ମୋବାଇଲ ଟାୱାର ଲଗାଇବା ପାଇଁ ଯଦି ଆପଣଙ୍କ ପାଖକୁ ଆସୁଛି କଲ ,ତେବେ ହୋଇଯାଆନ୍ତୁ ସାବଧାନ,ସିଓଏଆଇ ଦେଲା ବଡ଼ ଚେତାବନୀ

ଯଦି ଆପଣଙ୍କ ପାଖକୁ ମୋବାଇଲ ଟାୱାର ଲଗାଇବାର କଲ,ମେସେଜ ବା ଇମେଲ ଆସୁଛି ତେବେ ସାବଧାନ ହୋଇଯାଆନ୍ତୁ କାରଣ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ|ଟେଲିକମ ସର୍ଭିସ ପ୍ରୋଭାଇଡର୍ସ ଓ ଟେଲିକମ୍ ଇନଫ୍ରାଷ୍ଟ୍ରକଚର ପ୍ରୋଭାଇଡରର ପ୍ରତିନିଧିତ୍ଵ କରୁଥିବା ସିଓଏଆଇ ଓ ଟାଇପା ଜନତାକୁ ନିଜ ସମ୍ପତ୍ତିରେ ମୋବାଇଲ ଟାୱାର ବସାଇବା ସହ ଜଡ଼ିତ ଫ୍ରଡ ବିଷୟରେ ସଚେତନ ରହିବା ପାଇଁ କହିଛନ୍ତି|

ସିଓଏଆଇ ଓ ଟାଇପା ଲୋକଙ୍କୁ ସାବଧାନ କରି କହିଛନ୍ତି ଯେ କିଛି କମ୍ପାନୀ ଓ ଏଜେନ୍ସି ଧୋକାଧୋଡି କରୁଥିବାର ଲୋକଙ୍କୁ ସମ୍ପର୍କ କରିଥାନ୍ତି ଓ ମୋବାଇଲ ଟାୱାର ଲଗାଇବାକୁ ତାଙ୍କୁ ନିଜ ପରିସରକୁ ଲିଜରେ ଦେବା ପାଇଁ ଟ୍ୟାକ୍ସ ନାମରେ ବ୍ୟକ୍ତିଗତ ବା କମ୍ପାନୀ ଖାତାରେ ଟଙ୍କା ଜମା କରିବାକୁ କହିଥାନ୍ତି|ଏହି ଲୋକମାନେ ଟାୱାର ଲଗାଇବା ପାଇଁ ଜାଲ ନୋ ଓଵଜେକ୍ସନ ସାର୍ଟିଫିକେଟ ଦେଇଥାନ୍ତି|ଏହି ଲୋକଙ୍କ ଉପରେ କରନ୍ତୁ ନାହିଁ|

ମୋବାଇଲ ଲଗାଇବା କାମ ଟେଲିକମ ସର୍ଭିସ ପ୍ରୋଭାଇଡର୍ସ ବା ଇନଫ୍ରାଷ୍ଟ୍ରକ୍ଚର ପ୍ରୋଭାଇଡର୍ସ ଦ୍ୱାରା କରାଯାଏ ଓ ଲୋକଙ୍କୁ ନିବେଦନ ରହିଛି ଯେ ଟାୱାର ଲଗାଇବାର କୈାଣସି ପ୍ରସ୍ତାବ ଗ୍ରହଣ କରିବା ପୂର୍ବରୁ ଟିଏସପି ବା ଆଇପି ୱେବସାଇଟ ଯାଇ ଏହାର ବିଶ୍ୱସନୀୟତା ଯାଞ୍ଚ କରନ୍ତୁ|ଅନୁମୋଦିତ ଟିଏସପି ବା ଆଇପିର ଅପଡେଟ ସୂଚୀ www.dot.gov.in ରେ ଉପଲବ୍ଧ ଅଟେ|

ସିଓଏଆଇର ଡିଜିପି ଲେଫ୍ଟନାଣ୍ଟ ଜେନରାଲ ଏସପି କୋଚର କହିଛନ୍ତି ଯେ ଟେଲିକମ ଇଣ୍ଡଷ୍ଟ୍ରି ନିଜ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧ|ମୋବାଇଲ ଟାୱାର ଏୟାରଟେଲ,ରିଲାଏନ୍ସ,ଜିଓ,ଭୋଡାଫୋନ, ଆଇଡିଆ ଭଳି ସେବା ପ୍ରଦାନକାରୀମାନଙ୍କୁ ଅଧିକୃତ ଟେଲିକମ ଇନଫ୍ରାଷ୍ଟକ୍ଚର ପ୍ରଦାତାଙ୍କ ଦ୍ୱାରା ଲଗାଯାଉଛି|ଗ୍ରାହକଙ୍କୁ ନିବେଦନ ରହିଛି ଯେ ସେମାନେ ସମ୍ବନ୍ଧୀୟ ୱେବସାଇଟରେ ଯାଇ ଭଲ ଭାବରେ ଚେକ୍ କରି ନିଅନ୍ତୁ|

ଟାଇପାର ଡିଜି ଟିଆର ଦୁଆ କହିଛନ୍ତି ଯେ ମୋବାଇଲ ଟାୱାରର୍ସ ଟେଲିକମ ଇନଫ୍ରାଷ୍ଟକ୍ଚର୍ସ ପ୍ରଦାତାଙ୍କୁ ଯେମିତି ଇଣ୍ଡସ ଟାୱର୍ସ,ଆମେରିକନ ଟାୱାର କର୍ପୋରେସନ,ସମିଟ ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚର,ଏସେଣ୍ଡ ଟେଲିକମ,ଟାୱାର ଭିଜନ୍,କଂସଲାଇଟ୍ ଇଣ୍ଡିଆ ଟେଲିକମ ପ୍ରାଇଭେଟ୍ ଲିମିଟେଡ,ଷ୍ଟରଲାଇଟ୍ ଟେକ୍ନୋଲୋଜି ଲିମିଟେଡ,ସ୍ପେସ ୱର୍ଲ୍ଡ,ସୁଯୋଗ ଟେଲି ମୋଟିକ୍ସ,ଆଇବସ ନେଟୱର୍କ୍ସ ଓ ଆପ୍ଲାଏଡ୍ ସୋଲାର ଟେକ୍ନୋଲୋଜି ଦ୍ଵାରା ଲଗାଯାଏ|ଏହି ମାମଲାରେ ଜଡିତ ଧୋକାଧୋଡିରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ କରାଯାଇଛି|

ଏହି ମାମଲାରେ ଅଧିକ ତଥ୍ୟ ପାଇଁ ଆପଣ ଭାରତରେ କୈାଣସି ସ୍ଥାନରୁ ନେସନାଲ କଞ୍ୟୁମର ହେଲ୍ପଲାଇନ ନମ୍ୱର ୧୪୪୦୪ ବା ୧୮୦୦୧୧୪୦୦୦ ନମ୍ବରରେ କଲ କରିପାରିବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *