ସ୍ଵାମୀଙ୍କ ଶ-ବ-କୁ ଉଠାଇବା ପାଇଁ ପାଞ୍ଚ ଘଣ୍ଟା ହସ୍ପିଟାଲରେ ବସି ରହିଲେ ମହିଳା, କାନ୍ଧ ନ ମିଳିବା କାରଣରୁ ଜେସିବିରେ ଗାତ ଖୋଳି ପୋତାଗଲା

ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ଭାନପୁର ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ନିଜର ସ୍ଵାମୀଙ୍କର ଶ-ବ-କୁ ଘରକୁ ନେଇଯିବା ପାଇଁ ନିଜର ସହଯୋଗୀ ଓ ବାହାନ ପାଇଁ ପାଞ୍ଚ ଘଣ୍ଟା ପର୍ଯ୍ଯନ୍ତ ବେସାହାରା ଭାବରେ ବସି ରହିଲେ।

କରୋନାର ଭୟରେ ଲୋକ ସହଯୋଗ କରିବା ପାଇଁ ମନାକରିଦେଉଛନ୍ତି। ହସ୍ପିଟାଲରୁ ଶ-ବ ଘରକୁ ନେଇ ଯିବା ପାଇଁ ବାହାନ ଚାଳକ ମଧ୍ୟ ରାଜି ହେଉନଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶ-ବକୁ ଏକ ବାହାନରେ ବେଡବା ସମୟ ମାତା ମନ୍ଦିର ପାଖରେ ଥିବା ଘାଟକୁ ନେଇଗଲେ, ଯେଉଁଠି ଜେସିବିରେ ଗାତ କରି ଶ-ବକୁ ପୋତିଦିଆଗଲା।

ସୂଚନା ମୁତାବିକ, ମୃ-ତ-କ ସପ୍ତାହେ ପୂର୍ବରୁ ବାହାରୁ ଆସିଥିଲେ। ସେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା। କିନ୍ତୁ ସେ ନିଜର ଯାଞ୍ଚ କରାଇନଥିଲେ। ଶୁକ୍ରବାର ଦିନ ସକାଳୁ ଅବସ୍ଥା ବହୁତ ଖରାପ ହେବାରୁ ଆମ୍ବୁଲାନ୍ସରେ ନେଇ ସିଏଚସି ପହଞ୍ଚିଲେ।

ଯେଉଁଠି ସ୍ଥିତିକୁ ଗମ୍ଭୀର ଦେଖି ଡାକ୍ତର ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରିଦେଲେ। ତାଙ୍କୁ ଜିଲ୍ଲା ହସ୍ପିଟାଲ ନେଇକି ଯିବା ପାଇଁ କୌଣସି ସାଧନ ପହଞ୍ଚିବା ପୂର୍ବରୁ ତାଙ୍କର ମୃ-ତ୍ୟୁ ହୋଇଗଲା।

ପରିବାରରେ ଆଉ କୌଣସି ପୁରୁଷ ନଥିବା କାରଣରୁ ମହିଳାଙ୍କୁ ଲୋକଙ୍କର ସାହାଯ୍ୟ ଓ ବାହାନ ପାଇଁ ପାଞ୍ଚ ଘଣ୍ଟା ଅପେକ୍ଷା କରିବାକୁ ପଡିଲା। ସିଏଚସି ଅଧୀକ୍ଷକ ଡ଼. ସଚିନ କୁମାର ଚୌଧୁରୀ କହିଲେକି ଘ-ଟ-ଣା-ର ସୂଚନା ମିଳିବା ମାତ୍ରେ ପ୍ରଶାସନକୁ ଅବଗତ କରିଦିଆ ଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *