ଦେଖନ୍ତୁ ଭିଡ଼ିଓ : ଓଭରବ୍ରିଜରେ ମେଟ୍ରୋ ଟ୍ରେନ ଯାଉଥିବା ବେଳେ ଖସିପଡିଲା ୧୬ଫୁଟ ତଳକୁ, ୨୩ଜଣଙ୍କର ମୃତ୍ୟୁ,ଜାଣନ୍ତୁ ପୁରା ଖବର

ସାରା ବିଶ୍ୱ ବର୍ତ୍ତମାନ ମହାମାରୀ କରୋନା ସହିତ ମୁକାବିଲା କରୁଥିବାବେଳେ ମେକ୍ସିକୋରୁ ଏକ ଦୁଃ-ଖଭରା ଖବର ଆସିଛି। ସୋମବାର ଦିନ ମେକ୍ସିକୋ ସିଟିରେ ଏକ ଭୟଙ୍କର ଦୁ-ର୍ଘ-ଟ-ଣା ଘଟିଛି। ଏକ ମେଟ୍ରୋ ଟ୍ରେନ ମେକ୍ସିକୋ ସିଟିର ଓଭରବ୍ରିଜ ଉପରେ ଯାଉଥିବା ସମୟରେ ହଠାତ ରାସ୍ତା ଉପରେ ଖ-ସି ପଡ଼ିଥିଲା। ଏଥିରେ ୨୩ଜଣ ଲୋକଙ୍କର ମୃ-ତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଲୋକ ଏଥିରେ ଆ-ହ-ତ ହୋଇଛନ୍ତି। ଆ-ହ-ତ-ଙ୍କ ମଧ୍ୟରୁ ୪୯ ଜଣଙ୍କୁ ବର୍ତ୍ତମାନ ନିକଟସ୍ଥ ହସ୍ପି-ଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ମୃ-ତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆ-ଶ-ଙ୍କା କରାଯାଉଛି। ଏହି ଦୁ-ର୍ଘ-ଟ-ଣା ସୋମବାର ଦିନ ରାତିରେ ଘଟିଛି।

ଟ୍ରେନଟି ୧୬ ଫୁଟ ତଳକୁ ରାସ୍ତା ଉପରେ ଖସି ପଡ଼ିଥିଲା। ଯେଉଁଥିପାଇଁ ଏହା ତଳେ ଏକାଧିକ ଗାଡ଼ି ଚାପି ହୋଇ ରହିଯାଇଥିଲା। ଦୁ-ର୍ଘ-ଟ-ଣା-ରେ ଟ୍ରେନର କିଛି ଅଂଶ ମଧ୍ୟ କ୍ଷ-ତିଗ୍ରସ୍ତ ହୋଇଛି। ଉ-ଦ୍ଧା-ର-କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ। ମେଟ୍ରୋର ୧୨ ଲାଇନରେ ଟ୍ରେନ ଯାଉଥିବା ବେଳେ ଏହିଭଳି ଦୁ-ର୍ଘ-ଟ-ଣା ଘଟିଥିଲା। ସିସିଟିଭିରେ ଦୁର୍ଘ-ଟଣାର ଦୃଶ୍ୟ କ-ଏ-ଦ ହୋଇଯାଇଥିଲା। ଚଳନ୍ତା ଟ୍ରେନ କେଉଁଭଳି ଭାବରେ ହଠାତ ରାସ୍ତା ଉପରେ ଖସିପଡିଥିଲା, ତା’ର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଯାଇଥିଲା। ମେକ୍ସିକୋ ସିଟିର ମେୟର କାଲୁଡିଆ ଶେଇନବାମୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିମ୍ନମାନର କାମ ପାଇଁ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି।

କିଛିଦିନ ତଳେ ବ୍ରିଟେନର ସବୁଠାରୁ ଲମ୍ବା ରୋଲର କୋଷ୍ଟର (UK’s Tallest Roller Coaster) ଖରାପ ହେବା କାରଣରୁ ବାଧ୍ୟହୋଇ ଲୋକମାନଙ୍କୁ ୨୦୦ ଫୁଟରୁ ଅଧିକ ଉଚ୍ଚତାରୁ ଚାଲି ଚାଲି ତଳକୁ ଓହ୍ଲାଇବାକୁ ପଡ଼ିଥିଲା। Blackpool Pleasure Beach ଉପରେ ଥିବା ଦ ବିଗ ୱାନ(The Big One) ରୋଲର କୋଷ୍ଟର ଖରାପ ହୋଇଯିବା କାରଣରୁ ଲୋକଙ୍କୁ ଏହିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *