ଦେଖନ୍ତୁ ଭିଡିଓ : ବରଯାତ୍ରୀରେ ପିପିଇ କିଟ ପିନ୍ଧି ଆସିଲେ ଏହି ବ୍ୟକ୍ତି, ଘୋଡା ସାମ୍ନାରେ କଲେ ଧମାକାଦାର ଡାନ୍ସ ,ଦେଖନ୍ତୁ ସାଙ୍ଗ ପ୍ରତି କେତେ ମମତା

କରୋନାଭାଇରସ ଭାରତରେ:-

ଭାରତରେ କରୋନାଭାଇରସର ମାମଲା ଦୃତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ୩ ଲକ୍ଷରୁ ଅଧିକ ମାମଲା ରୁଜୁ କରାଯାଉଛି। ଏଭଳି ପରିସ୍ଥିତିରେ କମ ଲୋକଙ୍କ ମଧ୍ୟରେ ବାହାଘର ହେଉଛି। ବରଯାତ୍ରୀରେ ମଧ୍ୟ ବହୁତ କମ ଲୋକ ଯୋଗ ଦେଉଛନ୍ତି। ବରଯାତ୍ରୀରେ ଜଣେ ବ୍ୟକ୍ତି ପିପିଏ କିଟ ପିନ୍ଧି ଆସିଲେ ଘୋଡ଼ା ଆଗରେ ଧମାକାଦାର ଡାନ୍ସ କରିଥିଲେ। ଟ୍ୱିଟରରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଆଇପିଏସ ଅଧିକାରୀ ଏଚଜିଏସ ଧାଲିବାଲ ଏହି ଭିଡିଓକୁ ସେୟାର କରି ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।

ଭିଡିଓରେ ଏହା ଦେଖିବାକୁ ମିଳେଯେ, ଜଣେ ବ୍ୟକ୍ତି ପିପିଏ କିଟ ପିନ୍ଧି ବରଯାତ୍ରୀରେ ଆସନ୍ତି ଏବଂ ନାଚିବା ଆରମ୍ଭ କରନ୍ତି। ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏକାକୀ ନାଚନ୍ତି। ଏହି ଭିଡିଓ କେବେକାର ଏବଂ କେଉଁଠିକାର ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। କିନ୍ତୁ ବ୍ୟକ୍ତି ଜଣକ ନିୟମକୁ ଭଲ ଭାବରେ ପାଳନ କରିଛନ୍ତି, ତେଣୁ ତାଙ୍କର ବହୁତ ପ୍ରଶଂସା କରାଯାଉଛି।

ଆଇପିଏସ୍ ଅଧିକାରୀ ଏଚଜିଏସ ଧାଲିବାଲ ଏହି ଭିଡିଓକୁ ସେୟାର କରିବାବେଳେ କ୍ୟାପ୍ସନରେ ଲେଖିଛନ୍ତିଯେ, ‘ଏକ ସଚା ଦୋସ୍ତ।’

ଦେଖନ୍ତୁ ଭିଡିଓ:-

ଏହି ଭିଡିଓକୁ ଏପ୍ରିଲ ୨୯ ତାରିଖରେ ସେୟାର କରାଯାଇଥିଲା, ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଭ୍ୟୁ ହୋଇସାରିଛି। ଲୋକମାନେ ଏହି ଭିଡିଓକୁ ବହୁତ ଉପଭୋଗ କରୁଛନ୍ତି। ଜଣେ ୟୁଜର କହିଛନ୍ତିଯେ, ଏହି ଭିଡିଓ ଉତ୍ତରାଖଣ୍ଡର ଅଟେ।

ତାଙ୍କ କହିବାନୁସାରେ, ଭିଡିଓରେ ନାଚୁଥିବା ବ୍ୟକ୍ତି ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର, ଯିଏ ଦିନସାରା କରୋନା ରୋଗୀଙ୍କୁ ହସ୍ପିଟାଲରେ ଛାଡିବା ପରେ ଥକି ଯାଇଥିଲେ ଏବଂ ଥକା ଦୂର କରିବା ପାଇଁ ସେ ଏମିତି ନାଚୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *