ବର୍ତ୍ତମାନ ଆପଣଙ୍କୁ ହ୍ବାଟସଆପରେ ମାଧ୍ୟମରେ ମିଳିବ କରୋନା ଟୀକାଦାନ କେନ୍ଦ୍ର ବିଷୟରେ ସୂଚନା, ଆପଣଙ୍କ ଫୋନରେ ଏହି ନମ୍ବରକୁ ସେଭ କରାଇ ନିଅନ୍ତୁ

କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ କୋଭିଡ ଟୀକାକରଣ ପ୍ରକ୍ରିୟା ମଧ୍ୟ ଜାରି କରାଯାଇଛି। କରୋନା ଟୀକାକୁ ନେଇ ବର୍ତ୍ତମାନ ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ରହିଛି। ମାତ୍ର ଏହି ସମୟ ମଧ୍ୟରେ ଯେଉଁ ସବୁ ପ୍ରଶ୍ନ ଅଧିକ ସର୍ଚ୍ଚ କରାଯାଉଛି, ସେଗୁଡିକ ହେଉଛି ନିକଟବର୍ତ୍ତୀ ଟୀକାକରଣ କେନ୍ଦ୍ର କେଉଁଠାରେ ଅବସ୍ଥିତ? ଯଦି ଆପଣ ମଧ୍ୟ ଏହି ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଫେସବୁକର ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପରେ ଚାଟ କରି ଘର ନିକଟରେ ଥିବା ଟୀକାକରଣ କେନ୍ଦ୍ର ସଂପର୍କରେ ସୂଚନା ପାଇପାରିବେ।

ମାଇଗଭଇଣ୍ଡିଆ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଏହି ସଂପର୍କରେ ସୂଚନା ଦିଆଯାଇଛି, ହ୍ବାଟସଆପରେ ମାଇଗଭଇ କରୋନା ହେଲ୍ପଡେସ୍କ(MyGov Corona Helpdesk) ବର୍ତ୍ତମାନ ଲୋକଙ୍କ ନିକଟତମ ଟୀକାକରଣ କେନ୍ଦ୍ର ସଂପର୍କରେ ସୂଚନା ଦେବେ। ଏହା ହିନ୍ଦୀ ଏବଂ ଇଂରାଜୀ ଉଭୟ ଭାଷାରେ ଉପଲବ୍ଧ ରହିବ।

ଯଦିଓ ଡିଫଲ୍ଟ ଭାଷା ଇଂରାଜୀ ଅଟେ କିନ୍ତୁ ଆପଣ ଚାହିଁଲେ ଭାଷାକୁ ହିନ୍ଦୀରେ ମଧ୍ୟ ପରିବର୍ତ୍ତନ କରିପାରିବେ। ବର୍ତ୍ତମାନ ଆପଣ ଭାବୁଥିବେଯେ ଆପଣଙ୍କୁ ହ୍ବାଟସଆପରେ କେଉଁ ନମ୍ବରକୁ ମେସେଜ କରିବାକୁ ପଡିବ, ଅର୍ଥାତ୍, ସମସ୍ତ ତଥ୍ୟ ପାଇବା ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ ଅଟେ? ତେବେ ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ…

୧- ପ୍ରଥମେ ଆପଣଙ୍କୁ ଆପଣଙ୍କର ଫୋନ ନମ୍ବରରେ ୯୦୧୩୧୫୧୫୧୫ ନମ୍ବରଟିକୁ ସେଭ କରିବାକୁ ପଡିବ।

୨- ନମ୍ବରକୁ ସେଭ କରିବା ପରେ ଫୋନରେ ହ୍ବାଟସଆପ ଏପକୁ ଖୋଲନ୍ତୁ।

୩- ହ୍ବାଟସଆପ ଖୋଲିବା ପରେ ସେଭ କରିଥିବା ନମ୍ବରରେ ଚାଟ ବକ୍ସ ଖୋଲନ୍ତୁ।

୪- ସେହି ନମ୍ୱରରେ ନମସ୍ତେ ଲେଖି ପଠାନ୍ତୁ। ସେଥିରେ ଆପଣଙ୍କୁ ୯ଟି ବିକଳ୍ପ ସହ ପ୍ରତ୍ୟୁତ୍ତର ଆସିବ।

୫- ଟୀକାକରଣ ସଂପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇବାକୁ ହେଲେ ଆପଣଙ୍କୁ ସେଥିରେ ୧ ଲେଖି ପଠାଇବାକୁ ପଡିବ ।

୬- ଏହାପରେ ଏଥିରେ ଆପଣଙ୍କୁ ୨ଟି ବିକଳ୍ପ ମିଳିବ, ସେଥିମଧ୍ୟରୁ ଟୀକାକରଣ କେନ୍ଦ୍ରର ସୂଚନା ପାଇଁ ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ।

୭- ଏହାପରେ ଆପଣଙ୍କୁ ପିନ କୋଡ ଦେବା ପାଇଁ କୁହାଯିବ।

୮- ଯେତେବେଳେ ଆପଣ ଆପଣଙ୍କର ଅଞ୍ଚଳର ପିନ କୋଡ ଲେଖି ପଠାଇବେ ସେତେବେଳେ ନିକଟରେ ଥିବା ଟୀକାକରଣ କେନ୍ଦ୍ର ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇଯିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *