କରୋନା ଲ-ଢେ-ଇରେ ଲୋକଙ୍କ ସେବା କରି ହାରିଗଲେ ୧୨୬ଜଣ ଡାକ୍ତର,ପ୍ରକୃତରେ ଡାକ୍ତରମାନେ ଟୀକା ନେଇଥିଲେ ନା ନାହିଁ ?

ଇଣ୍ଡିଆନ ମେଡିକାଲ ଆସୋସିଏସନ ତରଫରୁ ଏକ ତଥ୍ୟ ଜା-ରି କରି କୁହାଯାଇଛିଯେ ଚଳିତ ବର୍ଷ ୧୨୬ ଡାକ୍ତରଙ୍କର କରୋନାରେ ମୃ-ତ୍ୟୁ ହୋଇଛି। ଗତ ବର୍ଷ କରୋନାରେ ୭୩୬ଜଣ ଡାକ୍ତର ପ୍ରା-ଣ ହରାଇଥିଲେ। ଡାକ୍ତରଙ୍କ ମୃ-ତ୍ୟୁ ମା-ମ-ଲା ଦେଖିବାକୁ ଗଲେ ବିହାର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଆଇଏମଏ ଏହି ମାମଲାରେ ସରକାରଙ୍କୁ ଅନେକ ପ୍ରଶ୍ନ କରିଛି ଓ ଚିକିତ୍ସକଙ୍କର ସମସ୍ତ ଡାଟା ଦେବାକୁ ଦାବି କରିଛି। ଆଇଏମଏ ଚଳିତ ବର୍ଷ ପ୍ରାଣ ହରାଇଥିବା ଡାକ୍ତର ମାନଙ୍କର ଟୀକାକରଣର ସ୍ଥିତି ବିଷୟରେ ସନ୍ଧାନ କରୁଅଛି।

ଡାକ୍ତର ରବି ବାନଖେଡକର କହିଛନ୍ତିଯେ, ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ କରୋନାରେ ପ୍ରା-ଣ ହ-ରା-ଇଥିବା ବିଭିନ୍ନ ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଟୀକାକରଣର ଡାଟା ପ୍ରସ୍ତୁତ କରିବା ଉଚିତ। ଦୁର୍ଭାଗ୍ୟବଶତଃ ସରକାର ବର୍ତ୍ତମାନ ଏହି କାମ କରୁନାହାନ୍ତି। ଆଇଏମଏ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କର ଡାଟା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି। ଖାସ କଥା ହେଲାକି ଗତ ଜାନୁଆରୀରେ ଆରମ୍ଭ ହୋଇଥିବା ଟୀକାକରଣ କାର୍ଯ୍ୟକ୍ରମରେ ସରକାର ସର୍ବ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବାକୁ ନିଷ୍ପତ୍ତି ନେଇଥିଲେ।

Google

ଦେଶରେ ବର୍ତ୍ତମାନ ସୁଦ୍ଧା ୧୬କୋଟି ଜନତାଙ୍କ ପାଇଁ ଟୀକାକରଣ ହୋଇସାରିଛି। ଏଥିରୁ ୯୪.୭ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୬୩.୫ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜର ଟୀକା ଦିଆଯାଇଛି। ଏହାସହ ଆଇଏମଏ କୋଭିଡ ଶ-ହୀ-ଦଙ୍କ ପାଇଁ ଫ-ଣ୍ଡ ମଧ୍ୟ ପ୍ରସ୍ତୁତ କରୁଛି। କୋଭିଡରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ୧.୬ କୋଟି ଟଙ୍କା ବିତରଣ କରାଯିବ। ଗତବର୍ଷ ଆଇଏମଏ ସରକାରଙ୍କ ସମସ୍ତ ଡାଟାକୁ ଅମାନ୍ୟ କରାଯାଇଥିଲା। ସରକାରଙ୍କ ଡାଟାରେ କୁହାଯାଇଥିଲାଯେ କୋଭିଡରେ ୧୬୭ ଜଣ ଚିକିତ୍ସକଙ୍କର ମୃ-ତ୍ୟୁ ହୋଇଥିଲା। ଆଇଏମଏ କହିଥିଲାଯେ ୭୩୪ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମୃ-ତ୍ୟୁ ହୋଇଥିଲା।

ତଥ୍ୟ ଅନୁଯାୟୀ ସବୁଠାରୁ ଅଧିକ ବିହାରରେ ୪୯ଜଣ ଚିକିତ୍ସକଙ୍କର ମୃ-ତ୍ୟୁ ହୋଇଛି। ମହାମାରୀ ଆରମ୍ଭରୁ ବିହାରରେ ୧୯୨୬ଜଣଙ୍କର ମୃ-ତ୍ୟୁ ହୋଇଛି। ଅନ୍ୟପକ୍ଷରେ ୬ଟି ରାଜ୍ୟରେ ମୃ-ତ୍ୟୁ ସଂଖ୍ୟା ୧୦ହଜାରରୁ ଅଧିକ ରହିଛି। ଏଥିରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ମଧ୍ୟ ସାମିଲ ଅଛି। ବର୍ତ୍ତମାନ ୧୨ଟି ରାଜ୍ୟରେ ମୃ-ତ୍ୟୁ ସଂଖ୍ୟା ୫ହଜାରରୁ ଅଧିକ ରହିଛି।

Leave a Reply

Your email address will not be published. Required fields are marked *