ଆଇପିଏଲ ସ୍ଥଗିତ: ଶେଷରେ କେମିତି ଭାଙ୍ଗିଗଲା ବାୟୋ ବବଲ ନିୟମ,କେଉଁଠି ରହିଗଲା ଭୁଲ,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ମେ ୩ ତାରିଖରେ କୋଲକାତା ନାଇଟ ରାଇଡ଼ର୍ସ ର ବରୁଣ ଚକ୍ରବର୍ତ୍ତୀ ଓ ତାଙ୍କ ଦଳର ସାଥି ଖେଳାଳି ସନ୍ଦୀପ ୱାରିଅର କରୋନାରେ ସଂକ୍ରମିତ ହୋଇଥିଲେ । ଏଥିପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚକୁ ସ୍ଥଗିତ କରି ଦିଆଗଲା । ଏହାପରେ କରୋନା ଭାଇରସ ଚେନ୍ନାଇ ସୁପର କିଙ୍ଗସର ଷ୍ଟାଫ ମେମ୍ବର ଓ ଏହାପରେ ଦିଲ୍ଲୀ କ୍ୟାପିଟାଲସ ଅମିତ ମିଶ୍ର ଓ ସନରାଇଜର୍ସ ହାଇଦ୍ରାବାଦ ଦଳର ଉଇକେଟ କିପର ଋଦ୍ଧିମାନ ଶାହଙ୍କ ଠାରେ ଦେଖାଦେଇଥିଲା । ଏହାପରେ ଆଇପିଏଲକୁ ସମ୍ପୂର୍ଣ୍ଣ ଭାବରେ ସ୍ଥଗିତ କରିଦିଆଗଲା ।

ଜାଣନ୍ତୁ ବାୟୋ ବବଲ କଣ ? :-

ବାୟୋ ବବଲ ବା ଜୈବ ସୁରକ୍ଷିତ ବାତାବରଣ ଏମିତି ଜାଗା ହୋଇଥାଏ । ଯାହା ମଧ୍ୟରେ ରହୁଥିବା ଲୋକ ବାହାର ଲୋକଙ୍କ ସମ୍ପର୍କରେ ଆସିପାରନ୍ତି ନାହିଁ । ଆଇପିଏଲ ପାଇଁ ପ୍ରସ୍ତୁତ ହୋଇଥିବା ବାୟୋ ବବଲ ରେ ଖେଳାଳି ଓ ଟୁର୍ଣ୍ଣାମେଣ୍ଟ ସହ ଜଡିତ ସମସ୍ତ ଲୋକ ସାମିଲ ଥାଆନ୍ତି । ଏହା ଭିତରେ ଥିବା ସମସ୍ତ ଲୋକଙ୍କୁ ବାହାରକୁ ବାହାରିବା ପ୍ରତିବନ୍ଧକ ଥିଲା। ଏମିତି କରିବା ଦ୍ୱାରା ଭାଇରସ ଭିତରକୁ ଆସି ପାରିନଥାଏ ।

ଉଲ୍ଲେଖନୀୟ ଅଟେ କି, କୋଲକାତା ଖେଳାଳି ବରୁଣ ଚକ୍ରବର୍ତ୍ତୀ ନିଜର କାନ୍ଧ ସ୍କାନ କରିବାପାଇଁ ହସ୍ପିଟାଲ ଯାଇଥିଲେ। ବିସିସିଆଇ ନିୟମାନୁସାରେ, ଆବଶ୍ୟକ ପଡ଼ିଲେ ପିପିଇ କିଟ ପିନ୍ଧି ବାହାରକୁ ଯାଇପାରନ୍ତି । ମାନାଯାଉଛି ଏହାମଧ୍ୟରେ ସେ ବାୟୋ ବବଲ ଭାଙ୍ଗିଥିଲେ ଓ ସଂକ୍ରମିତ ମଧ୍ୟ ହୋଇଯାଇଥିଲେ । ଚେନ୍ନାଇ ସୁପର କିଙ୍ଗସର ସପୋର୍ଟ ଷ୍ଟାଫ ଲକ୍ଷ୍ମୀପତି ବାଲାଜୀ ଓ ଏକ ବସ କ୍ଲିନର ମଧ୍ୟ କରୋନାରେ ସଂକ୍ରମିତ ହୋଇଯାଇଥିଲେ । ଏବେ ପ୍ରଶ୍ନ ଉଠୁଛି କରୋନା ମହାମାରୀର ଦ୍ଵିତୀୟ ଲହରୀ ଏତେ ଭୟାନକ ହୋଇଥିବାରୁ କଣ ପାଇଁ ସାବଧାନତା ଅବଲମ୍ବନ କରାଗଲା ନାହିଁ ?

ଟ୍ରାକିଂ ଡିଭାଇସ ଉପରେ ପ୍ରଶ୍ନ ଉଠିଲା :-

ଆଇପିଏଲରେ ଏକ ଫ୍ରାଞ୍ଚାଇଜ ବିସିସିଆଇ ଉପରେ ଅଭିଯୋଗ ଆଣି କହିଛନ୍ତି, ବାୟୋ ବବଲରେ ଟ୍ରାକ କରିବାପାଇଁ ବ୍ୟବହୃତ ହେଉଥିବା ଏହି ମେସିନର ଗୁଣବତ୍ତା ବିଲକୁଲ ବେକାର ଅଟେ। ଖେଳାଳି ବାୟୋ ବବଲରେ ରୁହନ୍ତୁ ସେଥିପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ଏକ ଟ୍ରାକିଂ ଡିଭାଇସ ଦିଆଯାଇଥିଲା । ଖେଳାଳି ଯଦି ନିର୍ଦ୍ଧାରିତ ଅଞ୍ଚଳରୁ ବାହାରକୁ ଯାଆନ୍ତି ତାହେଲେ ଏହି ଡିଭାଇସ ତାଙ୍କୁ ଆଲର୍ଟ କରିଥାଏ । ବିଗତ ବର୍ଷ କରୋନା କାରଣରୁ ଆଇପିଏଲ ୟୁଏଇରେ ହୋଇଥିଲା ଓ ଖେଳାଳିଙ୍କୁ ବ୍ରିଟେନ ନିର୍ମିତ କମ୍ପାନୀ ତରଫରୁ ଏକ ଡିଭାଇସ ମିଳିଥିଲା କିନ୍ତୁ ଏହିଥର ଏହି ଡିଭାଇସ ଚେନ୍ନାଇ ର ଏକ କମ୍ପାନୀର ଥିଲା ।

ବିସିସିଆଇ ପାଖରେ ଅଭିଯୋଗ ଆଣିଥିବା ଫ୍ରାଞ୍ଚାଇଜ କହିଥିଲା, ଏହି ଡିଭାଇସ ଏକ ପ୍ରକାରର ରିଷ୍ଟ ବ୍ୟାଣ୍ଡ ଅଟେ ଓ ଏହାକୁ ବାୟୋ ବବଲରେ ଥିବା ସମସ୍ତ ମେମ୍ବର ହାତରେ ପିନ୍ଧିଥାନ୍ତି । ଏହା ଜଣାଇଦେଵ ଯେ, କେଉଁ ଖେଳାଳି ବାୟୋ ବବଲ ଉଲ୍ଲଙ୍ଘନ କରୁଛି କିନ୍ତୁ ଏହି ଟ୍ରାକିଂ ମେସିନ କାମ କରୁନଥିଲା । ଏବେ ପ୍ରଶ୍ନ ଉଠୁଛି ପୂର୍ବ ବର୍ଷ ଯଦି ବ୍ରିଟେନ ଠାରୁ ଟ୍ରାକିଂ ମେସିନ ଆସିଥିଲା ତ ଏବେ କଣପାଇଁ ଅସାବଧାନତା ଦେଖାଗଲା ?

ମୁମ୍ବାଇ ରେ ହୋଇପାରେ ବାକି ମ୍ୟାଚ :-

କୁହାଯାଉଛି ଅବଶିଷ୍ଟ ଆଇପିଏଲ ମ୍ୟାଚ ଗୁଡିକ ମୁମ୍ବାଇରେ କରାଯିବ ଓ ବିସିସିଆଇ ସମ୍ପୂର୍ଣ୍ଣ ମେସିନାରୀକୁ ମୁମ୍ବାଇ ନେବାକୁ ଚେଷ୍ଟା କରୁଛନ୍ତି । ଏହାବ୍ୟତୀତ ସବୁ ଟିମ କୋଲକାତା ଓ ବାଙ୍ଗାଲୋର ଯିବାପାଇଁ ମନା କରିଦେଇଛନ୍ତି । ରିପୋର୍ଟ ଅନୁସାରେ, ଆଇପିଏଲକୁ ମୁମ୍ବାଇକୁ ନେବାର ଶେଷ ତାରିଖ ମେ ୭ ରଖାଯାଇଛି । ସୂଚନା ଅନୁଯାୟୀ, ବିସିସିଆଇ ଏଥିରେ ଲାଗିଛି । ଯଦି ପୁଣିଥରେ ସବୁ ମ୍ୟାଚ ମୁମ୍ବାଇରେ ହେବ ତାହେଲେ ବାୟୋ ବବଲ, ହୋଟେଲ ସାନିଟାଇଜେସନ ଇତ୍ୟାଦି କରିବାରେ ସମୟ ଲାଗିପାରେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *