ଲକଡାଉନରେ ମଧ୍ୟ ହେବ ପିପିଲି ଭୋଟ: କୋଭିଡ ଗାଇଡଲାଇନ ମାନି ହେବ ଭୋଟ ଗ୍ରହଣ, ନିର୍ବାଚନ ପ୍ରକ୍ରିୟା ଉପରେ ରହିବ ନାହିଁ ଲକଡାଉନର କ-ଟକ-ଣା

ମେ ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଲାଗୁ ହେବ। ଏହି ସମୟରେ ସମସ୍ତ ପ୍ରକାର ସାଧାରଣ ଗତିବିଧି ବନ୍ଦ ରହିବ। କେବଳ ଜରୁରୀକାଳିନ ତଥା ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ଲଗାଯିବ ନାହିଁ। କୋଭିଡ ନି-ୟ-ମରେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନକୁ ନେଇ ସନ୍ଦେହ ରହିଥିବା ବେଳେ ପିପିଲିର ଉପ-ନିର୍ବାଚନ ଅଟକିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି। ତେବେ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟରେ ଅଙ୍କୁଶ ଥିବା ବେଳେ କୋଭିଡ ଗାଇଡଲାଇନ ଭିତରେ ପିପିଲିର ଭୋଟ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି ।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁସାରେ, ଲକଡାଉନରୁ ନିର୍ବାଚନ ପ୍ରକ୍ରିୟାକୁ ବାଦ ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟା ଜାରି ପୂର୍ବଭଳି ଜାରୀ ରହିବ। ଭୋଟ ଗ୍ରହଣ କରାଯିବ। ନୂଆ କଟକଣା ନିର୍ବାଚନ ହେଉଥିବା ଅଞ୍ଚଳରେ ଲାଗୁ ହେବ ନାହିଁ । ଏହି ସମୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ, ପୋଲିଂ ଏଜେଣ୍ଟ, ଦଳୀୟ ପ୍ରାର୍ଥୀଙ୍କ ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ। ଭୋଟରମାନେ ଭୋଟ ଦାନ ସମୟର ନିର୍ଦ୍ଦ୍ୱନ୍ଦ୍ୱରେ ବୁଥକୁ ଆସି ଭୋଟ ଦେଇପାରିବେ ।

Google

ସୂଚନା ଅନୁସାରେ, ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ଉପ-ନିର୍ବାଚନ ପାଇଁ ମତଦାନ ହେବାର ଥିଲା। କିନ୍ତୁ କଂଗ୍ରେସର ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲିର ଉପ-ନିର୍ବାଚନକୁ ସ୍ଥଗିତ କରିଦିଆ ଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ କଂଗ୍ରେସ ପ୍ରାର୍ଥୀଙ୍କର ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେଇ ମେ ୧୩ ତାରିଖରେ ଉପ-ନିର୍ବାଚନ କରିବା ପାଇଁ ଦିନ ଧାର୍ଯ୍ୟ କରିଥିଲେ।

କିନ୍ତୁ ମେ ୧୩ ତାରିଖ ଦିନ ଇଦ-ଉଲ-ଫିତର ଥିବାରୁ ମତଦାନ ହେବ ନାହିଁ। ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପୁନଶ୍ଚ ମେ ୧୬ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ସୂଚନା ଦେଇଥିଲେ। ଏହା ସହିତ ୧୯ ତାରିଖରେ ଭୋଟ ଗଣତି ହେବ। ଓ ସେହିଦିନ ହିଁ ଫଳ ପ୍ରକାଶ ପାଇବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *