ଦେଖନ୍ତୁ ଭିଡିଓ : ଲକଡାଉନ ଭୟରେ କୂଅ ଭିତରେ ହେଉଛି ବାହାଘର,ବର ସାମ୍ନାରେ ପଣ୍ଡିତ ଏମିତି ପଢୁଛନ୍ତି ମନ୍ତ୍ର

ଭାରତରେ କରୋନା ଭାଇରସର ସଂକ୍ରମଣର ଦ୍ୱିତୀୟ ଲହର ଲୋକଙ୍କ ଉପରେ ଭୟ ସୃଷ୍ଟି କରିଛି | ପ୍ରତିଦିନ ପ୍ରାୟ ୪ ଲକ୍ଷ ମାମଲା ସାମ୍ନାକୁ ଆସୁଛି ଏବଂ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି | ଏପରି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ ପ୍ରତିବନ୍ଧକ ଲଗାଯାଇଛି | ବିବାହ କରିବାଠାରୁ ନେଇ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରଶାସନଠାରୁ ଅନୁମତି ନେବା ବାଧ୍ୟତାମୂଳକ ହୋଇପଡିଛି |

କୂଅରେ କରୁଛନ୍ତି ବିବାହ :-

ଇଣ୍ଟରନେଟରେ ଗୋଟିଏ ଭିଡିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଗୋଟିଏ କୂଅରେ ଜଣେ ବ୍ୟକ୍ତି ବିବାହ କରୁଛନ୍ତି | ତେବେ ଏହି ଭିଡିଓର ନିଶ୍ଚିତ କରାଯାଇନାହିଁ, କିନ୍ତୁ ଯେଉଁ ବ୍ୟକ୍ତି ଏହି ଭିଡିଓକୁ ଅପଲୋଡ଼ କରିଛନ୍ତି, ସେଥିରେ ଲେଖିଛନ୍ତି ଯେ ଲକଡାଉନ କାରଣରୁ କୂଅରେ ବିବାହ କରାଯାଉଛି |

ଭିଡିଓ ଦେଖିବାପରେ ଲୋକେ ବହୁତ ଥଟ୍ଟା କରୁଛନ୍ତି ଏବଂ ଏହାକୁ ବହୁମାତ୍ରାରେ ସେୟାର କରୁଛନ୍ତି | ପିୟୁଷ ସିଂହ ଯଦୁବଂଶୀ ମାନକ ଏହି ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି | ଏହି ଭିଡିଓରେ ଦେଖାଯାଇପାରେ ଯେ କୂଅର ଆଖପାଖର କିଛି ଲୋକ ମୁହଁ ଲୁଚାଇ ଠିଆ ହୋଇଛନ୍ତି ଏବଂ ସେହିପରି କୂଅ ଭିତରେ ବର ଏବଂ ପଣ୍ଡିତ ବସିଛନ୍ତି | କେବଳ ଏତିକି ନୁହେଁ, ବର ସାମ୍ନାରେ ପଣ୍ଡିତ ମନ୍ତ୍ର ପଢୁଛନ୍ତି | କୂଅଟିକୁ ମଧ୍ୟ ସୁନ୍ଦର ଭାବରେ ସଜାଯାଇଛି |

ଇଣ୍ଟରନେଟରେ ହେଉଛି ଭାଇରଲ :-

ଭାଇରଲ ହେଉଥିବା ଏହି ଭିଡିଓକୁ ଦେଖିବାପରେ ଲୋକମାନେ କେବଳ ହସୁନାହାନ୍ତି, କହୁଛନ୍ତି ଯେ ଲକଡାଉନରେ ବିବାହ କରିବାପାଇଁ ଅଜବ ପ୍ରକାରର ଆୟୋଜନ କରିଛନ୍ତି | ବର୍ତ୍ତମାନ ଏହି ମାମଲା କେଉଁ ସ୍ଥାନର ଅଟେ ଏବଂ ଏପରି କାହିଁକି କରାଯାଉଛି, ଏହାର କୌଣସି ନିଶ୍ଚିତ ହୋଇନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *