ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ଖାରଜ କଲେ ହାଇକୋର୍ଟ,ବନ୍ଦ ହେବନି ୨୦ ରୁ କମ୍ ପିଲା ଥିବା ସ୍କୁଲ

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ଖାରଜ କରାଗଲା। ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କ ତରଫରୁ ସ୍କୁଲ ମିଶ୍ରଣକୁ ନେଇ ଜାରି କରାଯାଇଥିବା ବିଜ୍ଞପ୍ତିକୁ ଖାରଜ କରିଦେଇଛନ୍ତି। ଏହାସହ ଛୋଟ ପିଲାମାନଙ୍କୁ ଦୂର ସ୍କୁଲକୁ ପଠାଇବା ବେଆଇନ ବୋଲି କୋର୍ଟ କହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ନେଇ ପ୍ରକାଶ ପାଇବା ପରେ ବିରୋଧ ପ୍ରକାଶ କରାଯାଇ ଥିଲା। ଏହାପରେ ସ୍କୁଲ ମିଶ୍ରଣ ନିୟମକୁ ସରକାର କିଛି ମାତ୍ରାରେ ପରିବର୍ତ୍ତନ କରିଥିଲେ। କେବିକେ ଅଞ୍ଚଳରେ ଗୋଟିଏ ସ୍କୁଲରେ ୧୫ ଜଣରୁ କମ ଛାତ୍ରଛାତ୍ରୀ ଥିଲେ ସ୍କୁଲ ମିଶ୍ରଣ ହେବ। ସିଡ୍ୟୁଲ ଅଞ୍ଚଳରେ ଏହିଭଳି ନିୟମରେ ପରିବର୍ତ୍ତନ ହେବ ନାହିଁ। ସେହିପରି ନନ ସିଡ୍ୟୁଲ ଅଞ୍ଚଳର ସ୍କୁଲରେ ଯଦି ୨୦ରୁ କମ ପିଲା ଥିଲେ ତେବେ, ସ୍କୁଲ ମିଶ୍ରଣ କରାଯିବ ବୋଲି ସରକାର କହିଥିଲେ। ଏ ବିଷୟରେ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। ତେବେ ଏହି ବିଜ୍ଞପ୍ତି ବିଷୟରେ ଏକ ମାମଲା କୋର୍ଟରେ ପହଁଚିଥିଲା। କୋର୍ଟ ଏହି ବିଷୟ ଉପରେ ଶୁଣାଣି କରି ନିଜର ନିଷ୍ପତ୍ତି ଶୁଣାଇଛନ୍ତି।

ହାଇକୋର୍ଟ ଏହି ବିଜ୍ଞପ୍ତିକୁ ଖାରଜ କରି କହିଛନ୍ତିଯେ, ଛୋଟ ପିଲାମାନଙ୍କୁ ଦୂର ସ୍କୁଲକୁ ପଠାଇବାର ନିଷ୍ପତ୍ତି ବେଆଇନ ଅଟେ। ଦିଲ୍ଲୀକୁ ରାଜ୍ୟ ସରକାର ମଡେଲ ଭାବରେ ଗ୍ରହଣ କରନ୍ତୁ। ଏହାସହ କୋର୍ଟ କହିଛନ୍ତିକି ଭିତ୍ତିଭୂମି ସଜାଡିବା ହେଉଛି ସରକାରଙ୍କର ଦାୟିତ୍ୱ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *