ବାହାରକୁ ଯିବା ପୂର୍ବରୁ ସାବଧାନ : ଲକଡାଉନରେ ବିନା କାରଣରେ ବୁଲୁଥିବା ଲୋକଙ୍କୁ ପୋ-ଲି-ସ ଦେଉଛି ଏପରି ଦ-ଣ୍ଡ,ଦେଖନ୍ତୁ ଭିଡିଓ

କରୋନା ଭାଇରସ ସଂକ୍ରମଣ ବଢୁଥିବା କାରଣରୁ ସାରା ଦେଶରେ ହାହାକାର ଶୁଭୁଛି | କରୋନା ସଂକ୍ରମଣର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକଡାଉନ କରାଯାଇଛି | ଏପରି ଅବସ୍ଥାରେ ହରିୟାଣାରେ ମଧ୍ୟ ମେ ୧୦ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ ଲକଡାଉନ କରାଯାଇଛି | ତେବେ ଏ ସମୟରେ ମଧ୍ୟ କିଛି ଲୋକ ବିନା କାରଣରୁ ଘରୁ ବାହାରି ରାସ୍ତାରେ ବୁଲୁଛନ୍ତି | ଏହାକୁ ନେଇ ପୋ-ଲି-ସ କଠୋର ଦ-ଣ୍ଡ ଦେବା ଆରମ୍ଭ କରିଦେଇଛି | ଲକଡାଉନକୁ ମାନୁନଥିବା ଲୋକଙ୍କୁ ପୋ-ଲି-ସ ରାସ୍ତା ମଝିରେ ବସ-ଉଠ କରୁଛି |

ହରିୟାଣାର ଆମ୍ବଲାରେ ପୋ-ଲି-ସ କୌଣସି ବିନା କାରଣରେ ବାହାରେ ବୁଲୁଥିବା ଲୋକଙ୍କୁ ରୋକିବାପାଇଁ ଏକ ଅନନ୍ୟ ଉପାୟ ଆପଣେଇଛି | ରାଜ୍ୟରେ କରୋନା ସଂକ୍ରମଣ ଖୁବ ଦ୍ରୁତ ଗତିରେ ବଢୁଛି | ପ୍ରଶାସନ କମ୍ପ୍ଲିଟ ଲକଡାଉନ କରିଛନ୍ତି, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସାଧାରଣ ଲୋକେ ବିନା କାରଣରେ ସହରରେ ବୁଲୁଛନ୍ତି | ଅଧିକ ସଂଖ୍ୟାରେ ଲୋକେ ବିନା କାରଣରେ ରାସ୍ତାରେ ବୁଲୁଥିବାର ଦେଖାଯାଇଛନ୍ତି | ତେଣୁ ପୋ-ଲି-ସ ସେମାନଙ୍କୁ ରାସ୍ତା ମଝିରେ ହିଁ ବସ-ଉଠ କରାଇଥିଲା, ପୋ-ଲି-ସ ସେମାନଙ୍କୁ କଠୋର ଚେତାବନୀ ଦେଇ ଛାଡି ଦେଇଥିଲା |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏପରି ରାସ୍ତା ମଝିରେ ଉଠ-ବସ ହେଉଥିବା ଲୋକଙ୍କ ଭିଡିଓ ଖୁବ ଭାଇରଲ ହେଉଛି | ଲୋକମାନେ ଏହାକୁ କେବଳ ପରସ୍ପରକୁ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଲୋକମାନେ ପୋଲିସର ଏହି ଷ୍ଟାଇଲକୁ ଖୁବ ପସନ୍ଦ କରୁଛନ୍ତି | ଅଧିକାଂଶ ଲୋକ କହିଛନ୍ତି ଯେ କରୋନାକୁ ସିରିଏସ ଭାବରେ ନେଉନଥିବା ଏବଂ ଲକଡାଉନ ଭାଙ୍ଗୁଥିବା ଲୋକଙ୍କୁ ଏପରି ଦ-ଣ୍ଡ ମିଳିବା ଉଚିତ, ସେତେବେଳେ ଯାଇ ଲୋକ ସୁଧୁରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *