ଆଇପିଏଲ: ଚେନ୍ନାଇ ସୁପର କିଙ୍ଗସ ଦଳର ୩ଜଣ ସଦସ୍ୟ କରୋନାରେ ହେଲେ ଆକ୍ରାନ୍ତ, ଆଇପିଏଲ ଅଧାରୁ ବନ୍ଦ ହୋଇଯିବ କି?

ଇଣ୍ଡିଆନ ପ୍ରିମିୟର ଲିଗରେ କରୋନାର ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। କୋଲକାତା ନାଇଟ ରାଇଡର୍ସର ୨ଜଣ ଖେଳାଳୀ ବର୍ତ୍ତମାନ ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଚେନ୍ନାଇ ଦଳର ୩ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି।

Google

ସୂଚନା ଅନୁସାରେ ଚେନ୍ନାଇ ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ, ବୋଲିଂ କୋଚ ଏଲ ବାଲାଜୀ ଏବଂ ସେମାନେ ଯାତ୍ରା କରୁଥିବା ବସର କ୍ଲିନର କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି। ଆଶ୍ବସ୍ତିକର କଥା ହେଉଛି ଦଳର ବାକି ସଦସ୍ୟଙ୍କର ରି-ପୋ-ର୍ଟ ନେଗେଟିଭ ଅଛି। ଗତ ରବିବାର ଦିନ ଚେନ୍ନାଇ ସୁପର କିଙ୍ଗସର ସମସ୍ତ ଖେଳାଳୀ ଏବଂ ଦଳର ସଦସ୍ୟଙ୍କ ଟେଷ୍ଟ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ଚେନ୍ନାଇ ଦଳ ଦିଲ୍ଲୀରେ ଅଛି ଏବଂ ଆସନ୍ତା ବୁଧବାର ରାଜସ୍ଥାନ ରୟାଲସ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଅଛି। ସେଥିପାଇଁ ଦଳର ଅଭ୍ୟାସକୁ ବର୍ତ୍ତମାନ ରଦ୍ଦ କରାଯାଇଛି।

ଅନ୍ୟପଟେ କୋଲକାତା ନାଇଟ ରାଇଡର୍ସର ୨ଜଣ ଖେଳାଳୀ କରୋନାରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଇପିଏଲ ଜାରି କରିଥିବା ବୟାନ ଅନୁସାରେ ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ଓ୍ବାରିୟରଙ୍କୁ କରୋନା ହୋଇଛି। ଉଭୟ ଖେଳାଳୀଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି। ମେଡିକାଲ ଦଳ ଲଗାତାର ଭାବରେ ସେମାନଙ୍କ ଉପରେ ନଜର ରଖିଛନ୍ତି। ତେବେ ଆଶ୍ବସ୍ତିକର କଥା‌ ହେଉଛିକି ଦଳର ବାକି ସମସ୍ତ ଖେଳାଳୀଙ୍କର ରିପୋର୍ଟ ନେଗେଟିଭ ଆସିଛି।

Google

ତେବେ ଇତି ମଧ୍ୟରେ ଆଇପିଏଲର ବାକି ମ୍ୟାଚ ଜାରି ରହିବ କି ନାହିଁ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ପୂର୍ବରୁ କୋଲକାତା ବର୍ତ୍ତମାନ ଚେନ୍ନାଇ ଦଳରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଗକୁ ଆଇପିଏଲ ଜାରି ରହିବ କି ନାଇ ଦ୍ଵନ୍ଦ ସୃଷ୍ଟି କରୁଛି।

Leave a Reply

Your email address will not be published. Required fields are marked *