ପୂର୍ବତନ ରଣଜୀ କ୍ରିକେଟରଙ୍କର କରୋନାରେ ହେଲା ଦେ-ହା-ନ୍ତ, ଆଇପିଏଲ ଦଳରେ ମନୋନୀତ ହୋଇଥିଲେ

ପୂର୍ବତନ ରଣଜୀ କ୍ରିକେଟର ବିବେକ ଯାଦବଙ୍କର ଦେହାନ୍ତ ହୋଇଯାଇଛି। ମୃ-ତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇ ଯାଇଥିଲା। ଦୀର୍ଘ ଦିନ ଧରି ସେ କର୍କଟ ରୋଗ ସହ ଲ-ଢେ-ଇ କରୁଥିଲେ। କିଛି ଦିନ ପୂର୍ବେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ବିବେକଙ୍କୁ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଦେ-ହା-ନ୍ତ ହୋଇଯାଇଛି। ବିବେକ ରାଜସ୍ଥାନ ପାଇଁ ମଧ୍ୟ ଖେଳିସାରିଛନ୍ତି। ବିବେକଙ୍କର ଘରେ ସ୍ତ୍ରୀ ଏବଂ ଝିଅ ଅଛନ୍ତି।

ତାଙ୍କ ବନ୍ଧୁ ତଥା ରାଜସ୍ଥାନର ପୂର୍ବତନ କ୍ରିକେଟର ରୋହିତ ଜାଲାନି କହିଛନ୍ତିଯେ, ସେ କିଛି ବର୍ଷ ପୂର୍ବେ ପେଟ ଜନିତ କର୍କଟ ରୋଗରେ ଆ-କ୍ରା-ନ୍ତ ହୋଇଥିଲେ। ମାତ୍ର ସେ ସୁସ୍ଥ ହୋଇଯାଇଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ନିୟମିତ କେମୋର ଥେରାପି ପାଇଁ ଡାକ୍ତରଖାନା ଯିବାକୁ ପଡୁଥିଲା। ତାପରେ ସେ କରୋନା ସଂକ୍ରମିତ ହୋଇଥିଲେ ବୋଲି ଜଣାପଡିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡି ଯାଇଥିଲା। ବିବେକଙ୍କର ପରିବାରଲୋକ ଏ ସମ୍ବନ୍ଧରେ ସ୍ପଷ୍ଟ କରିଛନ୍ତି।

Google

ରାଜସ୍ଥାନ ପାଇଁ ୨୦୦୮ ମସିହାରେ ପ୍ରଥମ ଶ୍ରେଣୀ ଖେଳିବା ପରେ ଯାଦବ ୨୦୧୦-୧୧ ସିଜନରେ ରାଜସ୍ଥାନର ରଣଜୀ ଟ୍ରଫିର ବିଜେତା ଦଳରେ ସାମିଲ ଥିଲେ। ବରୋଦା ବିପକ୍ଷରେ ହୋଇଥିବା ଫାଇନାଲ ମ୍ୟାଚରେ ସେ ୪ଟି ଓ୍ବିକେଟ ନେଇଥିଲେ। ସେ ୨୦୧୨ର ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଦିଲ୍ଲୀ ଡେୟାରଡେଭିଲ୍ସ ଦଳ ପାଇଁ ମନୋନୀତ ମଧ୍ୟ ହୋଇଥିଲେ, ମାତ୍ର ଖେଳି ପାରିନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *