ତାତିରୁ ତ୍ରାହି ମିଳିବ, ଆଜି ରାଜ୍ୟରେ ୮ଟି ଜିଲ୍ଲାରେ ହେବ କାଳବୈଶାଖୀ ବର୍ଷା: ଭଙ୍ଗାଯିବ ଗଛ ଓ କଚ୍ଚା ଘର

ତାତିରୁ ତ୍ରାହି ମିଳିବ। ସୋମବାର ଦିନ ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଅଛି। ଏହା ସହିତ ଘଡ଼ଘଡ଼ି ହେବା ସହ ବର୍ଷା ହେବ। ଏହା ସହିତ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟ ର ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛନ୍ତି। ଯାହା ଫଳରେ ଅସୁରକ୍ଷିତ ତଥା ମାଟି ଘରଗୁଡିକ ପ୍ରତି ବିପଦ ରହିଛି। ଏହା ସହିତ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତିକି କଦଳୀ ଗଛ ଓ ଜମିରେ ଥିବା ଶସ୍ୟଗୁଡିକ ପବନ ମାଡ଼ରେ କ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାର ସମସ୍ତ ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ଓ ପାଣିପାଗ କେନ୍ଦ୍ର ତରଫରୁ ଅରେଞ୍ଜ ୱାର୍ନିଂ ଦିଆଯାଇଛି।

Google

ସେହିପରି ସୋମବାର ଦିନ ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମଧ୍ୟ କାଳବୈଶାଖୀର ପ୍ରଭାବ ରହିବ। ଏହି ଜିଲ୍ଲାଗୁଡିକରେ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଆସନ୍ତା ୩ ରୁ ୪ଦିନ ରାଜ୍ୟରେ ପାଖାପାଖି ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମିଯିବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ ବିଶ୍ବାସ ଗରମରୁ ଆଶ୍ବସ୍ତି ମିଳିବ ବୋଲି ପୂର୍ବ ଅନୁମାନ କରିଛନ୍ତି। ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ପୂର୍ବାନୁମାନ କରିଛନ୍ତିଯେ, ଆସନ୍ତାକାଲି ସକାଳେ ଖରା ହେବ ଓ ଉପରବେଳା ବର୍ଷା ହେବ। ଆଭ୍ୟନ୍ତରୀଣରେ ତାତି ରହିବା ସହିତ ବଙ୍ଗୋପସାଗରରୁ ଉପକୂଳ ଆଡକୁ ପବନ ବୋହିବା ଫଳରେ କାଳବୈଶାଖୀର ପ୍ରଭାବ ଦେଖାଦେବ। ରାଜ୍ୟରେ ତାତି କମିବା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିବ ବୋଲି ଡ. ସାହୁ ଆକଳନ କରିଛନ୍ତି

ରବିବାର ଦିନ ରାଜ୍ୟର ମାତ୍ର ୪ ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା। ବଲାଙ୍ଗୀରେ ସର୍ବାଧିକ ୪୧.୪ ଡିଗ୍ରୀ ସେଲସିୟସ, ବୌଦ୍ଧରେ ୪୦.୮ ଡିଗ୍ରୀ ସେଲସିୟସ, ଭବାନୀପାଟଣାରେ ୪୦.୧ ଡିଗ୍ରୀ ସେଲସିୟସ ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ସେଲସିୟସ ସର୍ବୋଚ୍ଚ ତାପମାତ୍ରା ଥିଲା। ସକାଳ ୮ଟା୩୦ ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ କେନ୍ଦୁଝରରେ ୨୨ ମିଲିମିଟର ବର୍ଷା ହୋଇଥିଲା। ସେହିପରି ଦାରିଙ୍ଗବାଡ଼ିରେ ୧୦ ମିଲିମିଟର, ବାଲେଶ୍ବରରେ ୭ ମିଲିମିଟର, ଅନୁଗୁଳରେ ୨ ମିଲିମିଟର ଓ ବାରିପଦାରେ ସ୍ବଳ୍ପ ପରିମାଣର ବର୍ଷା ହୋଇଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *