ଡାକ୍ତର ପ୍ରସ୍ତୁତ କଲେ ଏକ ଅଦ୍ଭୁତ ମେସିନ,ପବନରୁ ଟାଣି ଆଣି ରୋଗୀଙ୍କୁ ଦେଉଛନ୍ତି ଏମରଜେନ୍ସି ଅକ୍ସିଜେନ,ଜାଣନ୍ତୁ ପୁରା ଖବର

ଏମପିର ଆଗର ମାଲବା ଜିଲ୍ଲାରେ ରୋଗୀଙ୍କୁ ଲଗାତାର ଅକ୍ସିଜେନର ଅଭାବ ଦେଖା ଦେବାରୁ ସେଠାକାର ସରକାରୀ ହସ୍ପିଟାଲର ଡ଼କ୍ଟର ସେମାନଙ୍କ ପାଇଁ ଏକ କମ୍ପ୍ରେସର ମେସିନ ପ୍ରସ୍ତୁତ କରିଦେଇଛନ୍ତି । ଏହି ମେସିନ ଦ୍ୱାରା ବାୟୁମଣ୍ଡଳରୁ ଅକ୍ସିଜେନ ଟଣାଯାଇ ରୋଗୀଙ୍କୁ ଆବଶ୍ୟକୀୟ ସମୟରେ ଦିଆଯାଇପାରିବ ।

ଆପଣଙ୍କୁ 3 ଇଡ଼ିଅଟ ଫିଲ୍ମ ବିଷୟରେ ତ ଜଣାଥିବ ଯେଉଁଥିରେ ଫିଲ୍ମ କଳାକାର ଆମୀର ଖାଁ ଏମରଜେନ୍ସି ସମୟରେ ଡିଲିଭରୀ ପାଇଁ ଭ୍ୟାକ୍ୟୁମ ବାଲା ମେସିନ ତିଆରି କରିଦେଇଥାଏ । ସେହିପରି ଆଗର ମାଲବା ଜିଲ୍ଲାରେ ସୁସନେର ର ସରକାରୀ ହସ୍ପିଟାଲରେ ପଦସ୍ଥ ଡ଼କ୍ଟର ଅକ୍ସିଜେନର ଅଭାବକୁ ଦୂର କରିବାପାଇଁ ଏକ ମେସିନର ଯୁଗାଡ଼ କରିଦେଇଛନ୍ତି ।

ହସ୍ପିଟାଲ ଆସୁଥିବା ଗମ୍ଭୀର ରୋଗୀଙ୍କୁ ଅକ୍ସିଜେନ ଅଭାବର ଶିକାର ଆସିବାରେ ଡ଼କ୍ଟର ବ୍ରଜ ଭୂଷଣ ପାଟିଦାର ଡେଣ୍ଟଲ ହସ୍ପିଟାଲକୁ ଆସୁଥିବା କମ୍ପ୍ରେସର ମେସିନରେ କିଛି ମୋଡ଼ିଫିକେସନ କରି ଏକ ଏମିତି ମେସିନର ଯୋଗାଡ଼ କରିଥିଲେ ଯିଏକି ବାୟୁମଣ୍ଡଳର ପବନକୁ ଟାଣି ରୋଗୀଙ୍କୁ ଦିଆଗଲେ ଏହା କିଛି ମାତ୍ରାରେ ଅକ୍ସିଜେନର ଅଭାବକୁ ଦୂର କରିଥାଏ ।

ପାଟିଦାରଙ୍କ କହିବାହେଲା, ବର୍ତ୍ତମାନ କିଛିଦିନ ହେବ ଅକ୍ସିଜେନ ସିଲିଣ୍ଡରର ଡିମାଣ୍ଡ ବହୁତ ଦେଖାଯାଉଛି ଓ ଏମରଜେନ୍ସିରେ କେତେକ ରୋଗୀଙ୍କୁ ରେଫର କରିଦିଆଯାଉଛି। ଏଥିପାଇଁ ରୋଗୀ ମାନଙ୍କ ପାଇଁ କିଛି ଆବଶ୍ୟକୀୟ ଖୋଜିବାବେଳେ ସେ ଏହି ମେସିନ ବନାଇଥିଲେ। ଏଥିରେ ତାଙ୍କର ସାହାର୍ଯ୍ୟ ଷ୍ଟାଫ ଦୀପକ ସୋନି ଓ ବଂଶୀଲାଲ ମଧ୍ୟ ସାହାର୍ଯ୍ୟ କରିଥିଲେ । ଏହି ମେସିନକୁ ସେ ମାତ୍ର 20 ରୁ 25 ହଜାର ଟଙ୍କାର ଖର୍ଚ୍ଚରେ ବନାଇଥିଲେ ।

ଦିନରାତି ନିଜର ରୋଗୀଙ୍କ ସେବା କରୁଥିବା ଡ଼କ୍ଟର ନିଜର ରୋଗୀ କିପରି ଭଲ ହେବେ ତାହା ଚେଷ୍ଟା କରୁଥିଲେ । ତାଙ୍କର ସମସ୍ୟାକୁ ଦୂର କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ଏଥିପାଇଁ ଡ଼କ୍ଟର ପାଟିଦାରଙ୍କୁ ପ୍ରଶଂସା ଦେବା କଥା କି, କମ ସଂସାଧନ ବ୍ୟତୀତ ସେ ସମ୍ଭବ ପ୍ରୟାସ କରିଛନ୍ତି । ଏପର୍ଯ୍ୟନ୍ତ ଏହି ମେସିନ ପାଇଁ କୌଣସି ରୋଗୀଙ୍କୁ ଫାଇଦା ମିଳିବାର ପୁଷ୍ଟି ଏପର୍ଯ୍ୟନ୍ତ କୌଣସି ସଂସ୍ଥା କରିନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *