ଆଇପିଏଲ ୨୦୨୧ : ଆଇପିଏଲ ସ୍ଥଗିତ ହେବା ପରେ ପାକିସ୍ତାନ ଖେଳାଳି ଦେଲେ ବଡ଼ ବୟାନ,ଜାଣନ୍ତୁ କଣ କହିଲେ ପାକିସ୍ତାନ ଖେଳାଳୀ

ଭାରତରେ କରୋନା ଭାଇରସ ଅନିୟନ୍ତ୍ରିତ ହେବାରୁ ବିସିସିଆଇ ଆଇପିଏଲ 2021 କୁ ସ୍ଥଗିତ କରିଦେଇଛନ୍ତି । ଆଇପିଏଲ ସ୍ଥଗିତ ହେବାପରେ ବର୍ତ୍ତମାନ କ୍ରିକେଟ ଜଗତର ଲୋକ ନିଜର ମତ ଦେବା ଆରମ୍ଭ କରିଦେଇଛନ୍ତି ।

ବିଗତ ଦିନରେ ଇଂଲଣ୍ଡର ପୂର୍ବ ଅଧିନାୟକ ନାସିର ହୁସେନ, କରୋନାରେ ଆଇପିଏଲ ହେବାକୁ ନେଇ ନିଜର ନାରାଜ ଦର୍ଶଯାଇଥିଲେ । ଏହାମଧ୍ୟରେ ବର୍ତ୍ତମାନ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର ସୋଏବ ଆଖତର ମଧ୍ୟ ଜଡିତ ହୋଇଛନ୍ତି ।

ବିସିସିଆଇ ଆଇପିଏଲ ସ୍ଥଗିତ କରିବାର ନିଷ୍ପତ୍ତି ମଙ୍ଗଳବାର ନେଇଥିଲା । କାରଣ ସୋମବାର ଦିନ କେତେକ ଫ୍ରାଞ୍ଚାଇଜର ଖେଳାଳି ମାନଙ୍କ ଠାରେ ଏହି ଭାଇରସ ଦେଖାଦେଇଥିଲା ।

ଆଇପିଏଲ ଗଭର୍ନିଙ୍ଗ କାଉନ୍ସିଲ ଓ ବିସିସିଆଇ ଆଇପିଏଲଜୁ ଅଧାରୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସୋଏବ ଆଖତର ନିଜର ୟୁଟ୍ୟୁବରେ କହିଥିଲେ, ହିନ୍ଦୁସ୍ଥାନରେ ବର୍ତ୍ତମାନ ରାଷ୍ଟ୍ରୀୟ ସମସ୍ୟା ଆସିଛି । ସେ କହିଥିଲେ, ଭାରତରେ ଏହି ସମୟରେ ପ୍ରତିଦିନ 4 ଲକ୍ଷରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି ଓ ପ୍ରତିଦିନ ପାଖାପାଖି 10 ରୁ 12 ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ଏହି ସମୟରେ ଆଇପିଏଲ ହେବା ଉଚିତ ନୁହେଁ ।

ଖେଳ ଏକ ତମାଶା ହେବା ଉଚିତ ନୁହେଁ । 2008 ମସିହାରୁ ଟଙ୍କା କମାଯାଉଛି ଯଦି ଗୋଟିଏ ବର୍ଷ ଟଙ୍କା କମାଯିବ ନାହିଁ ତାହେଲେ କିଛି ଫରକ ପଡ଼ିବନାହିଁ । ଜଣାଇଦେଉଛୁ କି, ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ ଲକ୍ଷ୍ମୀପତି ବାଲାଜୀ, ମଇକେଲ ହାସି, କାଶୀ ବିଶ୍ଵନାଥମ ଓ ବସ କ୍ଲିନର କରୋନାରେ ପଜିଟିଭ ହୋଇଥିଲେ ।

ତାଙ୍କ ବ୍ୟତୀତ କୋଲକାତା ନାଇଟ ରାଇଡ଼ର୍ସର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅର ମଧ୍ୟ ପଜିଟିଭ ହୋଇଥିଲେ ।

ପାକିସ୍ତାନର ଏହି ଦ୍ରୁତ ବୋଲର କହିଛନ୍ତି, ଆମେ ପିଏସଏଲ ପାଇଁ ବାୟୋ ବବଲ ବନାଇଥିଲୁ ଯାହାକୁ ଫ୍ଲପ ଥିଲା । ହିନ୍ଦୁସ୍ଥାନ ମଧ୍ୟ ବାୟୋ ବବଲ ବନାଇଲା ତାହା ବି ଫ୍ଲପ ହେଲା। ଏହି ସମୟରେ ବିସିସିଆଇ ଆଇପିଏଲକୁ ସ୍ଥଗିତ କରି ଭଲ ନିଷ୍ପତ୍ତି ନେଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *