ଦୁଃଖ କାହାକୁ କୁହନ୍ତି ଏହି ଝିଅକୁ ପଚାରନ୍ତୁ, ପ୍ରଥମେ ଭାଇ, ତା’ପରେ ବାପାଙ୍କ ଶ-ବ-କୁ ଏକୁଟିଆ କଲା ଅନ୍ତିମ ସଂସ୍କାର

କରୋନା କାଳରେ ବହୁତ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି | ଏପରି ପରିସ୍ଥିତରେ ବହୁତ ଭୟାନକ ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି | ବର୍ତ୍ତମାନ ମଧ୍ୟପ୍ରଦେଶର ଶାଜାପୁରର ଏହି ମାମଲା ହିଁ ନିଅନ୍ତୁ | ଏଠାରେ ସୋମବାର ଦିନ ୨୪ ବର୍ଷୀୟ ଝିଅ ନିଜ କାନ୍ଧରେ ବାପାଙ୍କ ଶ-ବ-କୁ ଉଠାଇଲା ଏବଂ ମୁଖାଗ୍ନି ମଧ୍ୟ ଦେଲା | ଦୁଃଖର କଥା ଏହା ଥିଲା ଯେ ଚାରିଦିନ ପୂର୍ବରୁ ହିଁ ସେ ନିଜ ଭାଇଙ୍କୁ ମଧ୍ୟ ମୁଖାଗ୍ନି ଦେଇଥିଲା |

ବାସ୍ତବରେ ୬୧ ବର୍ଷୀୟ ଅବଧେଶ କୁମାର ସକ୍ସେନା ଶାଜାପୁରର ଏମଏଲବି ସ୍କୁଲରେ ପ୍ରିନ୍ସିପାଲ ଥିଲେ | ସେ ୧୫ ଦିନ ପୂର୍ବରୁ ନିଜ ସାନ ଭାଇ ଏବଂ ଭଣଜାର କରୋନା ଚିକିତ୍ସା ପାଇଁ ଗୁଣା ଆସିଥିଲେ | ଏଠାରେ ସେ ମଧ୍ୟ ଏହି ଭାଇରସର ଶିକାର ହୋଇଗଲେ | ଖୁବଶୀଘ୍ର ଅବଧେଶ କୁମାରଙ୍କ ସ୍ତ୍ରୀ, ଝିଅ ତନଭି ଏବଂ ପୁଅ ଶୁଭମ ମଧ୍ୟ ସଂକ୍ରମିତ ହୋଇଗଲେ | ଶୁଭମଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଲା ଏବଂ ତାଙ୍କର ମୃ-ତ୍ୟୁ ହୋଇଗଲା | ଏପରି ପରିସ୍ଥିତିରେ ତନଭି ଓଦା ଓଦା ଆଖିରେ ଭାଇଙ୍କର ଚୀତାକୁ ମୁଖାଗ୍ନି ଦେଲେ | ଏହାପରେ ସେ ଭାଇର ମୃ-ତ୍ୟୁ-ର ଦୁଃଖ ଉପରେ ପଥର ରଖି ବାପାଙ୍କ ଦେଖାଶୁଣା କରିବାକୁ ହସ୍ପିଟାଲ ଆସିଲେ | ସେହିପରି ମା ଶାଜାପୁରର ଏକ ଲଜର ରୁମରେ ଆଇସୋଲେଟ ଥିଲା |

ଏହାମଧ୍ୟରେ ତନଭିଙ୍କ ବାପାଙ୍କ ନିଶ୍ୱାସ ମଧ୍ୟ ଅଚାନକ ବନ୍ଦ ହୋଇଗଲା | ଏପରି ପରିସ୍ଥିତିରେ ତନଭିଙ୍କୁ ବାପାଙ୍କ ଶ-ବକୁ ମଧ୍ୟ ନିଜ କାନ୍ଧରେ ଉଠାଇ ନେବାକୁ ପଡିଲା | ଏହି ଅନ୍ତିମ ଯାତ୍ରାରେ ସମସ୍ତେ ମହିଳା ହିଁ ଥିଲେ | ଘରର ସବୁ ପୁରୁଷ କକା ଗୋପାଳଚନ୍ଦ୍ର ଏବଂ ଭାଇ ଲଭଲି ଏମାନେ ମଧ୍ୟ ସଂକ୍ରମିତ କାରଣରୁ ଗୁଣାର ହସ୍ପିଟାଲରେ ଭର୍ତ୍ତି ଥିଲେ | ଏପରି ପରିସ୍ଥିତିରେ ତନଭିଙ୍କୁ ସାହାଯ୍ୟ କରିବାପାଇଁ ସହରର ଦୁଇଜଣ ଯୁବକ ମନୀଷ ସୋନି ଏବଂ ଧର୍ମେନ୍ଦ୍ର ଶର୍ମା ଆସିଲେ ଏବଂ ତାଙ୍କ ବାପାଙ୍କ ଶ-ବକୁ କାନ୍ଧ ଦେଲେ |

ତନଭି ଏତେ କମ ବୟସରୁ ହିଁ ନିଜ ପୁରା ପରିବାରକୁ ଧ୍ୱଂସ ହେଉଥିବାର ଦେଖିଲେ | ଯେତେବେଳେ ଭାଇ ଶୁଭମଙ୍କର ମୃ-ତ୍ୟୁ ହୋଇଥିଲା, ସେତେବେଳେ ମଧ୍ୟ ତନଭି ଏକୁଟିଆ ହିଁ ପରିବାରରୁ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ | ଏହି ସମୟରେ ଶୁଭମଙ୍କର ସ୍ତ୍ରୀ ନେହା ସକ୍ସେନା ଏବଂ ତାଙ୍କର ଦୁଇ ବର୍ଷର ପୁଅ ଶୁଭମଙ୍କ ଶେଷଥର ପାଇଁ ଚେହେରା ମଧ୍ୟ ଦେଖିନଥିଲେ | ତା’ପରେ ବାପାଙ୍କ ମୃ-ତ୍ୟୁ ସମୟରେ ମଧ୍ୟ କୌଣସି ପରିବାର ଲୋକେ କିମ୍ବା କେହି ସମ୍ପର୍କୀୟ ମଧ୍ୟ ଆସିନଥିଲେ | ସବୁକିଛି ତନଭିଙ୍କୁ ଏକ ହିଁ କରିବାକୁ ପଡିଲା | ଯିଏବି ଏ ଦୃଶ୍ୟ ଦେଖିଲା, ତାର ଆଖି ଲୁହରେ ଛଳଛଳ ହୋଇଗଲା |

ଏହି କାହାଣୀ ପରି ଆହୁରି ମଧ୍ୟ ଅନେକ ଦୁଃଖଭରା କାହାଣୀ ରହିଛି, ଯାହା ପ୍ରତିଦିନ ସାମ୍ନାକୁ ଆସୁଛି | ତେଣୁ ଏହା ଭଲ ହେବ ଯେ ଆପଣ ନିଜ ଘରେ ହିଁ ରୁହନ୍ତୁ ଏବଂ ଜରୁରୀ ହେଲେ ଯାଇ ଘରୁ ବାହାରକୁ ବାହାରନ୍ତୁ | ଏହି କରୋନା ଭାଇରସକୁ ହାଲକା ଭାବରେ ନିଅନ୍ତୁ ନାହିଁ ଏବଂ ସାବଧାନତା ଅବଲମ୍ବନ କରନ୍ତୁ | ଆଶାକରୁଛୁ ଯେ ଆପଣ ଘରେ ରହିବେ ଏବଂ ସୁରକ୍ଷିତ ରହିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *