କରୋନା ସଙ୍କଟ ସମୟରେ ଟଙ୍କା କୈାଣସି କାମରେ ଲାଗି ପାରୁନି,ପୋଲ ଉପରେ ଠିଆ ହୋଇ ଟଙ୍କା ଫୋପାଡିବାକୁ ଲାଗିଲେ ଏହି ବ୍ୟକ୍ତି

ଗୁଜୁରାଟର ଭାରୂଚରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି|ଏଠାରେ ଅଙ୍କଲେଶ୍ବରରେ ଅଚାନକ ବ୍ରିଜ ଉପରେ ପହଞ୍ଚିଥିବା ଜଣେ ବ୍ୟକ୍ତି ନିଜ ପକେଟରୁ ଟଙ୍କା ବାହାର କରି ଫୋପାଡିବାକୁ ଲାଗିଲେ|ଲୋକମାନେ କିଛି ବୁଝିପାରୁଥିଲେ ସେ କ’ଣ କରୁଥିଲା|ଏହି ଯୁବକ ଟଙ୍କାକୁ ବ୍ରିଜ ତଳକୁ ଫୋପାଡୁଥିଲା ଓ କହୁଥିଲା କରୋନା ସମୟରେ ଏହି ଟଙ୍କା କୈାଣସି କାମକୁ ନାହିଁ|ଏହି ବ୍ୟକ୍ତିଙ୍କ ହରକତ ଦେଖି ଲୋକଙ୍କ ଭିଡ ହୋଇଥିଲା|କିଛି ସମୟ ପରେ ବ୍ୟକ୍ତି ଜଣକ ବ୍ରିଜରୁ ଡେଇଁବାକୁ ଚେଷ୍ଟା କରିଥିଲେ କିନ୍ତୁ ଲୋକମାନେ ତାକୁ ଅଟକାଇଥିଲେ|

ପିଡିତ ବ୍ୟକ୍ତି ଅଙ୍କେଲେଶ୍ୱରର ନିବାସୀ ଅଟେ|ସେ ମାନସିକ ଦୁଶ୍ଚିନ୍ତାରେ ଗତି କରୁଛି|ଯେତେବେଳେ ସେ ବ୍ରିଜରେ ପହଞ୍ଚିଲା ସେତେବେଳେ ଶାନ୍ତ ହୋଇ ଠିଆହେଲା|ଏହାପରେ ନିଜ ପକେଟରୁ ଟଙ୍କା ବାହାର କରି ଏହି କାଗଜ ନୋଟକୁ ଉଡ଼ାଇବାକୁ ଲାଗିଲା, ସେହି ସମୟରେ ସେ କହୁଥିଲା କରୋନା ଚାଲୁଅଛି ଯେଉଁଥିରେ ଟଙ୍କା କୈାଣସି କାମକୁ ନାହିଁ|ଯେପର୍ଯ୍ୟନ୍ତ ସେ ଟଙ୍କା ଉଡଉ ଥିଲା ସେତେବେଳେ ଲୋକମାନେ ଦେଖୁଥିଲେ|ଏହାପରେ ସେ ଅଚାନକ ବ୍ରିଜ ବାଉଣ୍ଡ୍ରି ଉପରକୁ ଚଢିଗଲା ଓ ସେଠାରୁ ଡେଇଁବାକୁ ପ୍ରୟାସ କରିଥିଲା,କିନ୍ତୁ ଲୋକମାନେ ତାକୁ ଧରି ବ୍ରିଜରୁ ଓହ୍ଲେଇ ଦେଇଥିଲେ|

ଏହି ପିଡିତ ବ୍ୟକ୍ତି ଟଙ୍କା ଫିଙ୍ଗୁଥିବାଓ ବ୍ରିଜରୁ ଡେଇଁବାକୁ ଚେଷ୍ଟା କରୁଥିବା ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ‌ହେଉଛି|ସେ ମାନସିକ ଦୁଶ୍ଚିନ୍ତାରେ ଥିଲା,ତାକୁ ବେଝେଇକି ଶାନ୍ତ କରାଗଲା|

କହିରଖେ ଯେ କେବଳ ଗୁଜୁରାଟ ନାହିଁ,ଦେଶରେ କରୋନା ସଂକ୍ରମଣ ସଂଖ୍ୟା ସମସ୍ତ ରେକର୍ଡ ଅତିକ୍ରମ କରିସାରିଲାଣି|ପ୍ରତିଦିନ ଆସୁଥିବା ମୃତକ ଓ ଆକ୍ରାନ୍ତ ସଂଖ୍ୟା ଡରାଉଛି|ଗୁଜୁରାଟରେ ମଧ୍ୟ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢୁଛି|ଅକ୍ସିଜେନ ଓ ରିମେଡିସିଭର କମ୍ ଫଳରେ କେଉଁଠି ଲୋକମାନେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ତ କେଉଁଠି ହସ୍ପିଟାଲରେ ଵେଡର ଅଭାବ ପରିଲକ୍ଷିତ ହେଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *