କାହିଁକି ହାର୍ଟ ଆଟାକରେ ମୃ-ତ୍ୟୁ-ବ-ର-ଣ କରୁଛନ୍ତି କରୋନା ପଜିଟିଭ ଲୋକମାନେ ? ଜାଣନ୍ତୁ ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

କରୋନା ଭାଇରସର ଦ୍ୱିତୀୟ ଲହର ଆସିବା ପରେ ହସ୍ପିଟାଲ ରୋଗୀମାନଙ୍କ ପାଇଁ ପାଦ ରଖିବା ପାଇଁ ମଧ୍ୟ ସ୍ଥାନ ବଂଚୁନାହିଁ | ତେବେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ୮୦% ରୁ ଅଧିକ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ | ସେମାନେ ଘରେ ଟେଲିକନ୍ସଲଟେସନ ସାହାଯ୍ୟରେ ରୀକଭର ହୋଇପାରିବେ | କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଏହି ସଂକ୍ରମଣର ସାଇଡ ଇଫେକ୍ଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରରେ ରହିପାରେ ଏବଂ ବର୍ତ୍ତମାନ ତ ହାର୍ଟ ଡ୍ୟାମେଜର ମଧ୍ୟ ମାମଲା ସାମ୍ନାକୁ ଆସିଛି |

ଅକ୍ସଫୋର୍ଡ ଜର୍ଣ୍ଣାଲ ଦ୍ୱାରା କଣ୍ଡକ୍ଟ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କୋଭିଡ -୧୯ ରେ ପୀଡିତ ପ୍ରାୟ ୫୦% ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ସୁସ୍ଥ ହେବାର ଏକ ମାସ ପରେ ହାର୍ଟ ଡ୍ୟାମେଜ ହୋଇଛି | ତେଣୁ ସୁସ୍ଥ ହେବା ପରେ ମଧ୍ୟ ରୋଗୀର ହୃଦସ୍ପନ୍ଦନକୁ ଚେକ କରିବା ଜରୁରୀ ହୋଇପଡିଛି | ଏପରିକି ଏହାକୁ ଅଣଦେଖା କଲେ ମଧ୍ୟ ରୋଗୀର ଜୀବନ ବି-ପ-ଦ-ରେ ପଡିପାରେ |

ଏକ୍ସପର୍ଟମାନେ କହିଛନ୍ତି ଯେ କୋଭିଡ -୧୯ ର ସଂକ୍ରମଣ ଶରୀରରେ ଇନଫ୍ଲେମେସନକୁ ଟ୍ରିଗର କରିଥାଏ, ଯାହାଦ୍ୱାରା ହାର୍ଟର ମାଂସପେଶୀ ଦୁର୍ବଳ ହୋଇଯାଏ | ଏହା ହୃଦସ୍ପନ୍ଦନର ଗତି ଉପରେ ପ୍ରଭାବ ପକାଇଥାଏ ଏବଂ ଅସ୍ୱାଭାବିକ ଭାବରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ମଧ୍ୟ ସୃଷ୍ଟି ହେବାକୁ ଲାଗେ |

କେତେବେଳେ ହୁଏ ହାର୍ଟ ଫେଲ :-

ଜଣେ ମଣିଷର ହାର୍ଟ ସେତେବେଳେ ଫେଲ ହୁଏ, ଯେତେବେଳେ ତାର ହାର୍ଟର ମାଂସପେଶୀର ରକ୍ତକୁ ସେତେ ଆବଶ୍ୟକ ଭାବରେ ପମ୍ପ କରିପାରେ ନାହିଁ ଯେତିକି ତାକୁ ଆବଶ୍ୟକ ଥାଏ | ଏହି ଅବସ୍ଥାରେ ସଂକୀର୍ଣ୍ଣ ଧମନୀ ଏବଂ ହାଇ ବ୍ଲଡ଼ ପ୍ରେସର ହାର୍ଟକୁ ପର୍ଯ୍ୟାପ୍ତ ପମ୍ପିଂଗ ପାଇଁ ଦୁର୍ବଳ କରିଥାଏ | ଏହା ଏକ କ୍ରନିକ ସମସ୍ୟା ଅଟେ, ଯାହା ଠିକ ସମୟରେ ଚିକିତ୍ସାର ଅଭାବ ହେତୁ ବିଗିଡି ଯାଇପାରେ | ଠିକ ଚିକିତ୍ସା ଏବଂ ଥେରାପି ମଣିଷର ବୟସକୁ ବଢ଼ିପାରେ |

କଣ ରହିଛି ଚିକିତ୍ସା :-

ପ୍ରାରମ୍ଭ ପର୍ଯ୍ୟାୟରେ ଚିକିତ୍ସା ମିଳିଲେ ଏହାକୁ କଣ୍ଟ୍ରୋଲ କରାଯାଇପାରିବ | ହାର୍ଟ ଫେଲିୟରର ଆଡ଼ଭାନ୍ସ କେସରେ ଆବଶ୍ୟକ ହେଲେ ବାମ ଭେଣ୍ଟ୍ରିକୁଲାର ସହାୟକ ଉପକରଣ (LVAD) ପ୍ରଣାଳୀ କିମ୍ବା ଥେରାପି ସହିତ ଏକ ହାର୍ଟ ଟ୍ରାନ୍ସପ୍ଲାଟ କରାଯାଇପାରିବ | LVAD ବାମ ଭେଣ୍ଟ୍ରିକୁଲାରକୁ ସାହାଯ୍ୟ କରେ, ଯାହାକି ହାର୍ଟର ସବୁଠାରୁ ପ୍ରତିଷ୍ଠିତ ପମ୍ପିଂ ଚାମ୍ବର ଅଟେ | ଏହି ପରିସ୍ଥିତିରେ ଏକ ନିରାପଦ ବିକଳ୍ପ ଭାବରେ ବିବେଚନା କରାଯାଏ |

ହାର୍ଟ ଫେଲିୟରର ଲକ୍ଷଣ :-

ହାର୍ଟ ଫେଲ ହେବାପୂର୍ବରୁ ରୋଗୀର ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହୋଇପାରେ | ଏହା ବ୍ୟତୀତ ଦୁର୍ବଳତା ଏବଂ ଥକାପଣର ସମସ୍ୟା ବଢିବାକୁ ଲାଗେ | ପାଦ କିମ୍ବା ଗୋଇଠିରେ ଫୁଲିବା ଆରମ୍ଭ ହୁଏ | ହାର୍ଟ ବିଟ ଦ୍ରୁତ ଏବଂ ଅନିୟମିତ ହୋଇପାରେ | ଆପଣଙ୍କର ବ୍ୟାୟାମ କରିବାର କ୍ଷମତା ହ୍ରାସ ହୋଇପାରେ | କ୍ରମାଗତ କାଶ ଏବଂ ଫ୍ଲୁଡ଼ ରିଟେନ୍ସନ କାରଣରୁ ଓଜନ ବଢିପାରେ | ଭୋକ ଲାଗେନାହିଁ ଏବଂ ବାରମ୍ବାର ପରିସ୍ରା ହୋଇଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *