ନିଜ ହରକତରୁ ବିଲକୁଲ ବି ସୁଧୁରିଲାନି ଚାଇନା,ପ୍ରଥମେ ଭାରତକୁ ଦେଲା ଅଫର ଓ ପରେ କରୋନାକୁ ନେଇ ଉଡ଼ାଇଲା ମଜାକ,ଜାଣନ୍ତୁ ପୁରା ଖବର

କରୋନା ଭାଇରସ ସମୟରେ ମଧ୍ୟ ଚୀନ ନିଜର ହରକତରୁ ସୁଧୁରୁନାହିଁ। ପ୍ରଥମେ ସେ ଭାରତକୁ ସାହାର୍ଯ୍ୟ କରିବାର ଅଫର ଦେଇଥିବାବେଳେ, ଅନ୍ୟ ପଟରେ ସେ ଭାରତର ମଜାକ ଉଡାଉଛି । ଚୀନ କମ୍ୟୁନିଷ୍ଟ ପାର୍ଟିର ଏକ ବିଙ୍ଗ ଏବେଏବେ ସୋସିଆଲ ମିଡିଆରେ ଭାରତର ମଜାକ ଉଡ଼ାଇବାର ଫୋଟୋ ଶେୟର କରିଛି । ଏହି ପୋଷ୍ଟ ଜରିଆରେ ବିଜିଂ କହିଥିଲେ କି, ଭାରତରେ କରୋନା ଯୋଗୁଁ ଚିତା ଜଳିବାରେ ଲାଗିଛି ଓ ଚୀନ ବିକାଶ ପଥରେ ଆଗେଇ ଚାଲିଛି ।

ହିନ୍ଦୁସ୍ତାନ ଟାଇମସ ରିପୋର୍ଟ ଅନୁସାରେ, CPC ର କମିଶନ ଫର ପଲିଟିକାଲ ଆଣ୍ଡ ଲିଗାଲ ଅଫେୟାର୍ସ ବିଙ୍ଗ ଚୀନର ଟ୍ୱିଟର କୁହାଯାଉଥିବା ଉଇବ ରେ ଦୁଇଟି ଫୋଟୋ ଶେୟର କରିଥିଲେ । ଗୋଟିଏ ଫୋଟୋରେ ଚୀନରେ ରକେଟ ଉଡୁଛି ଆଉ ଗୋଟିଏ ଫୋଟୋରେ ଭାରତରେ କରୋନା ସଂକ୍ରମଣରେ ଲୋକମାନଙ୍କ ଚିତା ଜଳୁଥିବାର ଫୋଟୋ ସାମ୍ନାକୁ ଆସିଛି । ଏହି ଫୋଟୋରେ କ୍ୟାପ୍ସନ ଲେଖାଥିଲା, ଚୀନ ବନାମ ଭାରତ।

କ୍ୟାପ୍ସନରେ ଦର୍ଶାଇଲେ ନିଜର ଭାବନା :-

ଚୀନ କ୍ୟାପ୍ସନ ମାଧ୍ୟମରେ କହିଥିଲା, ଚୀନ ଯେତେବେଳେ ଯେଉଁ ଜିନିଷରେ ନିଆଁ ଲଗାଇଥାଏ ସେତେବେଳେ ତାହା ବିକାଶ ହୋଇଥାଏ କିନ୍ତୁ ଭାରତ ଯେତେବେଳେ ଏହା କରିଥାଏ ତ ଲୋକମାନଙ୍କର ଜୀବନ ଯାଇଥାଏ । ଆପଣଙ୍କୁ ଜଣାଇଦେଉଛୁ କି, CPLA ସିପିସିର ଏକ ଶକ୍ତିଶାଳୀ ଅଙ୍ଗ ଅଟେ । ଏହା ପୋଲିସ ଅଧିକାରୀ, ଅଭିଯୋଜକ ଓ ଅଦାଲତର ଦେଖରେଖ କରିଥାଏ । ବର୍ତ୍ତମାନ ସମୟରେ ସିପିସିର ନେତୃତ୍ୱ କେନ୍ଦ୍ରୀୟ ସମିତି ର ରାଜନୀତିକ ବ୍ୟୁରୋର ସଦସ୍ୟ ଗୁଓ ଶେଙ୍ଗକୁନ କରୁଛନ୍ତି ।

ଲଣ୍ଡନ ସ୍ଥିତ ପତ୍ରକାର ମେଙ୍ଗୟୁ ଡ଼ଙ୍ଗ ଚୀନର ଏହି ହରକତକୁ ଦୁନିଆ ସାମ୍ନାରେ ରଖିଥିଲେ । ସେ ମଧ୍ୟ ଏଥିରେ ଜବାବ ଦେଇ କହିଥିଲେ, ସାହାର୍ଯ୍ୟ ପ୍ରଦାନ କରିବାକୁ ଚାହୁଁଥିବା ଚୀନ କିଭଳି ଭାବରେ ଭାରତ ସମ୍ମୁଖରେ ନିଜର ମତ ରଖୁଛି । ସେ ପୋଷ୍ଟ ମାଧ୍ୟମରେ ଲେଖିଥିଲେ, ଭାରତରେ କରୋନାର ମଜାକ ବନାଇବା ଏକ ଭଲ ବିଚାର ଅଟେ । ସିସିପି ସେଣ୍ଟ୍ରାଲ ପଲିଟିକାଳ ଆଣ୍ଡ ଲିଗାଲ ଅଫେୟାର୍ସ କମିଶନ ସମ୍ବନ୍ଧିତ ଏକ ଆକାଉଣ୍ଟ ଵିବୋରେ ଏହି ପୋଷ୍ଟ କରିଥିଲେ । ଏଥିରେ କୁହାଯାଇଥିଲା ଯେତେବେଳେ ଚୀନ ନିଆଁ ଲଗାଇଥାଏ ଓ ଭାରତ ଏହା କରିଥାଏ ।

ସେହିପରି ବେଜିଂ ଉପରେ ନଜର ରଖୁଥିବା ଚୀନ ଡିଜିଟାଲ ଟାଇମସ ର କହିବାହେଲା, ଚୀନ ପୋଲିସ ଅନଲାଇନ ଓ ନିଆଞ୍ଜନ ମୁନିସିପାଲ ପିପୁଲସ ପ୍ରୋକ୍ୟୁରେଟେ ଭଳି ଅଧିକାରୀକ ଆକାଉଣ୍ଟ କରୋନା ମହାମାରୀ ବିପକ୍ଷରେ ଭାରତର ଲଢେଇର ମଜାକ ଉଡ଼ାଇ କେତେକ ମଞ୍ଚରେ ଫୋଟୋ ପୋଷ୍ଟ କରିଥିଲା । ଏହି ଫୋଟୋ ପୋଷ୍ଟର ଗୋଟିଏ ଦିନ ପୂର୍ବରୁ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଭାରତକୁ ଏହି ସମୟରେ ସାହାର୍ଯ୍ୟ କରିବାପାଇଁ କହିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *