ରାତି ଅଧରେ ଅକ୍ସିଜେନ ପହଞ୍ଚାଇଲେ ସୋନୁ ସୁଦ ବଞ୍ଚିଗଲା ୨୨ ଜୀବନ

କରୋନା ମହାମାରୀ ସମୟରେ ପୁଣିଥରେ ଲୋକମାନଙ୍କ ପାଇଁ ଭଗବାନଙ୍କର ଦୂତ ସାଜିଛନ୍ତି ବଲିଉଡର ଅଭିନେତା ସୋନୁ ସୁଦ। ଏଥର ସୋନୁଙ୍କ ପାଇଁ ୨୨ଜଣ କରୋନା ରୋଗୀଙ୍କର ଜୀବନ ବଞ୍ଚିଯାଇଛି। ବେଙ୍ଗାଲୁରୁର ବିଳମ୍ବିତ ରାତିରେ ଏଆରଏକେ ହସ୍ପିଟାଲ ଅକ୍ସିଜେନ ଯୋଗାଇବା ପାଇଁ ଗୁ-ହା-ରି କରିଥିଲା। ଏହା ପରେ ସୋନୁ ସୁଦ ଓ ତାଙ୍କର ଦଳ ସାରା ରାତି ଅନିଦ୍ରା ରହିଥିଲେ ଓ ଅଳ୍ପ କିଛି ଘଣ୍ଟା ଭିତରେ ୧୫ଟି ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା କରିଥିଲେ।

ରି-ପୋ-ର୍ଟ ଅନୁସାରେ, ମଙ୍ଗଳବାର ଦିନ ସୋନୁ ସୁଦ ଚ୍ୟାରିଟି ଫାଉଣ୍ଡେସନର ଜଣେ ସଦସ୍ୟଙ୍କୁ ୟେଲାହଙ୍ଗା ଅଞ୍ଚଳରୁ ଏମଆର ସତ୍ୟନାରାୟଣ ଫୋନ କରିଥିଲେ। ଏମଆର ସତ୍ୟନାରାୟଣ କହିଥିଲେଯେ ଏଆରଏକେ ହସ୍ପିଟାଲର ସ୍ଥିତି ବର୍ତ୍ତମାନ ବହୁତ ଖରାପ ଅଛି। ହସ୍ପିଟାଲରେ ଅକ୍ସିଜେନର ଅଭାବ ଯୋଗୁଁ ପୂର୍ବରୁ ଦୁଇଜଣଙ୍କର ଜୀବନ ଚାଲିଯାଇଛି।

Google

ଏହି ଖବର ପାଇବା ପରେ ସଙ୍ଗେ ସଙ୍ଗେ ସୋନୁ ସୁଦ ଓ ତାଙ୍କର ସମ୍ପୂର୍ଣ ଦଳ ଅଧ ରାତିରେ ଅକ୍ସିଜେନର ସିଲିଣ୍ଡର ଯୋଗାଡ଼ରେ କରିବାରେ ଲାଗିପଡ଼ିଲେ। ବିଳମ୍ବିତ ରାତିରେ ସୋନୁ ନିଜର ସମସ୍ତ ସହଯୋଗୀଙ୍କୁ ଫୋନ କରି ଏମରଜେନ୍ସି ଅଛି ବୋଲି ଜଣାଇଥିଲେ। ଅଳ୍ପ କିଛି ଘଣ୍ଟା ପରେ ସୋନୁ ସୁଦ ଓ ତାଙ୍କର ଦଳ ୧୫ଟି ଅକ୍ସିଜେନର ସିଲିଣ୍ଡର ନେଇ ହସ୍ପିଟାଲରେ ପହଞ୍ଚି ଯାଇଥିଲେ।

ବର୍ତ୍ତମାନର ପରିସ୍ଥିତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ହେଉଛି ସବୁଠାରୁ ବଡ଼ ଉପଲବ୍ଧି। ସୋନୁ ସୁଦ କୁହନ୍ତିଯେ ‘ଏହା ଏକ ଟିମ ୱାର୍କ ଅଟେ ଏବଂ ଆମର ସାଥୀମାନେ ଦେଶବାସୀଙ୍କ ସେବା କରିବା ପାଇଁ ନିଜେ ନିଜର ଇଚ୍ଛାଶକ୍ତି ଦେଖାଇଛନ୍ତି। ଆମକୁ ଯେମିତି ଇନ୍ସପେକ୍ଟର ସତ୍ୟନାରାୟଣଙ୍କର ଫୋନ ଆସିଥିଲା, ଆମେ କିଛି ମିନିଟ ମଧ୍ୟରେ କାମ କରିବା ଆରମ୍ଭ କରିଦେଇଥିଲୁ। ସୋନୁଙ୍କ ଦଳ ରାତି ସାରା ଆଉ କିଛି ନଭାବି କେବଳ ହସ୍ପିଟାଲକୁ କିଭଳି ଅକ୍ସିଜେନ ଯୋଗାଇ ହେବ ସେଥିରେ ଲାଗି ପଡ଼ିଲେ। ଯଦି ବିଳମ୍ବ ହୋଇ ଯାଇଥାନ୍ତା, ତେବେ ଅନେକ ସମ୍ପର୍କୀୟ ନିଜ ନିଜର ଲୋକଙ୍କୁ ହ-ରା-ଇ ବସିଥାନ୍ତେ।

Google

ସୋନୁ ସୁଦ ଆହୁରି ମଧ୍ୟ କହିଛନ୍ତିକି, ଯେଉଁମାନେ ଗତ ରାତିରେ ଏତେ ଲୋକଙ୍କର ଜୀବନ ବଞ୍ଚାଇଛନ୍ତି, ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୋର ଦଳରେ ଥିବା ସଦସ୍ୟଙ୍କ ଏହି ନିଷ୍ଠା ହିଁ ମୋତେ ଆଗକୁ ବଢ଼ିବାରେ ପାଇଁ ପ୍ରେରଣା ଦେଉଅଛି। ମୋ ଦଳର ସଦସ୍ୟଙ୍କ ଉପରେ ମୁଁ ଗର୍ବିତ ଅଛି।

ମଙ୍ଗଳବାର ରାତିରେ ହୋଇଥିବା ଏହି ମିଶନ ଅକ୍ସିଜେନ ଅପରେସନରେ ସୋନୁ ସୁଦଙ୍କ ଦଳ ସହ ପୋ-ଲି-ସ ମଧ୍ୟ ବହୁତ ସହାୟତା କରିଛି। ଜଣେ ରୋଗୀଙ୍କୁ ସ୍ଥାନ୍ତାନ୍ତର କରାଯିବାର ଥିଲା। କିନ୍ତୁ କୌଣସି ଆମ୍ବୁଲାନ୍ସର ଡ୍ରାଇଭର ଉପସ୍ଥିତ ନଥିଲେ। ଏଭଳି ସ୍ଥିତିରେ ପୋ-ଲି-ସ ରୋଗୀଙ୍କୁ ନେଇ ଅନ୍ୟ ଏକ ହସ୍ପିଟାଲକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *