ରୋଷେଇ ଘରେ ଥିବା ପାଣି ପାଇପ ଭାଙ୍ଗିଯାଇଥିଲା,ମରାମତି କରି ସାରିବା ପରେ ପ୍ଲମ୍ବର ମାଗିଲା ୪ ଲକ୍ଷ ଟଙ୍କା,ଦେଖନ୍ତୁ ବିଲ୍

ପ୍ଲମ୍ବର ମାଗିଲା ଲକ୍ଷ ଲକ୍ଷ ଟଙ୍କା :

ଧରାଯାଉ ଆପଣଙ୍କ ରୋଷେଇଘରେ ଥିବା ପାଇପ ଭାଙ୍ଗି ଯାଇଛି ଏବଂ ଆପଣ ତୁରନ୍ତ କୌଣସି ପ୍ଲମ୍ବରଙ୍କୁ କଲ କରି ଡକାଇଲେ | ସେ ପାଇପ ଠିକ କରିବାପରେ ଏତେ ପରିମାଣର ରାଶି ମାଗିଲା ଯେ ଆପଣଙ୍କ ହୋସ ଉଡ଼ିଗଲା, ତେବେ ଆପଣ କଣ କହିବେ ? ପୁଣି ସେହି ପରିମାଣ ଶହ ନୁହେଁ କି ହଜାର ନୁହେଁ ବରଂ ଲକ୍ଷ ଅଟେ | ଆଜ୍ଞା ହଁ, ବ୍ରିଟେନର ଏପରି ଏକ ମାମଲା ବର୍ତ୍ତମାନ ହେଡଲାଇନରେ ରହିଛି |

ପାଇପ ଠିକ କରିବାପାଇଁ ୪ ଲକ୍ଷ ଟଙ୍କାର ବିଲ :-

ଦି ସନର ଖବର ଅନୁଯାୟୀ, ଏଶ୍ଲେ ଦଗଲସ ନାମକ ସ୍ଟୁଡେଣ୍ଟଙ୍କୁ ପ୍ଲମ୍ବର ପ୍ରାୟ ୪ ଲକ୍ଷ ଟଙ୍କାର ବିଲ ଧରାଇ ଦେଇଥିଲା | ତାହା ପୁଣି କେବଳ ପାଇଁ ଠିକ କରିବା ନାମରେ | ଏଶ୍ଲେ ନିଜେ ପୁରା କାହାଣୀ କହିଛନ୍ତି |

ଏଶ୍ଲେ କହିଛନ୍ତି ଯେ ସେ ହାଂଟ୍ସରେ ରୁହନ୍ତି | ଦିନେ ତାଙ୍କ କିଚେନରେ ବହୁତ ସାରା ପାଣି ଭରି ହୋଇ ରହିଥିଲା | ଯାହାପରେ ସେ ଏମ ପିଏମ ପ୍ଲମ୍ବର ସର୍ଭିସର ପ୍ଲମ୍ବର ମେହଦି ପରବିଙ୍କୁ ତାକୁ ଠିକ କରିବାପାଇଁ ଡକାଇଲେ | କିନ୍ତୁ ମେହଦି ହସନ କାମ କରିବାପରେ ଯେଉଁ ବିଲ ଧରାଇଦେଲେ, ତାକୁ ଦେଖି ଏଶ୍ଲେଙ୍କ ହୋସ ଉଡ଼ିଗଲା | କାରଣ ସେହି ରକମ ପ୍ରାୟ ୪ ଲକ୍ଷ ଟଙ୍କା ସହିତ ସମାନ ଅଟେ |

ଅନେକଥର ପ୍ଲମ୍ବରଙ୍କୁ ପଚାରିଥିଲେ କାମ କରିବାର ଚାର୍ଜ :-

ଏଶ୍ଲେ ଦି ସନ ସହିତ କଥାବାର୍ତ୍ତାବେଳେ କହିଛନ୍ତି, ମୁଁ ପ୍ରଥମରୁ ଏହି ବ୍ୟକ୍ତିଙ୍କୁ ଟଙ୍କା ବିଷୟରେ ପଚାରିଥିଲି | କିନ୍ତୁ ଏହି ପ୍ଲମ୍ବର ମୋ ପ୍ରଶ୍ନକୁ ସମ୍ପୂର୍ଣ ଭାବେ ଇଗନୋର କରିଦେଲେ ଏବଂ ନିଜ କାମରେ ଲାଗିରହିଲା | କିନ୍ତୁ କାମ ପୁରା ହେବାପରେ ଏହି ବ୍ୟକ୍ତି ମୋର ପ୍ରାୟ ୩୯୦୦ ପାଉଣ୍ଡସର ବିଲ କରିଦେଲେ |

ମୁଁ ଯଦି ଚାହିଁବି ୧ କୋଟି ଟଙ୍କାର ବିଲ କରିଦେବି :-

ଏହି ପୁରା ମାମଲା ଉପରେ ଯେତେବେଳେ ମେହଦି ପରବିଙ୍କୁ ପଚରାଗଲା, ସେତେବେଳେ ସେ କହିଲେ ଯେ ମୁଁ ନିଜ ସର୍ଭିସ ପାଇଁ ଯେତେ ଚାହିଁବି ସେତେ ଚାର୍ଜ କରିପାରିବି | ମୁଁ ଯଦି ଚାହିଁବି ୧ ଘଣ୍ଟା ପାଇଁ ୧ କୋଟି ଟଙ୍କା ମଧ୍ୟ ନେଇପାରିବି | ଏଥିରେ କାହାକୁ ବି କୌଣସି ଫରକ ପଡିବା ଉଚିତ ନୁହେଁ | କାରଣ ମୁଁ ଜଣେ ଏକ୍ସପର୍ଟ ଏବଂ ଜଣେ ଏକ୍ସପର୍ଟ ନିଜ ହିସାବରେ ନିଜର ମୂଲ୍ୟ ସ୍ଥିର କରିପାରିବ | ତେବେ ଅନ୍ୟ ଜଣେ ପ୍ଳବିଙ୍ଗ ସ୍ୱାଭିସ ସହିତ ଜଡିତ ନିଲ ନାମକ ଯୁବକ କହିଛନ୍ତି ଯେ ଏହି କାମ କେବଳ ୨୫୦ ୟୁରୋରୁ ଅଧିକ ନଥିଲା ଏବଂ ମେହଦି ଏଶ୍ଲେଙ୍କଠାରୁ ଅଯଥା ଆଦାୟ କରୁଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *