ମୁମ୍ବାଇ ବନାମ ଚେନ୍ନାଇ : ଏନଗିଡିଙ୍କ ସେହି ଭୁଲ ଓ ପୋଲାର୍ଡଙ୍କ ତୋଫାନୀ ଇନିଙ୍ଗ୍ସ, ଜାଣନ୍ତୁ ଶେଷ ଓଭରର ରୋମାଞ୍ଚ!

ଶନିବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଆଇପିଏଲର ୨୭ତମ ମୁକାବିଲା ଖେଳାଯାଇଥିଲା। ଯାହାକି ରୋମାଞ୍ଚରେ ଭରପୁର ଥିଲା। ସେସ ଓଭର ପର୍ଯ୍ଯନ୍ତ ମ୍ଯାଚ ଯାଇଥିଲା ଓ ଆଇପିଏଲର ସବୁଠୁ ବଡ ଟାର୍ଗେଟକୁ ଧାର୍ଯ୍ୟ କରିବାରେ ଏହି ମ୍ଯାଚ ସାମିଲ ହୋଇଗଲା। ପ୍ରଥମେ ଚେନ୍ନାଇର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଓ ମୋଇନ ଅଲ୍ଲୀଙ୍କ ତୋଫାନୀ ଇନିଙ୍ଗ୍ସ କ୍ରିକେଟ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରି ଦେଇଥିଲା। ପୁଣି ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ପାଇଁ କିରୋନ ପୋଲାର୍ଡ ଆସିଥିଲେ। ସେ ନିଜର ଧମାକାଦାର ଇନିଙ୍ଗ୍ସ ମାଧ୍ୟମରେ ସମସ୍ତଙ୍କୁ ଚକିତ କରିଦେଲେ। ପୋଲାର୍ଡ ପଡିଆରେ ଏମିତି ପ୍ରଦର୍ଶନ ଦେଖାଇଲେ, ଯାହାକୁ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କେବେ ଭୁଲିପାରିବେ ନାହିଁ।

୨୧୯ରନର ବିଶାଳ ଲକ୍ଷ୍ୟର ପିଛା କରି କିରୋନ ପୋଲାର୍ଡ ଶେଷ ପର୍ଯ୍ଯନ୍ତ ନିଜର ଲଢେଇ ଜାରି ରଖିଥିଲେ ଓ ୩୪ଟି ବଲରେ ୨୫୫ରୁ ଅଧିକ ଷ୍ଟ୍ରାଇକ ରେଟରେ ୮୭ ରନ କରିଦେଲେ। ସେ ଏଥିରେ ୮ଟି ଛକା ଓ ୬ଟି ଚୌକା ପିଟିଥିଲେ। ଧୋନୀଙ୍କ ବୋଲରଙ୍କୁ ଶେଷ ପର୍ଯ୍ଯନ୍ତ ସେ ପିଟୁଥିଲେ। ଅନ୍ତିମ ଓଭରରେ ସେ ଦଳକୁ ୪ୱିକେଟରେ ବିଜୟୀ କରାଇଲେ। ପୋଲାର୍ଡ ଏହି ସିଜିନରେ ସବୁଠାରୁ ଦୃତ ଅର୍ଦ୍ଧଶତକ ପିଟିଲେ। ସେ ୧୭ଟି ବଲରେ ସାନଦାର ୫୩ରନ କରିଥିଲେ।

ଏମିତି ରହିଲା ଶେଷ ଓଭରର ରୋମାଞ୍ଚ:-

ଶେଷ ଓଭରରେ ମୁମ୍ବାଇକୁ ଜିତିବା ପାଇଁ ୧୬ରନ ଦରକାର ଥିଲା। ଏଥିରେ ୧୯ତମ ଓଭରରେ ସେମ କରନ ହାର୍ଦ୍ଦିକ ପାଣ୍ଡ୍ୟା ଓ ଜେମ୍ସ ନିଶାମଙ୍କୁ ଆଉଟ କରିଦେଲେ। ଏମିତିରେ ବିଜୟର ସମ୍ପୂର୍ଣ ଭାର କିରୋନ ପୋଲାର୍ଡଙ୍କ ଉପରକୁ ଆସିଗଲା। ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଧୋନୀ ଲୁଙ୍ଗୀ ଏନଗିଡିକୁ ବୋଲିଂ କରିବାକୁ ଦେଇଥିଲେ। ଏନଗିଡିଙ୍କ ପ୍ରଥମ ବଲରେ ପୋଲାର୍ଡ ଡିପ ସ୍କ୍ବାୟାର ଲେଗରେ ପିଟିଲେ କିନ୍ତୁ କୌଣସି ରନ ନେଇନଥିଲେ। କିନ୍ତୁ ସେ ଷ୍ଟ୍ରାଇକ ନିଜ ପାଖରେ ରଖିବା ଠିକ ବୋଲି ମାନିଲେ।

ଏହାପରେ ଦ୍ଵିତୀୟ ବଲରେ ଏନଗିଡିଙ୍କ ଏହି ସାନଦାର ୟର୍କରକୁ ପୋଲାର୍ଡ ଫ୍ରେଞ୍ଚ କଟ ମାରି ବାଉଣ୍ଡ୍ର୍ରି ପହଞ୍ଚାଇଦେଲେ। ତୃତୀୟ ବଲରେ ଏନଗିଡି ଭୁଲ କରିଦେଲେ, ସେ ଫୁଲଟସ ବଲ ପକାଇଦେଲେ। ଏହାର ଭରପୁର ଲାଭ ଉଠାଇଲେ ପୋଲାର୍ଡ। ପୋଲାର୍ଡ ଏହି ବଲରେ ବାଉଣ୍ଡ୍ର୍ରି ପିଟିଦେଲେ। ଚତୁର୍ଥ ବଲରେ ପୋଲାର୍ଡଙ୍କୁ ରନ ନେବାର ସୁଯୋଗ ମିଳିଥିଲା କିନ୍ତୁ ସେ ରନ ନେଇନଥିଲେ।

ପଞ୍ଚମ ବଲରେ ଏନଗିଡି ପୁଣି ଭୁଲ କରିଦେଲେ ଓ ଆଉ ଏକ ଫୁଲଟସ ବଲ ପକାଇଦେଲେ। ପୋଲାର୍ଡ ସ୍କ୍ବାୟାର ଲେଗରେ ଖେଳିଦେଲେ। ଓ ଏହା ଛକା ହୋଇଗଲା। ଅନ୍ତିମ ବଲରେ ଜିତିବା ପାଇଁ ଦୁଇ ରନ ଦରକାର ଥିଲା। ଏନଗିଡି ଶେଷ ବଲରେ ଷ୍ଟମ୍ପକୁ ବଲ ପକାଇଲେ ଯେଉଁଥିରେ ପୋଲାର୍ଡ ମିଡ ୱିକେଟ ଆଡକୁ ସଟ ଖେଳିଦେଲେ। ଦୁଇପକ୍ଷରୁ ବ୍ୟାଟ୍ସମ୍ୟାନ ତୀବ୍ର ଭାବରେ ଦୌଡିବାକୁ ଲାଗିଲେ। ଏହିପରି ଭାବରେ ପୋଲାର୍ଡ ନିଜ ଦମରେ ମୁମ୍ବାଇକୁ ୪ୱିକେଟରେ ମ୍ଯାଚ ଜିତାଇଲେ। ଏହି ଦୃଶ୍ଯକୁ ଦେଖି ମୁମ୍ବାଇ ପକ୍ଷରେ ଖୁସିର ଲହରୀ ଦେଖାଗଲା।

Leave a Reply

Your email address will not be published. Required fields are marked *