SBI ଜାରି କଲା ଆଲର୍ଟ : ମେ ୩୧ ସୁଦ୍ଧା ଏହି କାମ ନ କଲେ ବନ୍ଦ ହୋଇଯିବ ଆକାଉଣ୍ଟ,ଜାଣନ୍ତୁ ପୁରା ସୂଚନା

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସାରା ଦେଶରେ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଶନିବାର ଦିନ ନୂତନ ନୋଟିଫିକେସନ ଜାରି କରିଛି | ଏଥିରେ ସମସ୍ତ ଖାତାଧାରୀଙ୍କୁ ଡେରି ନ କରି ନିଜର ଆକାଉଣ୍ଟର KYC ଅପଡେଟ କରିବାପାଇଁ କୁହାଯାଇଛି | ଏପରି ପରିସ୍ଥିତିରେ ଯେଉଁ ଲୋକମାନେ KYC ଅପଡେଟ କରିବେ ନାହିଁ, ସେମାନଙ୍କର ବ୍ୟାଙ୍କିଙ୍ଗ ସେବାଗୁଡିକୁ ବନ୍ଦ କରି ଦିଆଯିବ |

ମେ ୩୧ ତାରିଖ ପରେ ବନ୍ଦ ହୋଇଯିବ ଖାତା :-

ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ଦେଇ SBI କହିଛି ଯେ, ” ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ ସେବାକୁ କୌଣସି ଅସୁବିଧା ବିନା ଜାରି ରଖିବାପାଇଁ ମେ ୩୧, ୨୦୨୧ ସୁଦ୍ଧା KYC ଅପଡେଟ କରିବାକୁ ପଡିବ | ଏଥିପାଇଁ ଗ୍ରାହକ ନିଜର KYC ଡକ୍ୟୁମେଣ୍ଟ ନେଇ ହୋମ ବ୍ରାଞ୍ଚ କିମ୍ବା ନିଜର ନିକଟତମ ବ୍ରାଞ୍ଚକୁ ଯାଇପାରିବେ | ଏହାପରେ ଯେଉଁ ଖାତାଧାରୀଙ୍କ KYC ଅପଡେଟ ହେବନାହିଁ, ସେମାନନ୍କ ଖାତାକୁ ବନ୍ଦ କରି ଦିଆଯିବ |”

ଘରେ ବସି ଏହି ପରି କରନ୍ତୁ KYC ଅପଡେଟ :-

ଯେଉଁ ଲୋକମାନେ କାରଣ ମହାମାରୀ କାରଣରୁ ବାହାରକୁ ଯିବାକୁ ଚାହୁଁନାହାନ୍ତି, ସେମାନଙ୍କ ପାଇଁ SBI ପୋଷ୍ଟ କିମ୍ବା ଇମେଲର ଅପସନ ଦେଇଛି | ଅର୍ଥାତ ଗ୍ରାହକମାନେ KYC ସହିତ ରିଲେଟେଡ ନିଜର ଡକ୍ୟୁମେଣ୍ଟଗୁଡିକୁ ବ୍ୟାଙ୍କକୁ ନ ଯାଇ ଭିଜିଟ କରି ପଠାଇପାରିବେ | ଏପରି ପରିସ୍ଥିତିରେ ଯେତେବେଳେ KYC ଅପଡେଟ ହୋଇଯିବ, ସେତେବେଳେ ଗ୍ରାହକଙ୍କ ଫୋନକୁ ମେସେଜ ପଠାଇ ସୂଚିତ କରି ଦିଆଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *