ବିଲ ଗେଟସ ଓ ମିଲିଣ୍ଡା ଛିନ୍ନ କଲେ ନିଜ ୨୭ ବର୍ଷର ସମ୍ପର୍କ ! ଝିଅ ଦେଲେ ଏମିତି ରିଆକ୍ସନ,ପଢନ୍ତୁ ପୁରା ଖବର

ବିଲ ଗେଟସ ଓ ମିଲିଣ୍ଡା ଗେଟସଙ୍କର ବଡ଼ ଝିଅ ଜେନିଫର ଗେଟସ ନିଜ ମାତା-ପିତାଙ୍କ ଅଲଗା ହେବାକୁ ନେଇ ମୁହଁ ଖୋଲିଛନ୍ତି । 25 ବର୍ଷୀୟ ଗେଟସ ନିଜର ଇଂଷ୍ଟା ଆକାଉଣ୍ଟରେ ପୋଷ୍ଟ କରି କହିଥିଲେ, ତାଙ୍କ ପରିବାର ବର୍ତ୍ତମାନ ସଂଘର୍ଷପୂର୍ଣ୍ଣ ସମୟରେ ଗତି କରୁଛି ଓ ବର୍ତ୍ତମାନ ତାଙ୍କୁ କିଛି ସ୍ପେସ ଆବଶ୍ୟକ ।

ବିଲ ଓ ମିଲିଣ୍ଡା କହିଥିଲେ, ତାଙ୍କୁ ଲାଗୁନାହିଁ ଯେ, ତାଙ୍କର ବାକି ଜୀବନ ଏକ ଦମ୍ପତ୍ତିଙ୍କ ଭଳି କଟିବ । ଉଭୟ କହିଥିଲେ କି, ସେ ଦୁନିଆର ସବୁଠାରୁ ବଡ଼ ବ୍ୟକ୍ତିଗତ ପରମାର୍ଥ ସଂସ୍ଥା ବିଲ ଆଣ୍ଡ ମିଲିଣ୍ଡା ଗେଟ ଫାଉଣ୍ଡେସନରେ ଏକତ୍ର କାମ କରୁଛନ୍ତି । ସେମାନେ କହିଥିଲେ, ସେମାନେ ଏକ ନୂଆ ଦିଗ ଆଡ଼କୁ ଆଗେଇବାକୁ ଯାଉଛୁ । ଏମିତିରେ ଆମେ ବର୍ତ୍ତମାନ ପରସ୍ପର ଠାରୁ ଅଲଗା ହେବାକୁ ଯାଉଛୁ ।

ଘୋଷଣା ର କିଛି ସମୟ ପରେ ଜେନିଫର ଗେଟସ ନିଜର ଇଂଷ୍ଟା ଷ୍ଟୋରୀ ପୋଷ୍ଟ କରିଥିଲେ ।

ସେ ସୋମବାର ଦିନ ଟ୍ୱିଟ କରି କହିଥିଲେ, ଆପଣ ସବୁ ଶୁଣିବାକୁ ପାଇଥିଲେ କି, ମୋ ମାତା- ପିତା ଅଲଗା ହେଉଛନ୍ତି। ପିପୁଲ ମାଗଜିନ ରିପୋର୍ଟ ମୁତାବିକ, ଏହା ଆମ ପୁରା ପରିବାର ପାଇଁ ସଂଘର୍ଷମୟ ସମୟ ଅଟେ ।

ଜେନିଫର କହିଥିଲେ, ମୁଁ ଏବେବି ଭାବୁଛି ଏହି ପରିସ୍ଥିତିରେ କେମିତି ନିଜର ଭାବନାକୁ ନିୟନ୍ତ୍ରଣ କରି ପରିବାରର ସମର୍ଥନ କରିବି ଓ ଏମିତି କରିବାପାଇଁ ମୁଁ ସ୍ପେସ ଚାହୁଁଛି । ମୁଁ ବ୍ୟକ୍ତିଗତ ଭାବରେ ଅଲଗାଓ ପାଖରେ କୌଣସି ଜିନିଷକୁ ନେଇ ଟିପ୍ପଣୀ କରିବିନାହିଁ । କୃପୟା ଜାଣିନିଅନ୍ତୁ କି, ଆପଣଙ୍କର ଏହି ଦୟାଳୁ ଶବ୍ଦ ମୋ ପାଇଁ ସମର୍ଥନ ଅଟେ ।

ଜେନିଫର କୁହନ୍ତି, ଆମର ଗୋପନୀୟତା ଇଛାକୁ ବୁଝିବାପାଇଁ ଧନ୍ୟବାଦ । ସୋସିଆଲ ମିଡ଼ିଆରେ ତାଙ୍କର ବୟାନ ବହୁତ ଭାଇରାଲ ହେବାରେ ଲାଗିଛି ।

ଜେନିଫର 2018 ମସିହାରେ ଷ୍ଟାନଫୋର୍ଡ଼ ୟୁନିଭର୍ସିଟିରେ ମାନବ ଜୀବ ବିଜ୍ଞାନରେ ଡିଗ୍ରୀ ସ୍ନାତକ ହାସଲ କରିଛନ୍ତି । ସେ ବିଲ ଓ ମିଲିଣ୍ଡାଙ୍କର ସବୁଠାରୁ ବଡ଼ ଝିଅ ଅଟନ୍ତି।

65 ବର୍ଷୀୟ ଗେଟସ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ଅଟନ୍ତି । ସେ ଦୁନିଆର ଚତୁର୍ଥ ଧନୀ ତାଲିକାରେ ରହିଛନ୍ତି । 56 ବର୍ଷୀୟ ମିଲିଣ୍ଡା ନିଜ ପତିଙ୍କ ସହ ବିଲ ଆଣ୍ଡ ମିଲିଣ୍ଡା ଫଉଣ୍ଡେସନ ଚଳାଇଥାଆନ୍ତି । ଏହି ଯୋଡିଙ୍କ ତିନୋଟି ପିଲା ରହିଛନ୍ତି । 25 ବର୍ଷୀୟ ଜେନିଫର, 18 ବର୍ଷୀୟ ଫୋଏବେ ଓ 21 ବର୍ଷୀୟ ରୋରି ଗେଟସ ରହିଛନ୍ତି।

ଏହି ଦମ୍ପତ୍ତିଙ୍କର ଆମେରିକାରେ ବହୁତ ସମ୍ପତ୍ତି ରହିଛି । ତାଙ୍କର ମେଦିନା ଓ ୱାଶିଂଟନରେ 66,000 ବର୍ଗ ଫୁଟର ମହଲ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *