PUBG Mobile India ଭାରତରେ Battlegrounds Mobile India ନାମରେ ହେବ ରିଲିଜ

PUBG Mobile India ଶୀଘ୍ର ଭାରତରେ ଲଞ୍ଚ ହେବ ବୋଲି ଖବର ଆସିଛି | ନିକଟରେ ଏକ ମିଡ଼ିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ ଗେମକୁ ଭାରତରେ ବଦଳିଥିବା ନାମ ସହିତ ଲଞ୍ଚ କରାଯିବ ଏବଂ ବର୍ତ୍ତମାନ Krafton ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟର ୟୁଜରନେମ ବଦଳାଇ ଏହି କଥାକୁ ନିଶ୍ଚିତ ମଧ୍ୟ କରିଛି | PUBG Mobile India ନାମରେ କରାଯାଇଥିବା ଅଫିସିଆଲ ଫେସବୁକ ଆକାଉଣ୍ଟର ୟୁଜରନେମ ବଦଳାଇ @BattlegroundsMobileIN କରି ଦିଆଯାଇଛି | ତେବେ ଆକାଉଣ୍ଟର ନାମ ଏବେ ବି PUBG Mobile India ହିଁ ଦେଖାଯାଉଛି | ନିକଟରେ ଏକ ଗେମିଙ୍ଗ ମିଡ଼ିଆ ୱେବସାଇଟ ଗେମର ଆଗାମୀ ପୋଷ୍ଟର ମଧ୍ୟ ଲିଙ୍କ କରିଥିଲା |

PUBG Mobile India ର ଅଫିସିଆଲ Facebook ଆକାଉଣ୍ଟର ୟୁଜରନେମ ବଦଳାଇ ‘@BattlegroundsMobileIN ‘ କରି ଦିଆଯାଇଛି | ତେବେ ଆକାଉଣ୍ଟର ନାମ ଏବେ ବି PUBG Mobile India ହିଁ ଦେଖାଯାଉଛି | ଗତ ବର୍ଷ ନଭେମ୍ବରରେ ଗେମର ଘୋଷଣା ସହିତ କରାଯାଇଥିବା ଫେସବୁକ ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ପ୍ରତ୍ୟେକ ଫଟୋରେ Playerunknown’s Battlegrounds India ଲେଖାଯାଇଥିଲା | କୁହାଯାଉଛି ଯେ ଗେମର ମୂଳ PC ଏବଂ Console ଭର୍ସନର Playerunknown’s Battlegrounds (PUBG) ଅଟେ, ଯାହାର ସବୁ ଦାୟିତ୍ୱ Krafton ସମ୍ଭାଳିଥାଏ ଏବଂ ଭାରତରେ ମଧ୍ୟ ଆଗାମୀ ଗେମର ସବୁ ଦାୟିତ୍ୱ Krafton ହିଁ ସମ୍ଭାଳିବ | ଏପରି ମଧ୍ୟ ହୋଇପାରେ ଯେ ୟୁଜରନେମରେ ହୁଏତ ଗେମର ମୂଳ ନେମ ରଖାଯାଇଛି, କିନ୍ତୁ କମ୍ପାନୀ ଏହାକୁ PUBG Mobile India ନାମରେ ହିଁ ଲଞ୍ଚ କରିବ |

ତେବେ ଗେମିଙ୍ଗର ଖବରଗୁଡିକ ଉପରେ ନଜର ରଖୁଥିବା ୱେବସାଇଟ GemWire ଗେମର ଅଫିସିଆଲ ୱେବସାଇଟର କ୍ରିଏଟିଭ ସୋର୍ସରେ ଗେମର ପୋଷ୍ଟର ଦେଖିଥିଲା, ଯାହାକୁ ସେ ନିଜ ରିପୋର୍ଟରେ ପ୍ରକାଶ ମଧ୍ୟ କରିଥିଲା | ପୋଷ୍ଟରରେ ପ୍ୟାରାସୁଟରୁ କିଛି ପ୍ଲେୟର୍ସ ତଳକୁ ଓଲ୍ହାଉଥିଲେ ଏବଂ ତଳେ Battlegrounds Mobile India’ ଏବଂ କୂଳରେ Coming Soon’ ଲେଖାଥିବାର ଦେଖାଯାଉଛି |

ୱେବସାଇଟ ଇଣ୍ଟରନେଲ ସୋର୍ସରେ ଏକ ପ୍ରମୋଶନାଲ ଟିଜର ଭିଡିଓ ଦେଖିଥିବାର ମଧ୍ୟ ଦାବି କରିଥିଲା, ଯାହାର ନାମ କୋରିୟନରୁ ଅନୁବାଦ କରିବାରେ ‘India Recall Campaign Motion_v02.mp4’ ଥିଲା | ଏହା ମଧ୍ୟ ଦାବି କରାଯାଇଛି ଯେ ଗେମର ମୂଳ କମ୍ପାନୀ Krafton ଏପ୍ରିଲ ୭ ତାରିଖରେ battlegroundsmobileindia.in ଡୋମେନକୁ ରେଜିଷ୍ଟର କରାଇଥିଲା | ଡୋମେନର ରେଜିଷ୍ଟ୍ରେସନର ସୂଚନା ପାଇଁ ଆମେ ଏହି ଡୋମେନକୁ ଡୋମେନ ରେଜିଷ୍ଟ୍ରେସନ ଏବଂ ୱେବ ହଷ୍ଟିଙ୍ଗ ସର୍ଭିସ Bigrock ରେ ଯାଞ୍ଚ କରିଥିଲା ଏବଂ ପାଇଲା ଯେ ଏହାକୁ ଏପ୍ରିଲ ୭ ରେ ପ୍ରସ୍ତୁତ କରାଯାଇଥିଲା |

କିଛି ଦିନ ପୂର୍ବରୁ ଅଚାନକ ଲୋକଙ୍କ ଫୋନରେ PUBG Mobile India ର ଅଫିସିଆଲ YouTube ଚ୍ୟାନେଲ ଦ୍ୱାରା ଅନେକ ଭିଡିଓ ଅପଲୋଡ଼ କରାଯାଇଥିବାର ନୋଟିଫିକେସନ ଆସିଥିଲା ଏବଂ କିଛି ସମୟ ମଧ୍ୟରେ ଏହାକୁ ହଟାଇ ଦିଆଯାଇଥିଲା | କୁହାଯାଉଛି ଯେ ଏ ସବୁ ଗେମ ରିଲିଜର ଟିଜର୍ସ ଥିଲେ | ଏ ସମସ୍ତେ ୬ ସେକେଣ୍ଡର ଟିଜର୍ସ ଥିଲେ, ଯେପରିକି ନଭେମ୍ବରରେ ରିଲିଜ କରାଯାଇଥିଲା | ଏକାବେଳେ ଏତେ ଖବର ଆସି ସ୍ପଷ୍ଟ ହୋଇଗଲା ଯେ Krafton କେଉଁଠି ନା କେଉଁଠି ଏହି ଗେମକୁ ଭାରତ ଆଣିବାରେ ସଫଳ ହେଉଛି | ଏତେ ସବୁ ଦେଖି ଜଣାପଡୁଛି ଯେ ବୋଧହୁଏ ଆମକୁ Battlegrounds Mobile India ଜଲ୍ଦି ଦେଖିବାକୁ ମିଳିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *