ବୈଜ୍ଞାନିକମାନେ କଲେ ଖୋଲାସା : କରୋନା ଏକ ଋତୁଜନିତ ରୋଗ,ଏହା ପୁଣି କିପରି ମହାମାରୀରେ ପରିଣତ ହେଲା ?

କରୋନା ଭାଇରସକୁ ନେଇ ଏକ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛିକି ଏହି ଭାଇରସ ସିଜିନାଲ ଅଟେ। ଗରମ ତାପମାତ୍ରା ଓ ଉଷ୍ଣକାଟିବନ୍ଧୀୟ ଜଳବାୟୁ ପାଣିପାଗରେ ଏହାକୁ ରୋକିବାରେ ସାହାଯ୍ୟ ମିଳିପାରେ। ଅଧ୍ୟୟନ ମୁତାବିକ ଯେଉଁ ସ୍ଥାନରେ ତାପମାତ୍ରା ଅଧିକ ଓ ଅଧିକ ସମୟ ପର୍ଯ୍ଯନ୍ତ ସୂର୍ଯ୍ୟର ତୀବ୍ର କିରଣ ଆସିଥାଏ, ସେଠାରେ ସଂକ୍ରମଣର ପ୍ରଭାବ କମ ରହିଥାଏ। ଅର୍ଥାତ ଯେଉଁ ଦେଶ ଇକ୍ଵେଟର ଲାଇନ(ଭୂମଧ୍ୟରେଖା) ଅର୍ଥାତ ଏହାର ଆଖପାଖ ଥାଏ ସେଠାରେ କରୋନା ସଂକ୍ରମଣ କମ ହୋଇଥାଏ। ଯେତେବେଳେକି ଥଣ୍ଡା ଦେଶ ଓ ଭୂମଧ୍ୟରେଖାରୁ ଦୂର ଅଞ୍ଚଳରେ କରୋନାର ସଂକ୍ରମଣ ଅଧିକ ଥାଏ।

ଅଧ୍ୟୟନରେ ସ୍ପଷ୍ଟ ରୂପରେ କୁହାଯାଇଛିକି କରୋନା ସଂକ୍ରମଣକୁ ନେଇ ଗରମ ବ୍ୟତୀତ ଅନ୍ୟ ଫେକ୍ଟର ମଧ୍ୟ ଅଛି। ଏହା ସହିତ କୁହାଯାଇଛିକି କେବଳ ଗରମ ବଢିବା ଦ୍ଵାରା କରୋନା ଭାଇରସ ଶେଷ ହେବନାହିଁ। ଗରମରେ କରୋନା ଭାଇରସ ବ୍ୟାପିବାର ମାତ୍ରା କମ ହୋଇଯାଏ। ଏହା ସାଇଣ୍ଟିଫିକ ରିପୋର୍ଟ ନାମ କି ଜର୍ନଲରେ ପ୍ରକାଶ କରାଯାଇଛି। ଅଧ୍ୟୟନରେ କୁହାଯାଇଛିକି ଭୁମଧ୍ୟରେଖାର ଆଖପାଖର ଦେଶରେ ଯେଉଁଠି ଗରମ ଅଧିକ ହୋଇଥାଏ କିମ୍ବା ତାଙ୍କର ଜଳବାୟୁ ଉଷ୍ଣକୋଟିବନ୍ଧୀୟ ହୋଇଥାଏ, ସେଠାରେ କରୋନା ସଂକ୍ରମଣ କମ ହୋଇଥାଏ।

ଅଧ୍ୟୟନ କରୁଥିବା ବୈଜ୍ଞାନିକ କହିଲେକି ତୀବ୍ର ଅଲଟ୍ରା ଭାୟୋଲେଟ କିରଣର ରେଡିଏସନ ଓ ଅଧିକ ତାପମାତ୍ରାରେ କରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ ମିଳିଥାଏ। କିନ୍ତୁ ଏହା ସହିତ କରୋନା ସମ୍ବନ୍ଧୀୟ ଅନ୍ୟ ଶକ୍ତ ପ୍ରତିବନ୍ଧକକୁ ପାଳନ କରିବା ଜରୁରୀ ଅଟେ। ଗତ ବର୍ଷ ଥଣ୍ଡାରେ କରୋନା ଭାଇରସକୁ ନେଇ କୁହାଯାଇଥିଲାକି ଏହା ଗରମରେ ସାମାନ୍ୟ କମଜୋର ରହିବ। ଅନେକ ରେସ୍ପିରେଟରୀ ଭାଇରସ ଋତୁଗତ ହୋଇଥାନ୍ତି। ଏହା ଥଣ୍ଡାରେ ତୀବ୍ର ମାତ୍ରାରେ ଭାଇରାଲ୍ ହୁଏ।

ଅଧ୍ୟୟନରେ କୁହାଯାଇଛିକି ବୈଜ୍ଞାନିକ ମାନେ ଏହି ବିଷୟରେ ଜାଣିପାରିଲେ ନାହିଁକି କରୋନା ପରି ଫ୍ଲୁର ସିଜିନାଲ ପେଟର୍ନକୁ ଫେଲୋ କରିଥାଏ। କିନ୍ତୁ ଏହା ପଛରେ ଅନେକ କାରଣ ଅଛି। ଯେମିତି ରେସ୍ପିରେଟରି ଭାଇରସ ଥଣ୍ଡା ସ୍ଥାନରେ, କମ ତାପମାତ୍ରା ଓ କମ ଆଦ୍ରତା ଅଞ୍ଚଳରେ ଅଧିକ ସମୟ ପର୍ଯ୍ୟନ୍ତ ବାୟୁରେ ଜୀବିତ ରୁହନ୍ତି। ଯେତେବେଳେକି ଗରମ ଅଞ୍ଚଳରେ ଏମିତି ହୁଏ ନାହିଁ। ସେଥିପାଇଁ ଥଣ୍ଡା ଋତୁରେ ମଣିଷ ମାନଙ୍କ ମଧ୍ୟରେ ସଂକ୍ରମଣ ତୀବ୍ର ଭାବରେ ବ୍ୟାପିଥାଏ।

ପ୍ରୟୋଗଶାଳାରେ କରାଯାଉଥିବା ଯାଞ୍ଚ ଅନୁସାରେ ଏହି ବିଷୟରେ ଜଣାପଡିଛିକି ଅଧିକ ତାପମାତ୍ରା ସହିତ ଆଦ୍ରତା ଥିବା ସ୍ଥାନରେ କରୋନା ଭାଇରସର ଜୀବନ ଛୋଟ ହୋଇଯାଏ। ଏହା ଶୀଘ୍ର ନିଷ୍କ୍ରିୟ ହୋଇଯାଏ। ଏହି ଅଧ୍ୟୟନରେ ୯ ଜାନୁୟାରୀ ୨୦୨୧କୁ ଦୁନିଆର ୧୧୭ଟି ଦେଶରେ ବ୍ଯାପିଥିବା କରୋନା ଭାଇରସର ଅଧ୍ୟୟନ କରାଯାଇଛି। ଏହି ଦେଶର ତାପମାତ୍ରା, ଭୂମଧ୍ୟରେଖା ପାଖରେ ହେବା କାରଣରୁ ଆଦ୍ରତା ଆଧାରରେ କରୋନା ଭାଇରସ ସଂକ୍ରମଣର ଯାଞ୍ଚ କରାଯାଇଛି।

ଏହି ଅଧ୍ୟୟନରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନକୁ ସାରା ଦେଶର ଜନସଂଖ୍ୟାର ସାହାଯ୍ୟ ନିଆଯାଇଛି। ଏଥିରେ କୁହାଯାଇଛିକି କେମିତି କେଉଁ ଦେଶ କରୋନା ଭାଇରସ କେତେ ମାତ୍ରାରେ ଅଧିକ ପ୍ରଭାବିତ ଅଟେ। ସ୍ୱାସ୍ଥ୍ୟ ଉପରେ ବାର୍ଷିକ ଖର୍ଚ୍ଚ କେତେ। ଆର୍ଥିକ ବିକାଶର ଦର ଓ ଯୁବ-ବୃଦ୍ଧଙ୍କ ମଧ୍ୟରେ ଅନୁପାତକୁ ମଧ୍ୟ ଯାଞ୍ଚ କରାଯାଇଛି।

ଭୂମଧ୍ୟରେଖାରୁ ୧ଡିଗ୍ରୀ ଲେଖାଏଁ ବଢିବା ଉପରେ ଅର୍ଥାତ ଇକ୍ଵେଟର ଲାଇନ ଉପର-ତଳ ହେବା ଯୋଗୁଁ ଅଲଗା ଅଲଗା ଦେଶରେ କରୋନା ସଂକ୍ରମଣର ଦର ୪.୩ ପ୍ରତିଶତ ବଢିଛି। ଅର୍ଥାତ ପ୍ରତ୍ଯେକ ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୪.୩ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ଅର୍ଥାତ ଯେଉଁ ଦେଶ ଭୂମଧ୍ୟରେଖାର ଉପର-ତଳ ୧୦୦୦ କିଲୋମିଟର ରେଞ୍ଜ ମଧ୍ୟରେ ଅଛନ୍ତି, ସେଠାରେ ଅନ୍ୟ ଦେଶ ତୁଳନାରେ ୩୩ପ୍ରତିଶତ କମ କରୋନା ମାମଲା ଅଛି।

ଜର୍ମାନୀର ହିଡେଲବର୍ଗ ଇନଷ୍ଟିଚ୍ୟୁଟ ଅଫ ଗ୍ଲୋବାଲ ହେଲ୍ଥ ଓ ଚାଇନିଜ ଏକାଡେମୀ ଅଫ ମେଡିକାଲ ସାଇନ୍ସର ବୈଜ୍ଞାନିକଙ୍କ ମୁତାବିକ ଶୀତରେ କରୋନା ଭାଇରସ ବଢିବାର ବିପଦ ଆହୁରି ଅଧିକ ଅଛି। କାରଣ ଡିସେମ୍ବର ୨୦୨୦ ଓ ଜାନୁୟାରୀ ୨୦୨୧ରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଆସୁଥିବା ଦେଶରେ କରୋନାର ମାମଲା ତୀବ୍ର ଭାବରେ ବଢୁଛି, ଯେତେବେଳେକି ଭୂମଧ୍ୟରେଖାର ୧୦୦୦ କିଲୋମିଟର ଉପରେ ଓ ୧୦୦୦ କିଲୋମିଟର ତଳେ ଉପସ୍ଥିତ ଥିବା ଦେଶରେ ଦର ତୁଳନାତ୍ମକ ରୂପରେ କମ ଥାଏ।

ଏହି ଅଧ୍ୟୟନରେ କରୋନା ଭାଇରସର ନୂଆ ଭେରିଏଣ୍ଟର ଅଧ୍ୟୟନ କରାଯାଇ ନାହିଁ। ଯେମିତି ଆଫ୍ରିକୀ ଓ ବ୍ରିଟିଶ ଭେରିଏଣ୍ଟକୁ ଏହି ଅଧ୍ୟୟନରେ ସାମିଲ କରାଯାଇ ନାହିଁ। ସେଥିପାଇଁ ବୈଜ୍ଞାନିକ ଏହା ଦାବି କରିନାହାନ୍ତିକି ନୂଆ କରୋନା ଭେରିଏଣ୍ଟ ଉପରେ ପାଣିପାଗର ପ୍ରଭାବ କେତେ ମାତ୍ରାରେ ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *