ବିସିସିଆଇର ବଡ ନିଷ୍ପତ୍ତି : ଅଧାରୁ ଆଇପିଏଲ ୨୦୨୧ ବାତିଲ,ଅନେକ ଦଳର ଖେଳାଳୀ କରୋନା ସଂକ୍ରମିତ

କରୋନା ଭାଇରସ ବଢୁଥିବା ମଧ୍ୟରେ ଆଇପିଏଲକୁ ସସ୍ପେଣ୍ଡ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତ କିଛିଦିନରେ ଆଇପିଏଲର କିଛି ଦଳରେ କରୋନାର ମାମଲା ସାମ୍ନାକୁ ଆସିଛି, ଯାହାପରେ ବିସିସିଆଇ ଏହିପରି ନିଷ୍ପତ୍ତି ନେଇଛି। ଦଳର ଖେଳାଳି ଓ ସଦସ୍ୟଙ୍କର ଲଗାତାର ପଜିଟିବ ହେବା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି।

କରୋନାର ସଂକ୍ରମଣ ସମୟରେ ବିସିସିଆଇ ମଜବୁତ ‘ବାୟୋ ବବଲ’ ପ୍ରୟୋଗ କରିଥିଲା। ଯେଉଁଥିପାଇଁ ୨୯ଟି ମ୍ଯାଚକୁ ସଫଳତାପୂର୍ବକ କରାଯାଇପାରିଥିଲା। ଚେନ୍ନାଇ ଓ ମୁମ୍ବାଇର ସମସ୍ତ ମ୍ଯାଚ ସମ୍ପୂର୍ଣ ହୋଇଛି। କିନ୍ତୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସିଜିନର ୩୦ତମ ମ୍ଯାଚ ଖେଳାଯାଇପାରିନଥିଲା।

ଆଜି ହେବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦର ମ୍ଯାଚକୁ ନେଇ ପୂର୍ବରୁ ଚିନ୍ତା କରାଯାଉଥିଲା। କାରଣ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ଦିନ ଚେନ୍ନାଇ ସୁପର କିଙ୍ଗସ ବିରୁଦ୍ଧରେ ମ୍ଯାଚ ଖେଳା ଯାଇଥିଲା ଓ ମ୍ଯାଚ ସମୟରେ ବାଲାଜୀ ଅନେକ ଖେଳାଳିଙ୍କର ସମ୍ପର୍କରେ ଆସିଥିଲେ। ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦର ରିଦ୍ଧିମାନ ସାହା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସୁଅଛି। କୋଲକାତା ନାଇଟ ରାଇଡ଼ର୍ସର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର ପ୍ରଥମରୁ କରୋନାରେ ଆକ୍ରାନ୍ତ ହୋଇଥିଲେ।

କରୋନା ସମୟରେ ଆଇପିଏଲର ଆୟୋଜନ ଉପରେ ପ୍ରଶ୍ନ କରାଯାଉଛି। ଅଷ୍ଟ୍ରେଲିଆର ତିନିଜଣ ଖେଳାଳି ଆଇପିଏଲ-୧୪ରୁ ବାହାରି ଯାଇଛନ୍ତି। ଏଥିରେ ଏଡମ ଜାମ୍ପା, କେନ ରିଚାର୍ଡସନ ଓ ଏଣ୍ଡ୍ର୍ଯୁ ଟାଇ ସାମିଲ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *