ବିବାହରେ ସାମାଜିକ ଦୂରତା : ବର-କନ୍ୟା ଏହିପରି ଭାବେ ପରସ୍ପରକୁ ପିନ୍ଧାଇଲେ ବରଣମାଳ, ଦେଖନ୍ତୁ ମଜାଳିଆ ଭିଡିଓ

କରୋନା ମହାମାରୀ ପୁଣି ଥରେ ସାରା ବିଶ୍ୱରେ ବ୍ୟାପିଚାଲିଛି | କୋଭିଡ ଟିକା ଆସିବାପରେ ମଧ୍ୟ କରୋନା ମାମଲା ବହୁତ ଦ୍ରୁତ ଗତିରେ ବଢୁଛି | ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏହି ମାରାତ୍ମକ ମହାମାରୀ ସହିତ ଜଡିତ ବିଭିନ୍ନ ପ୍ରକାରର ଭିଡିଓ ଆସୁଛି | କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ପ୍ରତ୍ୟେକ ବିପର୍ଯ୍ୟୟରେ ସୁଯୋଗ ଖୋଜନ୍ତି ଏବଂ ଏପରି ମଜାଳିଆ ଭିଡିଓ ତିଆରି କରନ୍ତି | ଯାହାକୁ ଦେଖି ଲୋକମାନେ ଖୁବ ହସିଥାନ୍ତି | ଏହିପରି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ସାମାଜିକ ଦୂରତା ପାଳନ କରି ବର-କନ୍ୟା ଚମତ୍କାର ଷ୍ଟାଇଲରେ ପରସ୍ପରକୁ ବରମାଳା ପିନ୍ଧାଉଛନ୍ତି |

ବଢୁଥିବା କରୋନା ମାମଲା ମଧ୍ୟରେ ମଧ୍ୟ ଲୋକଙ୍କର ବିବାହ ହେଉଛି | ତେବେ ପ୍ରଶାସନ ବିବାହରେ ଅତିଥିଙ୍କ ସଂଖ୍ୟା ସୀମିତ ରଖିଛନ୍ତି, ତଥାପି ଲୋକମାନେ ବିବାହ ତ କରୁଛନ୍ତି | ମହାମାରୀ କାରଣରୁ ଲୋକମାନେ ମଧ୍ୟ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏଭଳି ପରିସ୍ଥିତିରେ ଆଜିକାଲି ଗୋଟିଏ ବିବାହ ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ର ପାଲଟିଯାଇଛି | ଏହି ବିବାହରେ କୋଭିଡ ନିର୍ଦ୍ଦେଶାବଳୀ ଏତେ କଠୋର ଭାବରେ ପାଳନ କରାଯାଇଥିଲା ଯେ ବର-କନ୍ୟା ପରସ୍ପରକୁ ଦୁଇଟି ବାଡ଼ି ସାହାଯ୍ୟରେ ବରମାଳା ପିନ୍ଧାଇଛନ୍ତି |

ବିବାହର ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ବର-କନ୍ୟା ଦୁହେଁ ଷ୍ଟେଜରେ ଏକୁଟିଆ ଠିଆ ହୋଇଛନ୍ତି ଏବଂ ନିୟମ ପାଳନ କରି ବାଡ଼ି ସାହାଯ୍ୟରେ ବରମାଳା ପିନ୍ଧାଉଛନ୍ତି | ବର-କନ୍ୟା ଦୁହେଁ ଏହି ସମୟ ମଧ୍ୟରେ ସମ୍ପୁର୍ଣ୍ଣ ସାମାଜିକ ଦୂରତା ରକ୍ଷା କରିଛନ୍ତି | ବିବାହରେ ଯୋଗ ଦେଇଥିବା ଲୋକଙ୍କଠାରୁ ସୋସିଆଲ ମିଡିଆରେ ମଧ୍ୟ ବର-କନ୍ୟାଙ୍କର ଖୁବ ପ୍ରଶଂସା କରାଯାଉଛି |

ଦେଖନ୍ତୁ ଭିଡିଓ :-

ବିବାହର ଏହି ଭିଡିଓକୁ ଆଇପିଏସ ଅଫିସର ଦୀପାନସୂ କାବ୍ରା ଟ୍ୱିଟରରେ ସେୟାର କରିଛନ୍ତି | ସେ କ୍ୟାପସନରେ ଲେଖିଛନ୍ତି, ” କରୋନାରେ ବିବାହ ସଫଳତାପୂର୍ବକ ସମ୍ପର୍ଣ୍ଣ କରିବାପାଇଁ ଇଭେଣ୍ଟ ମ୍ୟାନେଜର୍ସଙ୍କୁ କଣ କଣ ସମସ୍ୟାର ସମାଧାନ ବାହାର କରିବାକୁ ପଡ଼ିଥିବ ସତରେ|” ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଲୋକମାନେ କେବଳ ଏହି ଭିଡିଓକୁ ଲାଇକ କରୁନାହାନ୍ତି ବରଂ ବହୁମାତ୍ରାରେ ପରସ୍ପରକୁ ସେୟାର ମଧ୍ୟ ସେୟାର କରୁଛନ୍ତି | ତେବେ ଏହି ବିବାହକୁ କିଛି ଲୋକ ପ୍ରଶଂସା କରିଥିବାବେଳେ ଆଉ କିଛି ଲୋକ ଏହାକୁ ନେଇ ଥଟ୍ଟା ମଧ୍ୟ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *