RBI Press Conference :ଛୋଟ ୠଣଧାରୀଙ୍କ ପାଇଁ RBI ର ଵଡ ଘୋଷଣା,୨ ବର୍ଷ ପର୍ଯ୍ୟନ୍ତ ଉଠାଇପାରିବେ ଏହି ସ୍କିମର ଲାଭ,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

କରୋନା ପାଇଁ ଲଗାତାର ଅବସ୍ଥା ଖରାପ ହେଉଥିବା ସମୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଛୋଟ ଲୋନ ନେଉଥିବା କମ୍ପାନୀମାନଙ୍କ ପାଇଁ ବଡ ଘୋଷଣା କରିଛି|ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗଭର୍ଣ୍ଣର ଶଶିକାନ୍ତ ଦାସ ଆଜି ସକାଳ ୧୦ଟା ସମୟରେ ପ୍ରେସ କନଫରେନ୍ସ କରିଥିଲେ ଓ ଏମ୍ଏସ୍ଏମ୍ଇ ମାନେ ଛୋଟ ବ୍ୟବସାୟୀଙ୍କ ପାଇଁ ବହୁ ଘୋଷଣା କରିଛନ୍ତି|ଏଥିରେ କହିଛନ୍ତି ଯେ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ନେଉଥିବା ଛୋଟ କମ୍ପାନୀମାନଙ୍କୁ ଲୋନ ରିଷ୍ଟ୍ରକ୍ଚରିଙ୍ଗ ସୁବିଧା ଦିଆଯିବ|ମାନେ ସବୁ ଲୋନ ନେଇଥିବା କମ୍ପାନୀମାନେ ଏହି ସ୍କିମର ଲାଭ ଉଠାଇ ପାରିବେ, ଯେଉଁମାନେ ପୂର୍ବବର୍ଷ ଲୋନ ରିଷ୍ଟ୍ରକ୍ଚରିଙ୍ଗ ସୁବିଧା ନେଇନାହାନ୍ତି|ଏହାସହ ଛୋଟ କମ୍ପାନୀମାନେ ଯେଉଁମାନେ ପୂର୍ବବର୍ଷ ମାନେ କରୋନା ପୂର୍ବରୁ ୱବ୍ ସମୟରେ ଲୋନ ରିଷ୍ଟ୍ରକ୍ଚର କରିଥିଲେ ସେମାନେ ତାର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଢାଇପାରିବେ|ଯଦି କୈାଣସି ୧୦ ବର୍ଷ ପାଇଁ ଲୋନ ନେଇଥିଲେ ତାକୁ ୧୨ବର୍ଷ ପର୍ଯ୍ୟନ୍ତ ଲୋନ ରିଷ୍ଟ୍ରକ୍ଚର କରିପାରିବେ|

ମନେ କରନ୍ତୁ କୈାଣସି ବ୍ୟକ୍ତି ବା କମ୍ପାନୀ ୧୫ବର୍ଷର ଲୋନ ନେଇଛନ୍ତି|ଯଦି ସେହି ସମୟ ମଧ୍ୟରେ କୈାଣସି ଆର୍ଥିକ ସ୍ଥିତି ବା ବିପତ୍ତି ଆସିଥାଏ,ଯାହା ଫଳରେ ଋଣ ପରିଶୋଧ କରିବା କଷ୍ଟକର ହୋଇଥାଏ, ତେବେ ଋଣ ଦେଇଥିବା ବ୍ୟାଙ୍କ ବା ଆରବିଆଇ ଲୋନ ରିଷ୍ଟ୍ରକ୍ଚରିଙ୍ଗ ସୁବିଧା ଦେଇଥାଏ|ମାନେ ଯଦି ଆପଣ ୧୫ ବର୍ଷରେ ଋଣ ପରିଶୋଧ କରିନପାରିବେ ତେବେ ରିଷ୍ଟ୍ରକ୍ଚରିଙ୍ଗ ମାଧ୍ୟମରେ ୧୭,୧୮ ବା ୨୦ ବର୍ଷରେ ପରିଶୋଧ କରିପାରିବେ|ଯଦିଓ ଆପଣଙ୍କ ଲୋନ ରିଷ୍ଟ୍ରକ୍ଚରିଙ୍ଗ ସୁବିଧା ଆପଣଙ୍କ ବ୍ୟାଙ୍କ ଉପରେ ନିର୍ଭର କରେ|ଠିକ ଏଭଳି କରୋନାକୁ ରାଷ୍ଟ୍ରୀୟ ବିପତ୍ତି ମାନିବା ସହ ଆରବିଆଇ ୨୫ କୋଟି ପର୍ଯ୍ୟନ୍ତ ଛୋଟ ଋଣଧାରକଙ୍କୁ ଲୋନ ରିଷ୍ଟ୍ରକ୍ଚରିଙ୍ଗ ସୁବିଧା ଦେଇଛି|ଏଥିରେ ଏହି ବ୍ୟାପାରି ମାନଙ୍କୁ ଫଳପ୍ରଦ ହେବ ଯାହାର ବ୍ୟାପାରରେ ଏହି ସମୟରେ ପ୍ରଭାବିତ ହୋଇଛି|

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଛୋଟ କମ୍ପାନୀମାନେ ଯେଉଁମାନେ ଏମ୍ଏସ୍ଏମ୍ଇ ଅନ୍ତର୍ଗତ ଆସିଥାନ୍ତି ତାଙ୍କୁ କାମକାଜି ସୁବିଧା ମଧ୍ୟ ଦିଆଯାଇପାରେ|କିନ୍ତୁ ଏହା ବ୍ୟାଙ୍କ ଉପରେ ନିର୍ଭର କରେ ଯେ କାହାକୁ ବ୍ୟାଙ୍କିଙ୍ଗ କ୍ୟାପିଟାଲ ଦିଆଯିବ,କାହାକୁ ନାହିଁ|ବ୍ୟାଙ୍କିଙ୍ଗ କ୍ୟାପିଟାଲ ଦେବା ପୂର୍ବରୁ ବ୍ୟାଙ୍କ କମ୍ପାନୀମାନଙ୍କୁ କରୋନା ମହାମାରୀ ସମୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ଓ ପୁଣି ଏହି ନିଷ୍ପତ୍ତି ନେବେ|

ଆରବିଆଇର ପ୍ରେସ କନଫରେନ୍ସରେ ସାଧାରଣ ଲୋକଙ୍କୁ ଯାହାର ସବୁଠାରୁ ଅପେକ୍ଷା ଥିଲା ତାହା ଥିଲା ଲୋନ ମୋରୋଟୋରିୟମ|ଯଦିଓ ପୂର୍ବବର୍ଷ ମଧ୍ୟ ବହୁତ ଲୋକ ଲୋନ ମୋରୋଟୋରିୟମର ଲାଭ ଉଠେଇଥିଲେ,କିନ୍ତୁ ଏହିଥରର ବିପତ୍ତି ପୂର୍ବଠାରୁ ବଡ ଅଟେ|ଯଦିଓ ଗଭର୍ଣ୍ଣର ଶଶିକାନ୍ତ ଦାସଙ୍କ ପକ୍ଷରୁ ଏମିତି କିଛି ଇଣ୍ଡିକେସନ ଦିଆଯାଇନାହିଁ ଯେ ଲୋନ ମୋରୋଟୋରିୟମର ଲାଭ ଆସୁଥିବା ସମୟରେ ଦିଆଯିବ ନା ନାହିଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *