ନିଜ ଝିଅକୁ ଦିଅନ୍ତୁ ୧୫ ଲକ୍ଷ ଟଙ୍କାର ପୁରସ୍କାର, ପଢା ହେଉ କିମ୍ବା ବିବାହ,ସବୁ ସମୟରେ ଆସିବ କାମ, ପୁରା ହେବ ‘ସୁପରଗାର୍ଲ’ ହେବାର ସ୍ଵପ୍ନ ! ଜାଣନ୍ତୁ କେମିତି ??

ଯଦି ଆପଣ ମଧ୍ୟ ନିଜର ସୁପରଗାର୍ଲଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ଳାନ କରୁଛନ୍ତି ତେବେ ପଞ୍ଜାବ ନେସନାଲ ବ୍ଯାଙ୍କ ଆପଣଙ୍କୁ ଖାସ ସୁବିଧା ଦେଉଅଛି। ପଞ୍ଜାବ ନେସନାଲ ବ୍ଯାଙ୍କ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛି। ଜଣାଇଦେଉଛୁକି ବ୍ଯାଙ୍କର ଏହି ଅଫର ସାହାଯ୍ୟରେ ଆପଣ ସହଜରେ ନିଜର ଝିଅପାଇଁ ୧୫ଲକ୍ଷ ଟଙ୍କା ସେଭିଙ୍ଗ କରିପାରିବେ। ପଞ୍ଜାବ ନେସନାଲ ବ୍ଯାଙ୍କରେ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଏକାଉଣ୍ଟ ଖୋଲି ଆପଣ ନିଜର ଝିଅକୁ ଲକ୍ଷପତି କରିପାରିବେ। ଆସନ୍ତୁ ଆପଣଙ୍କୁ ଏହି ଏକାଉଣ୍ଟ ବିଷୟରେ ଜଣାଇବୁ, ଆପଣ କିପରି ୧୫ଲକ୍ଷ ଟଙ୍କା ପାଇବେ-

ସରକାର ଏହି ‘ବେଟୀ ବଚାଓ, ବେଟୀ ପଢାଓ’ ଅଭିଯାନକୁ ଏକ ଅଂଶ ଭାବରେ ଆରମ୍ଭ କରିଥିଲେ। ଏହି ଯୋଜନାରେ ଜଣେ ମାତା-ପିତା କିମ୍ବା ଅଭିଭାବକ, ନିଜର ଝିଅ ନାମରେ କେବଳ ଏକ ଏକାଉଣ୍ଟ ଖୋଲିପାରିବେ ଓ ଦୁଇଟି ଅଲଗା ଅଲଗା ଝିଅ ନାମରେ ଅଧିକତମ ଦୁଇଟି ଏକାଉଣ୍ଟ ଖୋଲି ପାରିବେ।

ପଞ୍ଜାବ ନେସନାଲ ବ୍ଯାଙ୍କ କରିଲା ଟୁଇଟ:-

ପଞ୍ଜାବ ନେସନାଲ ବ୍ଯାଙ୍କ ଟୁଇଟରେ ଲେଖିଲାକି ଆପଣ ଓ ଆମେ ମିଶି ଆପଣଙ୍କ ନହ୍ନି ପରୀର ସ୍ଵପ୍ନକୁ ଉଡାଣ ଦେବାରେ ସାହାଯ୍ୟ କରିବୁ। ଅଧିକ ସୂଚନା ପାଇଁ ଆପଣ ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ: https://tinyurl.com/rwy2e9je

ଏହା ବ୍ଯତୀତ ପଞ୍ଜାବ ନେସନାଲ ବ୍ଯାଙ୍କ ତରଫରୁ ଏକ ଫୋଟ ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ଲେଖାହୋଇଛିକି କେବେ ଟିଚର, କେବେ ଡାକ୍ତର, କେବେ କୁହେ ସୁପରଗାର୍ଲ ହେବ! ଆମେ ତୋ ପ୍ରସ୍ତୁତ ଅଛୁ? ସୁକନ୍ୟା ସମୃଦ୍ଧି ଯୋଜନା

କେତେ କରିବାକୁ ହେବ ଡିପୋଜିଟ:-

ଏଥିରେ ନ୍ଯୁନତମ ଡିପୋଜିଟ ୨୫୦ଟଙ୍କା କରିବାକୁ ହେବ। ଏହା ବ୍ଯତୀତ ଅଧିକତମ ଆପଣଙ୍କୁ ୧,୫୦,୦୦୦ଟଙ୍କା ପର୍ଯ୍ଯନ୍ତ ଡିପୋଜିଟ କରିପାରିବେ। ଏହି ଖାତାକୁ ଖୋଲିବା ଦ୍ଵାରା ଆପଣଙ୍କ ଝିଅର ପଢା ଓ ଆଗକୁ ହେବାକୁଥିବା ଖର୍ଚ୍ଚରୁ ଶାନ୍ତି ମିଳିଥାଏ।

କେତେ ମିଳିବ ସୁଧ:-

ସୁକନ୍ୟା ସମୃଦ୍ଧି ଯୋଜନାରେ ଏହି ସମୟ ବାର୍ଷିକ ସୁଧ ଦର ୭.୬ପ୍ରତିଶତ ଅଟେ। ଜଣାଇଦେଉଛୁକି କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ଯେକ ତିନି ମାସରେ ଏହି ସୁଧ ଦରକୁ ରିଭାଇଜ କରାଯାଏ। ଏଥିରେ ଅନେକ ଛୋଟ ଛୋଟ ସେଭିଙ୍ଗ ସ୍କିମ ମଧ୍ୟ ସାମିଲ ଅଛି। ଏହା ବ୍ଯତୀତ ଏହି ଯୋଜନାରେ ଗ୍ରାହକଙ୍କୁ ଟ୍ୟାକ୍ସରୁ ମଧ୍ୟ ଲାଭ ମିଳିଥାଏ।

କେବେ ମେଚ୍ଯୁର ହେବ ଏହି ଖାତା:-

ଖାତା ଖୋଲିବାର ତାରିଖରୁ ୨୧ବର୍ଷ ପରେ କିମ୍ବା ଝିଅର ୧୮ବର୍ଷ ହେବା ମାତ୍ରେ ବାହାଘରର ସମୟ(ବିବାହ ତାରିଖରୁ ୧ମାସ ପୂର୍ବେ କିମ୍ବା ତିନି ମାସ ପରେ) ସୁକନ୍ୟା ସମୃଦ୍ଧି ଖାତା ମେଚ୍ୟୁର ହୋଇଥାଏ।

କେଉଁସବୁ ଡକ୍ୟୁମେଣ୍ଟ ଦେବାକୁ ହେବ?

ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଖାତା ଖୋଲିବା ପାଇଁ ଆପଣଙ୍କୁ ଫର୍ମ ସହିତ ଏକ ପୋଷ୍ଟ ଅଫିସ କିମ୍ବା ବ୍ଯାଙ୍କରେ ନିଜର ଝିଅର ଜନ୍ମପଞ୍ଜୀକରଣକୁ ମଧ୍ୟ ଜମା କରିବାକୁ ହେବ। ଏହା ବ୍ଯତୀତ ପିଲା ଓ ମାତା-ପିତାଙ୍କ ପରିଚୟ ପତ୍ର(ପେନ କାର୍ଡ, ରାସନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ) ଓ ଅନ୍ୟାନ୍ୟ ପ୍ରମାଣ ପତ୍ର(ପାସପୋର୍ଟ, ରାସନ କାର୍ଡ, ବିଜୁଳି ବିଲ, ଟେଲିଫୋନ ବିଲ, ପାଣିର ବିଜୁଳୀ) ଜମା କରିବାକୁ ହେବ।

ମିଳିବ ୧୫ଲକ୍ଷ ଟଙ୍କା:-

ଜଣାଇଦେଉଛୁକି ଯଦି ଆପଣ ଏହି ସ୍କିମରେ ପ୍ରତ୍ଯେକ ମାସ ୩୦୦୦ ଟଙ୍କା ନିବେଶ କରିଥିବେ ଅର୍ଥାତ ବାର୍ଷିକ ୩୬୦୦୦ ଟଙ୍କା ଉପରେ ୧୪ବର୍ଷ ପରେ ୭.୬ପ୍ରତିଶତ ବାର୍ଷିକ କମ୍ପାଉଣ୍ଡ ହିସାବରେ ଆପଣଙ୍କୁ ୯,୧୧,୫୭୪ଟଙ୍କା ମିଳିବ। ୨୧ବର୍ଷ ଅର୍ଥାତ ମେଚ୍ଯୁରୀଟି ଉପରେ ଏହି ମୂଲ୍ୟ ପାଖାପାଖି ୧୫,୨୨,୨୨୧ ଟଙ୍କା ହୋଇଯିବ।

କେଉଁମାନେ ଖୋଲିପାରିବେ ଏହି ଯୋଜନାରେ ଖାତା:-

– ସୁକନ୍ୟା ସମୃଦ୍ଧି ଖାତା ଝିଅର ନାମରେ ମାଆ-ବାପା ଖୋଲିପାରିବେ।

– ଝିଅର ଜନ୍ମରୁ ୧୦ବର୍ଷ ବୟସ ପର୍ଯ୍ଯନ୍ତ କେବେବି ଏହି ଖାତା ଖୋଲିପାରିବେ।

– ଗୋଟିଏ ଝିଅ ନାମରେ କେବଳ ଗୋଟିଏ ହିଁ ଖାତା ଖୋଲିହେବ।

– ମାତା-ପିତା ଗୋଟିଏ ଝିଅ ପାଇଁ ଅଲଗା ଅଲଗା ଖାତା ଖୋଲିପାରିବେ ନାହିଁ।

– ପରିବାରରେ ଅଧିକରୁ ଅଧିକ ଦୁଇଟି ଝିଅ ପାଇଁ ଖାତା ଖୋଲିପାରିବେ।

– ବିଶେଷ ମାମଲାରେ ଜୁଡୱା-ତିଡୱା ପିଲାଙ୍କ ମାମଲାରେ ଦୁଇରୁ ଅଧିକ ଖାତା ଖୋଲିବାର ଅନୁମତି ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *