ପ୍ରେଗ୍ନେଣ୍ଟ ଅଛନ୍ତି ବୋଲି ଜାଣିନଥିଲେ ମହିଳା, ଅଚାନକ ଉଡ଼ନ୍ତା ଫ୍ଲାଇଟରେ ଦେଲେ ପିଲାକୁ ଜନ୍ମ

ଆମେରିକାରେ ଏକ ଆଶ୍ଚର୍ଯ୍ୟଜନକ ମାମଲାରେ ଜଣେ ପ୍ରେଗ୍ନେଣ୍ଟ ମହିଳାଙ୍କର ଫ୍ଲାଇଟରେ ହିଁ ଡେଲିଭରି ହୋଇଗଲା | ଏହି ମହିଳା ଦାବି କରି କହିଛନ୍ତି ଯେ ତାଙ୍କୁ ଜଣାନଥିଲା ଯେ ସେ ପ୍ରେଗ୍ନେଣ୍ଟ ଅଛନ୍ତି | ଏହି ଫ୍ଲାଇଟ ସ୍ଲଟ ଲେକ ସିଟିରୁ ହନଲୁଲୁ ଯାଉଥିଲା ଏବଂ ଏକ ଟିକଟକ ଭିଡିଓ ପରେ ଏହି ଘଟଣା ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି |

ଡେଲି ମେଲର ରିପୋର୍ଟ ଅନୁଯାୟୀ, ଲେଭିନିଆ ମଙ୍ଗା ନାମକ ଏହି ମହିଳାଙ୍କ ବେବି ବର୍ତ୍ତମାନ ପ୍ରିମେଚ୍ୟର ଅଛି | ଡାକ୍ତରଙ୍କ ଅନୁଯାୟୀ, ଲେଭିନିଆ ନିଜ ପ୍ରେଗ୍ନେନ୍ସିର ୨୬-୨୭ ସପ୍ତାହ ପରେ ହିଁ ଏହି ଶିଶୁକୁ ଜନ୍ମ ଦେଇଛନ୍ତି | ଲେଭିନିଆ ଏବଂ ତାଙ୍କ ପିଲା ସମ୍ପୂର୍ଣ ଭାବେ ସୁରକ୍ଷିତ ଅଛନ୍ତି ଏବଂ ଫ୍ଲାଇଟରେ ଡେଲିଭରି ପରେ ଲେଭିନିଆ ସୋସିଆଲ ମିଡିଆରେ ନିଜର ଖୁସି ମଧ୍ୟ ପ୍ରକାଶ କରିଥିଲେ |

ସୂଚନାଯୋଗ୍ୟ ଯେ ଲେଭିନିଆଙ୍କ ଡେଲିଭରିର ଏକ ଟିକଟକ ଭିଡିଓ ପରେ ଭାଇରଲ ହୋଇଥିଲା | ଏହି ଭିଡିଓକୁ ଜୁଲିଆ ହାସନ ନାମକ ମହିଳା ତିଆରି କରିଥିଲେ | ଆମେରିକାର ଜୁଲିଆ ଏହି ଭିଡିଓରେ କହିଛନ୍ତି ଯେ ତାଙ୍କୁ ମଧ୍ୟ ପ୍ରଥମେ ବିଶ୍ୱାସ ହୋଇନଥିଲା ଯେ ପ୍ରକୃତରେ ଜଣେ ଗର୍ଭବତୀ ମହିଳାଙ୍କୁ ଫ୍ଲାଇଟରେ କିପରି ଯିବାକୁ ଦିଆଗଲା |

ଜୁଲିଆ ଭିଡିଓରେ କହିଛନ୍ତି ଯେ ଏହି ମହିଳାଙ୍କ ବାପାଙ୍କ ସହିତ ବସିଥିଲେ ଏବଂ ଏହି ବ୍ୟକ୍ତି ମତେ କହିଲେ ଯେ ଲେଭିନିଆକୁ ଜଣାନଥିଲା ଯେ ସେ ଗର୍ଭବତୀ ଅଛନ୍ତି | ମୁଁ ଏ କଥା ଉପରେ ବିଶ୍ୱାସ ମଧ୍ୟ କରିପାରୁନଥିଲି | ସେହିପରି ଏହି ଭିଡିଓରେ କେବିନ କ୍ରୁ କୁହନ୍ତି – ଆପଣ ସମସ୍ତଙ୍କୁ ଜଣାପଡ଼ିଥିବ ଯେ ଏହି ଫ୍ଲାଇଟରେ ଡେଲିଭରି କରାଯାଇଛି | ଆମେ ଏହି ମହିଳାଙ୍କ ସାହସକୁ ପ୍ରଶଂସା କରୁଛୁ ଏବଂ ତାଙ୍କୁ ଶୁଭକାମନା ଜଣାଇବା |

ଏହି ମାମଲାରେ ଡେ଼ଲ୍ଟା ଏୟାରଲାଇନ୍ସର ପ୍ରବକ୍ତା କହିଛନ୍ତି ଯେ ଆମ କଷ୍ଟମର ଏବଂ କ୍ରୁଙ୍କର ସୁରକ୍ଷା ଆମର ସବୁଠାରୁ ବଡ଼ ପ୍ରାଥମିକତା ହୋଇଥାଏ | ଆମର କ୍ରୁ ଅନେକ ପ୍ରକାରର ମେଡିକାଲ ଅବସ୍ଥା ସହିତ ଡୀଲ କରିବାପାଇଁ ପ୍ରଶିକ୍ଷିତ ଅଛନ୍ତି | ଏପରି ଅବସ୍ଥାରେ ଅଧିକାଂଶ ଏୟାରକ୍ରାଫ୍ଟସର କ୍ରୁଙ୍କ ପାଖରେ ଏକ୍ସପର୍ଟଙ୍କ ସହିତ ଯୋଗାଯୋଗ କରିବାପାଇଁ ମଧ୍ୟ ସୁବିଧା ଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *