ଆଇପିଏଲ ୨୦୨୧ : BCCI ଦେଲା ସୂଚନା, ଆଇପିଏଲର ବାକି ମ୍ୟାଚ ପୁଣି ଏହି ଦିନ ହେବ ?

ଭାରତରେ କରୋନା ଭାଇରସ ସଂକ୍ରମଣ ଏତେ ଅନିୟନ୍ତ୍ରିତ ଯେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆଇପିଏଲକୁ ସ୍ଥଗିତ କରିଦେଇଛନ୍ତି ।

ଏହାମଧ୍ୟରେ ଆଇପିଏଲ ଫ୍ୟାନ୍ସ ମାନଙ୍କ ପାଇଁ ଖୁସିର ଖବର ସାମ୍ନାକୁ ଆସିଛି । ଏହି ଖବରଟି ହେଉଛି ବିସିସିଆଇ ସୂଚନା ଦେଇଛି କି, ସେପ୍ଟେମ୍ବର ମାସ ସୁଧା ଆଇପିଏଲର ବାକି ମ୍ୟାଚ ହେବ ।

ଏକ ରିପୋର୍ଟ ମୁତାବିକ କୁହାଯାଇଛି କି, ବିସିସିଆଇ ଆଇପିଏଲର ବାକି 31 ମ୍ୟାଚକୁ ସେପ୍ଟେମ୍ବର ମାସରେ କରାଇବ । ଏହି ସେପ୍ଟେମ୍ବର ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ ଶେଷ ହୋଇଯାଇଥିବ ଓ ଖେଳାଳି ମାନେ ଏହିସମୟରେ t-20 ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବେ ।

ଏହାମଧ୍ୟରେ ଆଇପିଏଲର ଚେୟାରମ୍ୟାନ ବ୍ରିଜେଶ ପଟେଲ ମଧ୍ୟ ଏହି ସମ୍ଭାବନାରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ଆମେ ଏହାକୁ ସେପ୍ଟେମ୍ବର ମାସରେ କରାଇବା ପାଇଁ ମୌକା ଖୋଜୁଛୁ । ସେହି ସମୟରେ ଆମକୁ ଆଇସିସି ଓ ଅନ୍ୟ ବୋର୍ଡର ଯୋଜନାକୁ ଦେଖିବା ଦରକାର ।

ବିସିସିଆଇ ଆଇପିଏଲ 2021 କୁ ମଙ୍ଗଳବାର ଦିନ ବନ୍ଦ ଘୋଷଣା କରିଦେଲେ । ଏହି ନିଷ୍ପତ୍ତି ଆଇପିଏଲ ଫ୍ରାଞ୍ଚାଇଜରୁ ଖେଳାଳି ମାନଙ୍କ ପଜିଟିଭ ବାହାରିବା ନେଇ ନିଆଯାଇଥିଲା । ଆଇପିଏଲ କାଉନ୍ସିଲ ଓ ବିସିସିଆଇ ଦ୍ୱାରା ଏହି ନିଷ୍ପତି ନିଆଯାଇଥିଲା ।

ଚେନ୍ନାଇ ସୁପର କିଙ୍ଗସ ଟିମର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କାଶୀ ବିଶ୍ଵନାଥମ, ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ, ବ୍ୟାଟିଂ କୋଚ୍ ମଇକେଲ ହାସି ଓ ଦଳର ବସ କ୍ଲିନର ମଧ୍ୟ କରୋନା ପଜିଟିଭ ହୋଇଥିଲେ ।

ତାଙ୍କ ବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦ ଉଇକେଟ କିପର ଋଦ୍ଧିମାନ ଶାହ, ଦିଲ୍ଲୀ କ୍ୟାପିଟାଲସର ଖେଳାଳି ଅମିତ ମିଶ୍ର ଓ କୋଲକାତାର ବରୁଣ ଚକ୍ରବର୍ତ୍ତୀ ସମେତ ସନ୍ଦୀପ ୱାରିଅର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଆଇପିଏଲ ସ୍ଥଗିତ ହେବାପରେ ପ୍ରତିଟି ଫ୍ରାଞ୍ଚାଇଜ ନିଜର ବିଦେଶୀ ଖେଳାଳି ମାନଙ୍କୁ ସ୍ବଦେଶ ଫେରାଇବାରେ ଯୋଜନା କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *