ପେଟ ପୋଷିବାପାଇଁ ଏଠାକାର ଲୋକେ ଖାଉଛନ୍ତି ଘାସ-ପତ୍ର ଏବଂ ପୋକ, କାରଣ ଜାଣିଲେ ହେବେ ଚକିତ

କେବଳ କରୋନା ଭାଇରସର ପ୍ରକୋପ ନୁହେଁ ବରଂ ଦୁନିଆରେ ଏପରି କିଛି ଦେଶ ମଧ୍ୟ ରହିଛି ଯେଉଁଠାରେ ଅନାହାର ଏବଂ ଦୁର୍ଭିକ୍ଷ କାରଣରୁ ଲୋକଙ୍କ ଜୀବନକୁ ବି-ପ-ଦ ଘେରିଛି | ଯୁକ୍ତ ରାଷ୍ଟ୍ର ଖାଦ୍ୟ ଏଜେନ୍ସି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଆଫ୍ରିକା ଦେଶ ମେଡାଗାସ୍କରରେ ଦୁର୍ଭିକ୍ଷ କାରଣରୁ ହଜାର ହଜାର ଲୋକଙ୍କ ଜୀବନ ଉପରେ ବିପଦ ରହିଛି | ଏଠାରେ ଥିବା ଲୋକେ ନିଜର ପେଟ ପୋଷିବା ପାଇଁ ଜଙ୍ଗଲରେ ଥିବା ଘାସ-ପତ୍ର ଏବଂ ପୋକ ଭଳି ଜିନିଷ ଖାଉଛନ୍ତି |

ଯୁକ୍ତ ରାଷ୍ଟ୍ର ଦେଲା ଚେତାବନୀ :-

ଗତ ସପ୍ତାହରେ ଆସିଥିବା ରିପୋର୍ଟ ଅନୁଯାୟୀ, ମେଡାଗାସ୍କରର ଲୋକମାନେ ଜଙ୍ଗଲରେ ଥିବା ଗଛର ପତ୍ର,ପୋକ ଭଳି ଜିନିଷକୁ ଖାଇବାପାଇଁ ବାଧ୍ୟ ଅଟନ୍ତି | ଏଠାରେ ମରୁଭୂମି ଏବଂ ଶୁଖିଲା କାରଣରୁ ସବୁ ଫସଲ ନଷ୍ଟ ହୋଇଯାଇଛି | ବଞ୍ଚିବାପାଇଁ ଏଠାରେ ଥିବା ଲୋକମାନେ କିଛି ବି ଖାଇବାକୁ ପ୍ରସ୍ତୁତ ଅଛନ୍ତି | ଯୁକ୍ର ରାଷ୍ଟ୍ରର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସିନିୟର ଡ଼ାଇରେକ୍ଟର ଆମେର ଦାଉଦି ଏହାର ଚେତାବନୀ ଦେଇଛନ୍ତି |

ମେଡାଗାସ୍କରର ଲୋକମାନେ ଖାଉଛନ୍ତି ଅଜବ ପ୍ରକାରର ଜିନିଷ :-

ଆମେର ଦାଉଦି କହିଛନ୍ତି, ” ଯଦି ଆମେ ଏହି ସଙ୍କଟର ସମାଧାନ ଖୋଜିପାରନ୍ତି ନାହିଁ, ଯଦି ଆମେ ଦକ୍ଷିଣୀ ମେଡାଗାସ୍କରର ଲୋକମାନଙ୍କ ପାଇଁ ଖାଦ୍ୟ ପାଇଁ ବ୍ୟବସ୍ଥା ନ କରିପାରିବା, ତେବେ ପରିବାର ଭୋକିଲା ରହିଯିବେ ଏବଂ ଅନେକ ଜୀବନ ନଷ୍ଟ ହୋଇଯିବ |” କୁହାଯାଉଛି ଯେ ଏଠାରେ ଥିବା ଲୋକମାନେ ଖାଇବାପାଇଁ କ୍ୟାକ୍ଟସର କଞ୍ଚା ଫଳକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି |

ବହୁତ ଭ-ୟା-ନ-କ ପରିସ୍ଥିତି :-

ମେଡାଗାସ୍କରର ଦକ୍ଷିଣୀ ଅଂଚଳରେ ବହୁତ ଭ-ୟା-ନ-କ ପରିସ୍ଥିତି ରହିଛି | ଆମେର ଦାଉଦିଙ୍କ କହିବା ଅନୁଯାୟୀ, ଏଠାରେ ଥିବା ଅବସ୍ଥା ଦୁନିଆରେ ଏପରି ଅବସ୍ଥା ପୂର୍ବରୁ କେଉଁଠାରେ ମଧ୍ୟ ଦେଖିବାକୁ ମିଳିନାହିଁ | ଏମାନଙ୍କ ପାଖରେ ଖାଦ୍ୟର କୌଣସି ସଂଶୋଧନ ରହିନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *