କରୋନାରେ ସଂକ୍ରମିତ ବାପାଙ୍କୁ ପାଣି ଦେଉଥିଲେ ଝିଅ, ସେହି ସମୟର ଅଟକାଇ ଦେଲେ ମା’: ଛ-ଟପ-ଟ ହୋଇ ଚା-ଲିଗ-ଲା ଜୀବନ

କରୋନା ଭାଇରସର ଦ୍ବିତୀୟ ଲହର ଦେଶରେ କାୟା ବିସ୍ତାର କରିଚାଲିଛି। ଏଭଳି ପରିସ୍ଥିତିରେ ଏମିତି ଘ-ଟ-ଣା ସବୁ ସାମ୍ନାକୁ ଆସିଛି ଯାହା ଆପଣଙ୍କ ମନକୁ ଦୁଃ-ଖ କରିଦେବ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହିଉଅଛି, ଯେଉଁଥିରେ ଝିଅଟି ତାର କରୋନାରେ ଆ-କ୍ରା-ନ୍ତ ହୋଇଥିବା ବାପାଙ୍କୁ ପାଣି ପିଇବାକୁ ଦେବାକୁ ଚେଷ୍ଟା କରୁଛି ଓ ସେହି ସମୟରେ ତାର ମା’ ଅଟକାଇ ଦେଉଛନ୍ତି।

ଭିଡିଓରେ ଦେଖାଯାଉଛିଯେ, ଝିଅଟି ଯେତେବେଳେ ତାର କୋଭିଡ ସଂକ୍ରମିତ ବାପାଙ୍କୁ ପାଣି ଦେବା ପାଇଁ ଚେଷ୍ଟା କରୁଛି ସେହି ସମୟରେ ତାର ମା ତାକୁ ଅଟକାଉଛନ୍ତି। ଯେଉଁଥି ପାଇଁ ଝିଅଟି ଜୋ-ରରେ କା-ନ୍ଦିବା-କୁ ଲାଗୁଛି। ବାପାଙ୍କ ପାଖରୁ କାଳେ ତାଙ୍କର ଝିଅକୁ କରୋନା ହୋଇଯିବ, ମା ଭ-ୟ କରୁଥିଲେ ।

ବ୍ୟକ୍ତି ଜଣଙ୍କ ପାଣି ମୁନ୍ଦାଏ ନପାଇ ତଳେ ପ-ଡିଯା-ଇଥିଲେ। ଏହାପରେ ବାପାଙ୍କୁ ଝିଅ ପାଣି ଦେଇଥିଲେ। ତେବେ ସେହି ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ବେଡଟିଏ ମଧ୍ୟ ନଥିଲା। କିନ୍ତୁ ପରେ ସେହି ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଯାଇଥିଲା। ସେହି ବ୍ୟକ୍ତିଙ୍କର ସାରା ପରିବାର ବର୍ତ୍ତମାନ କରୋନାରେ ସଂକ୍ରମିତ।

ସୂଚନା ଅନୁସାରେ, ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତି ବିଜୟଓ୍ବାଡା ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ। କରୋନାରେ ସଂକ୍ରମିତ ହେବା ପରେ ବ୍ୟକ୍ତି ଜଣକ ନିଜର ଗାଁ ଶ୍ରୀକାକୁଲମକୁ ପଳାଇଆସିଥିଲେ। ସେହି ବ୍ୟକ୍ତିଙ୍କୁ ଗାଁ ବାହାରେ ଥିବା ଏକ ଝୋପଡିରେ ରହିବାକୁ ବାଧ୍ୟ କରାଯାଇଥିଲା। ଜଣେ ଗ୍ରାମବାସୀ ଶୁଟ ଏହି ଭିଡିଓଟିକୁ କରିଥିଲେ ।

Leave a Reply

Your email address will not be published. Required fields are marked *