ପଞ୍ଚାୟତ ନିର୍ବାଚନ ଜିତିବାରୁ ବିବାହ ବନ୍ଦ କରି ମଣ୍ଡପରୁ ଉଠି ବିଜୟର ସାର୍ଟିଫିକେଟ ନେବାକୁ ଗଲା କନ୍ୟା

ମଣ୍ଡପରେ ବିବାହର ରୀତିନୀତି ପୁରା କରୁଥିବା କନ୍ୟାକୁ ଯେତେବେଳେ ଜଣାପଡିଲା ଯେ ସେ ପଞ୍ଚାୟତ ନିର୍ବାଚନରେ ବିଡ଼ିସି ସଦସ୍ୟ ଭାବରେ ଜିତି ଯାଇଛନ୍ତି, ସେତେବେଳେ ତାଙ୍କ ଖୁସିର ଠିକଣା ନଥିଲା | କନ୍ୟା ବିବାହର ରୀତିନୀତିକୁ ମଝିରେ ହିଁ ବନ୍ଦ କରିଦେଲା ଏବଂ ସିଧା ପହଞ୍ଚିଗଲା ମତଗଣନା ସ୍ଥାନ, ନିଜ ବିଜୟର ସାର୍ଟିଫିକେଟ ନେବାପାଇଁ |

ଏହି ମାମଲା ରାମପୁରର ମିଲକ ତହସିଲର ଗ୍ରାମ ମୋହମ୍ମଦପୁର ଯଦିଦିର ଅଟେ |ଯେଉଁଠାରେ ବରଯାତ୍ରୀ ୟୁପିର ବରେଲୀରୁ ଆସିଥିଲେ | ବିବାହ ମଣ୍ଡପ ସଜ୍ଜା ଯାଇଥିଲା ଏବଂ କନ୍ୟା ପୁନମ ନିଜ ବିବାହର ରୀତିନୀତି ପୁରା କରୁଥିଲେ | ସେହି ସମୟରେ ସେ ଜାଣିବାକୁ ପାଇଲେ ଯେ ପଞ୍ଚାୟତ ନିର୍ବାଚନରେ ସେ ଜିତି ଯାଇଛନ୍ତି, ସେତେବେଳେ ତାଙ୍କ ଖୁସିର ଠିକଣା ନଥିଲା ଏବଂ ବିବାହ ରୀତିନୀତିକୁ ମଝିରେ ବନ୍ଦ କରି ସିଧା ମତଗଣନା ସ୍ଥାନରେ ପହଞ୍ଚିଗଲେ |

ମତଗଣନା କେନ୍ଦ୍ରରେ ଲାଲୀ ପୋଷାକରେ ସୁନାରେ ଆଭୂଷଣ ଦ୍ୱାରା ସଜେଇ ହୋଇଥିବା କନ୍ୟାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | କିନ୍ତୁ ଯେତେବେଳେ ଲୋକମାନଙ୍କୁ ଜଣାପଡିଲା ଯେ କନ୍ୟା ବିଡ଼ିସି ସଦସ୍ୟ ପାଇଁ ନିର୍ବାଚନରେ ଠିଆ ହୋଇଥିଲେ ଏବଂ ସେ ଜିତିଛନ୍ତି, ସେତେବେଳେ ସମସ୍ତେ ତାଙ୍କ ଭାଗ୍ୟକୁ ପ୍ରଶଂସା କଲେ |

ପୁନମ ପଞ୍ଚାୟତ ନିର୍ବାଚନରେ ୬୦୧ ମତ ହାସଲ କରି ସେ ପ୍ରତିଦ୍ବନ୍ଦୀ ଶକୁନ୍ତଳାଙ୍କୁ ୩୧ ମତରେ ହରାଇଲେ | ଏହି ବିଜୟ ସହିତ ପୁନମ ବହୁତ ଖୁସି ହୋଇଗଲେ | କୁହାଯାଉଛି ଯେ କିଛି ରୀତିନୀତି ଚଳାଉଥିଲା ଏବଂ କିଛି ରୀତିନୀତି ପୁରା ହୋଇସାରିଥିଲା | ଏହି ସମୟରେ କନ୍ୟା ପୁନମକୁ ନିଜ ବିଜୟ ବିଷୟରେ ଜଣାପଡିଲା, ସେ ସିଧା ମଣ୍ଡପରୁ ଉଠି ମତଗଣନା ସ୍ଥାନରେ ପହଁଚିଲେ ଏବଂ ନିଜର ବିଜୟ ପ୍ରମାଣପତ୍ର ନେଲେ |

ସେହିପରି ଏହି ବିଜୟ ପରେ ପୁନମ କହିଛନ୍ତି ଯେ ଗୋଟେ ପଟେ ବିବାହର ଖୁସି, ଆଉ ଅନ୍ୟ ପଟେ ବିଡ଼ିସି ମେମ୍ବର ଭାବରେ ଚୟନ ହେବା, ମୁଁ ଏହି ମୁହୂର୍ତ୍ତ କେବେହେଲେ ଭୁଲିପାରିବି ନାହିଁ | ଏହାଠାରୁ ଆଉ କେଉଁ କଥା ବଡ଼ ହୋଇପାରେ | ପୁନମ କହିଛନ୍ତି ଯେ ବିବାହର ସବୁ ରୀତିନୀତି ପ୍ରାୟ ପୁରା ହୋଇଛି | ମୁଁ ମୋର ବିଜୟର ପ୍ରମାଣପତ୍ର ନେବାକୁ ଆସିଛି | ଗାଁରେ ବିବାହ ସମାରୋହ ଚାଲିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *