ମେ ୧୫ରେ ବନ୍ଦ ହୋଇଯିବ ଆପଣଙ୍କ ହ୍ଵାଟ୍ସଆପ ,ଏହାପୂର୍ବରୁ କରାଇ ନିଅନ୍ତୁ ଏହି କାମ

ହ୍ଵାଟ୍ସଆପ ଏ ବର୍ଷର ଆରମ୍ଭରୁ ହିଁ ନିଜର ପ୍ରାଇଭେସି ପଲିସୀକୁ ନେଇ ଆଲୋଚନା କରିଚାଲିଛି | ହ୍ଵାଟ୍ସଆପର ନୂତନ ପ୍ରାଇଭେସି ପଲିସୀ ପୂର୍ବରୁ ଫେବୃଆରୀ ୮ରେ ଲାଗୁ ହେବାର ଥିଲା, କିନ୍ତୁ ଏହି ମାସ ମେ ୧୫ , ୨୦୨୧ରେ ପ୍ରାଇଭେସି ପଲିସୀ ଲାଗୁ ହେଉଛି | ବିବାଦ ପରେ ହ୍ଵାଟ୍ସଆପ ପ୍ରାଇଭେସି ପଲିସୀକୁ ତିନିମାସ ପାଇଁ ଟାଳି ଦେଇଥିଲା | ପ୍ରାଇଭେସି ପଲିସୀକୁ ନେଇ ହ୍ଵାଟ୍ସଆପ ଲଗାତାର ନିଜ ୟୁଜର୍ସଙ୍କୁ ନୋଟିଫିକେସନ ଦେଉଛି, ଅର୍ଥାତ ହ୍ଵାଟ୍ସଆପର ପ୍ରାଇଭେସି ପଲିସୀକୁ ଆପଣଙ୍କୁ ମେ ୧୫,୨୦୨୧ ପୂର୍ବରୁ ସ୍ୱୀକାର କରିବାକୁ ହେବ | ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି ଆପଣ ଏହାକୁ ସ୍ୱୀକାର କରିବେନାହିଁ, ତେବେ କଣ ହେବ ? ତେବେ ଆସନ୍ତୁ ଜାଣିବା …

ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ ଯେ ମେ ୧୫ ତାରିଖରେ ହ୍ଵାଟ୍ସଆପର ନୂତନ ପଲିସୀ ଲାଗୁ ହେବାକୁ ଯାଉଛି ଏବଂ ଏଥର କମ୍ପାନୀ ଏହାକୁ ଆଉ ଆଗକୁ ଟାଳିବା ମୁଡ଼ରେ ନାହିଁ | କମ୍ପାନୀ ସ୍ପଷ୍ଟ ଭାବରେ କହିଛି ଯେ ଯଦି ଯେଉଁ ୟୁଜର ହ୍ଵାଟ୍ସଆପର ନୂତନ ପଲିସୀ ମେ ୧୫ ସୁଦ୍ଧା ସ୍ୱୀକାର କରିବେନାହିଁ, ତେବେ ତା’ପରେ ସେ କୌଣସି ମେସେଜ ପାଇପାରିବେ ନାହିଁ କିମ୍ବା ପଠାଇ ପାରିବେନାହିଁ | ସିଧା କହିବାକୁ ଗଲେ ସେମାନଙ୍କ ହ୍ଵାଟ୍ସଆପ ସେ ପର୍ଯ୍ୟନ୍ତ ବନ୍ଦ ରହିବ, ଯେପର୍ଯ୍ୟନ୍ତ ସେମାନେ ପଲିସୀକୁ ସ୍ୱୀକାର କରିବେନାହିଁ |

୧୨୦ ଦିନ ପରେ ଆକାଉଣ୍ଟ ହୋଇଯିବ ଡିଲିଟ :-

ହ୍ଵାଟ୍ସଆପ କହିଛି ଯେ ୟୁଜର୍ସ ସେପର୍ଯ୍ୟନ୍ତ କୌଣସି ମେସେଜ ସେଣ୍ଡ କିମ୍ବା ରିସିଭ କରିପାରିବ ନାହିଁ, ଯେପର୍ଯ୍ୟନ୍ତ ସେ ସର୍ତ୍ତକୁ ସ୍ୱୀକାର କରିବ ନାହିଁ | ଯେଉଁ ଲୋକମାନେ ସର୍ତ୍ତକୁ ସ୍ୱୀକାର କରିବେନାହିଁ, ସେମାନଙ୍କ ଆକାଉଣ୍ଟ ଇନଆକ୍ଟିଭ ଦେଖାଯିବ ଏବଂ ଇନଆକ୍ଟିଭ ଆକାଉଣ୍ଟ ୧୨୦ ଦିନ ପରେ ଡିଲିଟ ହୋଇଯିବ | ସର୍ତ୍ତକୁ ସ୍ୱୀକାର କରିବାପାଇଁ କମ୍ପାନୀ ପ୍ରତିଦିନ କିମ୍ବା କିଛି ଦିନ ପରେ ନୋଟିଫିକେସନ ଦେଇଚାଲିବ ଏବଂ ତା’ପରେ ଏହାକୁ ମଧ୍ୟ ବନ୍ଦ କରିଦେବ |

ନୂତନ ସର୍ତ୍ତକୁ ନେଇ ସବୁଠାରୁ ଅଧିକ ବିରୋଧ ଭାରତରେ ରହିଛି ଏବଂ ହେବନାହିଁ କେମିତି, ଭାରତରେ ହ୍ଵାଟ୍ସଆପର ସବୁଠାରୁ ଅଧିକ ୟୁଜର୍ସ ମଧ୍ୟ ଅଛନ୍ତି | ନୂତନ ପଲିସୀ କାରଣରୁ ଲୋକେ ଅସନ୍ତୁଷ୍ଟ ଯେ ହ୍ଵାଟ୍ସଆପ ବର୍ତ୍ତମାନ ନିଜର ପ୍ୟାରେଣ୍ଟ କମ୍ପାନୀ ଫେସବୁକ ସହିତ ଅଧିକ ଡାଟା ସେୟାର କରିବାକୁ ପ୍ଲାନ କରୁଛି | ତେବେ ହ୍ଵାଟ୍ସଆପ ସ୍ପଷ୍ଟ କରିଛି ଯେ ଏପରି ହେବନାହିଁ, ବରଂ ଏହି ଅପଡେଟ ପ୍ରକୃତରେ ବିଜନେସ ଆକାଉଣ୍ଟ ସହିତ ଜଡିତ ଅଛି | ସେହିପରି ୟୁରୋପରେ ହ୍ଵାଟ୍ସଆପର ନୂତନ ପଲିସୀ ଲାଗୁ ହେଉନାହିଁ, କାରଣ ସେଠାରେ ଏଥିପାଇଁ ଅଲଗା ପ୍ରାଇଭେସି ନିୟମ ରହିଛି |

ହ୍ଵାଟ୍ସଆପ ପ୍ରଥମରୁ ଫେସବୁକ ସହିତ କିଛି ସୂଚନା ସେୟାର କରିଥାଏ, ଯେପରି ୟୁଜର୍ସଙ୍କ ଆଇପି ଆଡ୍ରେସ(ଏହା ଇଣ୍ଟରନେଟ ସହିତ କନେକଟ କରୁଥିବା ପ୍ରତ୍ୟେକ ଉପକରଣ ସହିତ ଜଡିତ ନମ୍ବରର ସିକ୍ୱେନ୍ସ ହୋଇଥାଏ, ଏହାଦ୍ୱାରା ଡିଭାଇସର ଲୋକେସନ ଜାଣିବାପାଇଁ ମଧ୍ୟ ବ୍ୟବହାର କରାଯାଇପାରେ) ଏବଂ ପ୍ଲାଟଫର୍ମ ମାଧ୍ୟମରେ କ୍ରୟ-ବିକ୍ରୟ କରିବାର ସୂଚନା ମଧ୍ୟ ପୂର୍ବରୁ ସେୟାର କରିଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *